Take a fresh look at your lifestyle.

ଇ – ଟେକ୍ ର ମୋନାଲିସା ୫୯୯ ନମ୍ବର ରଖ୍ ଜିଲ୍ଲାକୁ ଗର୍ବିତ କରିଛନ୍ତି

ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ ପ୍ରବେଶିକା ରେ ଇ - ଟେକ୍ ର ୨୫ ଜଣ ଛାତ୍ର ଛାତ୍ରୀଙ୍କ ସଫଳତା

0 166

ଢେଙ୍କାନାଳ (ମଦନ ମୋହନ ଶତପଥି ):  ମଙ୍ଗଳପୁର ସ୍ଥିତ ଇ-ଟେକ୍ ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସର୍ବଭାରତୀୟ ମେଡିକାଲ୍ ପ୍ରବେଶିକା ପରୀକ୍ଷା ନିଟ ପ୍ରବେଶିକା ରେ ନିଜର ଶ୍ରେଷ୍ଠତ୍ଵ ପ୍ରତିପାଦନ କରି ଛାତ୍ରଛାତ୍ରୀ ତଥାଅଭିଭାବକମାନଙ୍କ ମଧ୍ୟରେ ବିଶ୍ବାସ ସ୍ଥାପନ କରିବାରେ ପୁନର୍ବାର ସମର୍ଥ ହୋଇଛି।

ସଦ୍ୟ ପ୍ରକାଶିତ ସର୍ବ ଭାରତୀୟ ମେଡିକାଲ ପ୍ରବେଶିକା ନିଟ ପ୍ରବେଶିକା  ପରୀକ୍ଷା – ୨୦୨୫ ରେ ଇ-ଟେକ୍ ନିଟ ପ୍ରବେଶିକା ଶ୍ରେଣୀ  ର ୬୮ ଜଣ ଛାତ୍ର ଛାତ୍ରୀଙ୍କ ମଧ୍ୟରୁ ୨୫ ଜଣ ଛାତ୍ର ଛାତ୍ରୀ ୫୦୦ ରୁ ଉର୍ଦ୍ଧ୍ଵ ନମ୍ବର ରଖ୍ ଅନୁଷ୍ଠାନକୁ ଗୌରବାନ୍ବିତ କରିଛନ୍ତି। ସେମାନଙ୍କ ମଧ୍ୟରୁ ଛାତ୍ରୀ ମୋନାଲିସା ସାହୁ ସର୍ବାଧ୍ଵ ୫୯୯ ନମ୍ବର ରଖ୍ ଢେଙ୍କାନାଳ ଜିଲ୍ଲାକୁ ଗର୍ବିତ କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଜିଲ୍ଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଇ-ଟେକ୍ ପ୍ରବେଶିକା ଶ୍ରେଣୀ  ର ପ୍ରତ୍ୟେକ ବର୍ଷ ଅନେକ ମେଧାବୀ ଛାତ୍ର ଛାତ୍ରୀ ମେଡିକାଲ୍ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ସୁନାମଧନ୍ୟ ମେଡିକାଲ୍ କଲେଜ୍ ରେ ଅଧ୍ୟୟନ କରିବାର ସୁଯୋଗ ପାଇଛନ୍ତି।ସେମାନଙ୍କ ମଧ୍ୟରୁ ଅନେକ୍ ନିଜ ଅଧ୍ୟୟନ ଶେଷକରି ବିଭିନ୍ନ ମେଡିକାଲ୍ ବାର ସୁଯୋଗ ପାଇଛନ୍ତି।

