ଢେଙ୍କାନାଳ : ଢେଙ୍କାନାଳ ପୌରାଞ୍ଚଳ ଅନ୍ତର୍ଗତ ୧୩ନଂ ୱାର୍ଡ କାଞ୍ଚନ ବଜାରରେ ପାନୀୟ ଜଳ ସମସ୍ୟାକୁ ନେଇ ମହିଳାମାନେ ଜଳ ପରିମଳ ଓ ସ୍ୱାସ୍ଥ୍ୟ ବିଭାଗକୁ ଘେରାଉ କରିଛନ୍ତି । ଏହି ବସ୍ତିରେ ପ୍ରାୟ ୨୦ ଘରରୁ ଅଧିକ ପରିବାର ରହୁଛନ୍ତି । ନିୟମିତ ଜଳ ଯୋଗଣ ହେଉ ନଥିବାରୁ ଲୋକ ମାନେ ପାଣି ପାଇଁ ଚିନ୍ତିତ ହୋଇ ପଡିଛନ୍ତି ।
ନିର୍ଦ୍ଦିଷ୍ଟ ସମୟ ରେ ପାଣି ଆସୁନି । କେତେବେଳେ ଦିନ ରେ ଆସୁଛି ତ ଆୁ କେତେବେଳେ ରାତି ରେ ପାଣି ଦେଉଛନ୍ତି । ରାତ୍ର ୧୨ଟା ପର୍ଯ୍ୟନ୍ତ ଅପେକ୍ଷା କଲେ ମଧ୍ୟ ପାଣି ଆସୁନାହିଁ । ଆଖପାଖ ବଜାରକୁ ଠିକ୍ ସମୟରେ ପାଣି ଆସୁଥିଲେ ମଧ୍ୟ ଏହି ବସ୍ତିକୁ ପାଣି ଯାଉନାହିଁ ।
କାର୍ଯ୍ୟାଳୟ ତରଫରୁ କହିବା ଅନୁସାରେ ଲୋକ ମାନେ ଘରେ ଘରେ ମିଟର ବସାଇଲେ ମଧ୍ୟ ପାଣି ଆସୁନଥିବାରୁ ଲୋକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଦିନେ ଦିନେ ପାଣି କୁ ଚାହିଁ ଚାହିଁ ଲୋକଙ୍କ ରାତି ପାହି ଯାଉଛି ପଛେ ପାଣି ଆସୁନି ବୋଲି ଅଭିଯୋଗ କରିଛନ୍ତି ଲୋକେ ।