Take a fresh look at your lifestyle.

ଗ୍ରୀଷ୍ମ ଅବକାଶରେ ଶିକ୍ଷାର୍ଥୀଙ୍କ ପାଠପଢା ପାଇଁ ଅଭିନବ ପଦକ୍ଷେପ; ଜିଲ୍ଲା ପ୍ରଶାସନପକ୍ଷରୁ ଜାରିହେଲା ଟୋଲ ଫ୍ରିନମ୍ବର

0 15

Get real time updates directly on you device, subscribe now.

ଢେଙ୍କାନାଳ :ଗ୍ରୀଷ୍ମ ଅବକାଶରେପ୍ରଥମରୁ ଦଶମଶ୍ରେଣୀପର୍ଯ୍ୟନ୍ତ ଶିକ୍ଷାର୍ଥୀଙ୍କ ପାଠପଢାକୁଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷ୍ୟା ବିଭାଗ ତରଫରୁ ଅବସରକାଳୀନ ଗୃହ କାର୍ଯ୍ୟ ଆରମ୍ଭ କରାଯାଇଛି I ଛାତ୍ରଛାତ୍ରୀଙ୍କ ଗୃହକାର୍ଯ୍ୟସମ୍ଭଦ୍ଧିତ ସମସ୍ୟାର ସମାଧାନ କରିବା ପାଇଁ ସମଗ୍ର ଶିକ୍ଷା,ଢେଙ୍କାନାଳ ପକ୍ଷରୁ ଏକ ସହାୟତା କେନ୍ଦ୍ର ସ୍ଥାପନ କରାଯାଇ ଦେୟମୁକ୍ତ ଟେଲିଫୋନ ନମ୍ବର ୧୮୦୦-୩୪୫-୭୫୨୨ ଜାରି କରାଯାଇଛିI

ଏହି କାର୍ଯ୍ୟ କ୍ରମଟି ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ନିବେଦିତା ପାଣିଙ୍କ ଦ୍ଵାରା ତା ୧.୦୫.୨୦୨୩ ରିଖ ଦିନ ଉଦଘାଟିତ ହୋଇଯାଇଛି I ଗ୍ରୀଷ୍ମ ଅବକାଶ କାଳୀନ ପାଠ୍ୟକ୍ରମରେ ଅନୁଭୂତ ବିଭିନ୍ନ ସମସ୍ୟାର ସରଳ ସମାଧାନ ନିମନ୍ତେ ଅଭିଜ୍ଞ ଶିକ୍ଷକଙ୍କୁ ନିୟୋଜନ କରାଯାଇଛିI ଛାତ୍ରଛାତ୍ରୀମାନଙ୍କୁ ,ଅଭିବାବକମାନଙ୍କୁ ଓ ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁଶିକ୍ଷା ସମ୍ପର୍କିତ ସହାୟତା ପ୍ରଦାନ କରିବା ସହିତ ଅବସରକାଳୀନ ଗୃହ କାର୍ଯ୍ୟକୁ ତଦାରଖ କରିବେ I

ଉପରୋକ୍ତ ଦେୟମୁକ୍ତ ନମ୍ବର କୁ ରବିବାର ଓ ସରକାରୀ ଛୁଟିଦିନ ବ୍ଯତୀତ ଅନ୍ୟ କାର୍ଯ୍ୟ ଦିବସରେ ସକାଳ ୬ ଘଟିକା ରୁ ସନ୍ଧ୍ଯା ୬ ଘଟିକା ମଧ୍ୟରେ ବ୍ୟବହାର କରି ଏହି ସହାୟତା କେନ୍ଦ୍ରର ସାହାଯ୍ୟ ନେଇପାରିବେ I

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.