ସଫଳ ହୋଇଥିବା ଛାତ୍ର ଛାତ୍ରୀ ତଥା ସେମାନଙ୍କର ପିତାମାତାଙ୍କୁ ଅନୁଷ୍ଠାନ ର ସମ୍ପାଦିକା ସାଗରବାଳା ହୋତା ଶୁଭେଚ୍ଛା ଜଣାଇବା ସହିତ ସେମାନଙ୍କର ଉତ୍ତରୋତ୍ତର ଉନ୍ନତିକାମନା କରିଛନ୍ତି। ଅନୁଷ୍ଠାନର ଛାତ୍ରୀ ମୋନାଲିସା ସାହୁ – ୫୯୯, ଆକାଶ ଦେହୁରୀ – ୫୮୮, ସୋନମ୍ ସାହୁ – ୫୬୫,ଆଶିଶ୍ କୁମାର ସାହୁ – ୫୫୬, ଅଜୟ ପ୍ରଧାନ – ୫୫୩, ସିଦ୍ଧେଶ୍ବର ସାହୁ – ୫୫୦, ବର୍ଷାରାଣୀ ଖୁଣ୍ଟିଆ – ୫୪୯, ଶତରୂପା ନନ୍ଦ – ୫୪୬, ମନିଷା ସାହୁ – ୫୩୯, ଶୁଭାଶିଷ୍ ମିଶ୍ର – ୫୪୦, ରିତେଶ୍ କୁମାର ଖଟୁଆ – ୫୩୩, ସେବାରାଣୀ ରାଜ୍ – ୫୩୨, ସୂଚିସ୍ମିତା ମିଶ୍ର – ୫୩୧, ସ୍ମୃତିରେଖା ମୁଦୁଲି – ୫୨୮, ସୋମେଶ୍ ପାଣି – ୫୨୭, ସ୍ଵୟଂ ପ୍ରକାଶ ଷଡ଼ଙ୍ଗୀ – ୫୨୭, ପ୍ରତୀକ୍ଷା ବଳ – ୫୨୬, ଜେ.ବି. ଜାହ୍ନବୀ – ୫୨୩ ଏବଂ ପ୍ରିତୀ ପ୍ରଜ୍ଞା ପ୍ରିୟଦର୍ଶିନୀ – ୫୧୯, ହିମାଂଶୁ ଶେଖର ବେହେରା – ୫୧୩, ବିଜୟ କୁମାର ପ୍ରଧାନ – ୫୦୯, ଶୁଭସ୍ମିତା ବେହେରା – ୫୦୭, ମୋନାଲିସା ପ୍ରଧାନ – ୫୦୬, ଦିପ୍ତିମୟୀ ପାଣି – ୫୦୫,ଶୁଭକାନ୍ତ ଗଡ଼ନାୟକ – ୫୦୪ ନମ୍ବର ରଖୁ ଅନୁଷ୍ଠାନକୁ ଗୌରବାନ୍ବିତ କରିଛନ୍ତି ।

ସୂଚନାଯୋଗ୍ୟ ଇ-ଟେକ୍ ପ୍ରବେଶିକା ଶ୍ରେଣୀ  ରରେ ଏହି ଅଦ୍ଭୁତ ପୂର୍ବ ସଫଳତା, ଅନୁଷ୍ଠାନର ଗୁଣାତ୍ମକ ଓ ଉଚ୍ଚମାନର ଶିକ୍ଷା ପ୍ରଣାଳୀକୁ ପ୍ରତିପାଦିତ କରୁଛି। ଅଭିଜ୍ଞ ଅଧ୍ୟାପକ ଏବଂ ଅଧ୍ୟାପିକା ମାନଙ୍କର ନିଷ୍ଠାପର ଉଦ୍ୟମ ଏବଂ ଛାତ୍ର ଛାତ୍ରୀମାନଙ୍କର ଅକ୍ଳାନ୍ତ ପରିଶ୍ରମ ଓ ଦୃଢ ମନୋବଳ ପାଇଁ ଏହା ସମ୍ଭବ ହୋଇପାରିଛି।    ଉଲ୍ଲେଖ ଯୋଗ୍ୟ ଯେ ଇ-ଟେକ୍‌ର ଛାତ୍ର ଆଶିଶ୍ କୁମାର ସାହୁ ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନରେ ୫୮୪ ନମ୍ବର ରଖ୍ ରାଜ୍ୟରେ ଦ୍ଵିତୀୟ ସ୍ଥାନ ଅଳଙ୍କୃତ କରି ମେଡିକାଲ୍ ପ୍ରବେଶିକା ପରୀକ୍ଷାରେ ୫୫୬ ନମ୍ବର ରଖ୍ ଆଗାମୀ ଦିନରେ ଏକ ସୁନାମ ଧନ୍ୟ ମେଡିକାଲ୍ କଲେଜ୍ ରେ ଅଧ୍ୟୟନ କରିବାକୁ ଯୋଗ୍ୟ ବିବେଚିତ ହେବାକୁ ଯାଉଛନ୍ତି। ଆମ ଅଞ୍ଚଳର ଯେଉଁ ମେଧାବୀ ଛାତ୍ର ଛାତ୍ରୀମାନେ ଡାକ୍ତର ହେବାର ସ୍ବପ୍ନ ଦେଖୁଛନ୍ତି ସେମାନେ ସ୍ବଳ୍ପ ଖର୍ଚ୍ଚରେ ଇ-ଟେକ୍ ର ଯୁଗୋପଯୋଗୀ ତଥା ଉଚ୍ଚ ମାନର ଶିକ୍ଷା ପଦ୍ଧତିରେ ସାମିଲ୍ହୋଇ ଏହି ସଫଳତାର ଧାରାକୁ ତ୍ବରାନ୍ବିତ କରିବା ପାଇଁ ଅଧ୍ୟକ୍ଷ ଡ. ସୁରେଶ୍ ମିଶ୍ର ଛାତ୍ର ଛାତ୍ରୀମାନଙ୍କୁ ଆହ୍ଵାନ ଜଣାଇଛନ୍ତି। 

- Advertisement -

Leave A Reply

Your email address will not be published.