Take a fresh look at your lifestyle.

ଗଂଜେଇ ମାଫିଆ ସମେତ ୨ ଅଟକ

0 1

Get real time updates directly on you device, subscribe now.

ଭୁବନ: ଗଂଜେଇ ବ୍ୟବସାୟ ରେ ପୂର୍ବରୁ ଆଠ ମାସ ଜେଲରେ ରହିଆସିଥିବା ଜଣେ ବ୍ୟକ୍ତିଙ୍କୁ ସୋମବାର ଅପରାହ୍ନରେ ୨ କୁଇଣ୍ଟାଲରୁ ଉର୍ଦ୍ଧ ଯାହାକି ନଅଟି ଜରି ବସ୍ତାରେ ଯାହାର ଆନୁମାନିକ ବଜାର ଦର ଦଶ ଲକ୍ଷରୁ ଉର୍ଦ୍ଧ ହେବ ବୋଲି ପ୍ରାଥୀମିକ ଅକଳନ ରୁ ଜଣାଯାଇଛି |

ପୋଲିସ ଓ ଅବକାରୀ ର ମିଳିତ ଚଢ଼ାଉ ଫଳରେ ଏହି ସଫଳତା ମିଳିଛି | ଖବର ନେବାରେ ଜଣାଯାଏ ଯେ ଭୁବନ ଥାନା ଅନ୍ତର୍ଗତ ନୂଆଭୁବନର ଏକ ପୂରର ବାଦାମମିଲ ଏବେ କାଠ ଫର୍ନିଚର କାରଖାନା ରୁ ରେ ଅପରାହ୍ନ ରେ ଗୋଟିଏ ବ୍ରାଉନ ରଙ୍ଗ କାର ରେ ପାଖାପାଖି 2 କୁଇଣ୍ଟାଲ ରୁ ଉର୍ଦ୍ଧ ଗଂଜେଇ ଅନଲୋଡ ହେଉଥିବା ବିଷୟରେ ପୋଲିସ ଓ ଅବକାରୀ ବିଭାଗ ଉଚ୍ଚ ଅଧିକାରୀ ଙ୍କ ଠାରୁ ଖବର ପାଇ ଚଢ଼ାଉ କରିଥିଲେ |

ବ୍ୟବସାୟୀ ବି ଚତୁରତା ସହିତ କାର ଟି କୁ ଖସାଇ ନେବାକୁ ସକ୍ଷମ ହୋଇଥିଲା | କାରଖାନା ର ମୁଖ୍ୟ ଫାଟକ ତାଲା ପକାଇ ବ୍ୟବସାୟୀ ପଳାଇଯାଇଥିଲେ | ପୋଲିସ ଓ ଅବକାରୀ ବିଭାଗ ମିଳିତ ଭାବେ ଫାଟକ ତାଲା ଭାଙ୍ଗି କାରଖାନାରେ ପଶିଥିଲେ |

କାରଖାନା ରେ ବିଛୁରିତ ଭାବେ ପଡ଼ିଥିବା ଗଂଜେଇ ପ୍ୟାକେଟ ସହ ଭୁବନ ଥାନା ଏବଂ ଅବକାରୀ ବିଭାଗ ର ମିଳିତ ଚଢ଼ାଉରେ ରେ ଗଂଜେଇ ଜବତ ହୋଇଛି | ଗଂଜେଇ ମାଫିଆ ଭୁବନ ଏନଏସି ଗୁଜୁରୀ ହାଟ ଅଂଚଳର ସତ୍ୟାନନ୍ଦ ସାହୁ ଙ୍କ ସହ ଦୁଇଜଣଙ୍କୁ ଭୁବନ ପୋଲିସ ଅଟକ ରଖି ତଦନ୍ତ ଜାରି ରଖିଛି |

ଭୁବନ ଥାନାଧିକାରୀ ସୌଭାଗ୍ୟ କୁମାର ସ୍ୱାଇଁ ଓ ଅବକାରୀ ଅଧିକାରୀ ସୌରଭ କୁମାର ମିଶ୍ର ଘଟଣା ସ୍ଥଳରେ ରହି ଗଂଜେଇ କିଭଳି ଦିନ ଦ୍ୱିପ୍ରହରରେ ଭୁବନ ଭଳି ଏକ ଜନ ଗହଳି ପୂର୍ଣ୍ଣ ସ୍ଥାନ କୁ ଆସିପାରୁଛି |

ଏହି ଗଂଜେଇ କେଉଁଠାରୁ ଆସିଲା ତାହା ତଦନ୍ତ ପରିସର ଭୁକ୍ତ | ଗତ କାଲି ଅର୍ଥାତ ରବିବାର ରାତି ଜାତୀୟ ରାଜପଥ 53ର ବାଇପାସ ରେ ଇଟସ୍ତତଭାବେ ବୁଲୁଥିବା ଛତିଶଗଡ଼ର ଜଣେ ବ୍ୟବସାୟୀଙ୍କୁ ଭୁବନ ପୋଲିସ ପାଟ୍ରୋଲିଙ୍ଗ ସମୟରେ କାର ସହ ଅଟକ ରଖିଥିଲେ | ତାଙ୍କ ନିକଟ ତେର ଲକ୍ଷରୁ ଉର୍ଦ୍ଧ ଟଙ୍କା ଥିବାର ଜଣାପଡିଥିଲା |

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.