Take a fresh look at your lifestyle.

ଗଡ଼ପଳାଶୁଣି ଗାଁର କୁନି ପାତ୍ର ନଡାହସ୍ତ ଶିଳ୍ପ ରେ ପାଇଲେ ଜାତୀୟ ପୁରସ୍କାର

କଙ୍କଡାହାଡ଼ ବ୍ଲକ ସାମ୍ବାଦିକ ସଂଘ ତରଫରୁ ପ୍ରଶଂସାପତ୍ର ପ୍ରଦାନ

0 35

Get real time updates directly on you device, subscribe now.

କଙ୍କଡାହାଡ଼: କଙ୍କଡାହାଡ଼ ବ୍ଲକ ଗଡ଼ପଳାଶୁଣି ଗ୍ରାମର ରଞ୍ଜନ ବେହେରାଙ୍କ ପତ୍ନୀ କୁନି ପାତ୍ର ନଡ଼ାହସ୍ତ ଶିଳ୍ପ ପାଇଁ ପାଇଲେ ଜାତୀୟ ପୁରସ୍କାର ।କୁନି ନଡାରୁ ଜ୍ଞାନ କୌଣସିରେ ବିଭିନ୍ନ ପ୍ରକାର ସାମଗ୍ରୀ ତିଆରି କରି ପୂର୍ବରୁ ରାଜ୍ୟ ସରକାରଙ୍କ ଠାରୁ ପୁରସ୍କୃତ ହେଇଥିଲେ ।ଆଦିବାସୀ ଅଧ୍ୟୁଷିତ କଙ୍କଡାହାଡ଼ ବ୍ଲକ ର ଜଣେ ମହିଳା ନିଜେ ସ୍ୱାବଲବୀ ହେବା ସହିତ ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।

ଗଡ଼ପଳାଶୁଣି ସରକାରୀ ଉଚ୍ଚ ବିଦ୍ୟାଳୟର ପୁର୍ବତନ ପ୍ରଧାନ ଶିକ୍ଷକ ଦୁର୍ଯ୍ୟୋଧନ ବେହେରା କୁହନ୍ତି ଓଡିଶା ସରକାର ଓ କେନ୍ଦ୍ର ସରକାର ପଲି ର ଏକ ବୋହୁ ଙ୍କୁ ପ୍ରଶଂସା କରି ଜାତୀୟ ପୁରସ୍କାର ଦେଇଥିବାରୁ ଅନ୍ୟ ମାନେ ଉତ୍ସହିତ ହେବା ସହିତ ନିଜେ ନୂତନ ଜ୍ଞାନ କୌଶଳ ଉପାୟରେ ଆଗକୁ ବଢି ପାରିବେ ବୋଲି ମତପ୍ରକାଶ କରିଛନ୍ତି ।

କୁନି କହିଛନ୍ତି ମୁଁ ଜାତୀୟ ପୁରସ୍କାର ପାଇଥିବାରୁ ବହୁତ ଖୁସି ଅଛି ଓ ମୋର ପରିଶ୍ରମର ମୂଲ୍ୟ ମୁଁ ପାଇଲି । ଅଦରକାରୀ ନଡାରୁ ଫଟ ଚିତ୍ର କରାଯାଉଛି ।ମୁଁ ଚାହୁଁଚି ମୋ ଭଳି ଅନ୍ୟ ସ୍ତ୍ରୀ ଲୋକ ଓ ଝିଅ ମାନେ ଘରେ ଯେତେବେଳେ କିଛି କାମ ନାହିଁ ଘରେ ବସିଛନ୍ତି ଆସନ୍ତୁ ଏହି କାମ କରି ଉପକୃତ ହୁଅନ୍ତୁ । ମୁଁ ଏହି କାମକୁ ଦୀର୍ଘ ୧୦ ରୁ ୧୨ ବର୍ଷ ହେଲାଣି କରି ଆସୁଛି ଏହାକୁ ମୁଁ ମଧ୍ୟ ଆଗକୁ ଜାରି ରଖିବି ।ଆମ ସାହିରେ ଜଣେ ଶିକ୍ଷକ ପ୍ରଦୀପ୍ତ କୁମାର ନାୟକ ତାଙ୍କ ଠାରୁ ଶିକ୍ଷା ଲାