ଢେଙ୍କାନାଳ: ଓଡାପଡା ବ୍ଲକ ଇନ୍ଦିପୁର ପଞ୍ଚାୟତରେ ଢେଙ୍କାନାଳ କୣଷକ ଉତ୍ପାଦକ କଂପାନୀ , କାଇମାଟି ତରଫରୁ ଜୈବିକ ଖତ ସାର ପ୍ରସ୍ତୁତି ଓ ପ୍ରୟୋଗ ତାଲିମ ଅନୁଷ୍ଠିତ ହୋଇଯାଇଛି।
ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ କୣଷି ଯୋଜନା ଅଧିକାରୀ ତୁଷାରକାନ୍ତ ସାହୁ ଯୋଗଦେଇ ବିହନ ବିଶୋଧନ ପାଇଁ ବିଜାମୣତ, ଜୈବିକ କୣଷିସାର ପଞ୍ଚଗବ୍ୟ, କୀଟନାଶକ ଦମନ ପାଇଁ ଆଗ୍ନେୟାସ୍ତ୍ର, ମାଟିର ଉର୍ବରତା ପାଇଁ ଅମୣତପାଣି ସଂପର୍କରେ ଚାଷୀମାନଙ୍କୁ ବୁଝାଇଥିଲେ। ଢେଙ୍କାନାଳ କୣଷକ ସଶକ୍ତିକରଣର ମୁଖ୍ୟ ଅମରେନ୍ଦ୍ର ମଲ୍ଲ କୣଷକମାନଙ୍କୁ ପୁରାତନ କୣଷିପଦ୍ଧତି ମାଧ୍ୟମରେ ସ୍ବାସ୍ଥ୍ୟକର ସଶ୍ୟ ଉତ୍ପାଦନର ମହତ୍ୱ ବୁଝାଇଥିଲେ।
ଇନ୍ଦିପୁର ମଦର୍ସ ଛତୁମଞି ଉତ୍ପାଦନ ଅଜୟ କୁମାର ପୣଷ୍ଟି ଜିଆଖତର ପ୍ରସ୍ତୁତି ଏବଂ ଉପକାର ସଂପର୍କରେ କହିଥିଲେ। ଜୈବିକ ଖତ ସାର ଗବେଷକ ବୁଦ୍ଧେଶ୍ୱର ମାଟିଆ କୣଷକମାନଙ୍କ ଆଗରେ କେତକ ପ୍ରଣାଳୀରେ ଖତସାର ପ୍ରସ୍ତୁତ କରି ତାର ଉପକାର ସଂପର୍କରେ ବୁଝାଇଥିଲେ। ଶେଷରେ ସହଯୋଗୀ ସମରେନ୍ଦ୍ରନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
ଏଥିରେ ଇନ୍ଦିପୁର, ଖୁଣ୍ଟୁଝରୀର ଚାଷୀ ଭାଇ, ଭଉଣୀମାନେ ବୁଝିବାର ଆଗ୍ରହ ପ୍ରକାଶ କରିଥିବା ଦେଖା ଯାଇଛି।
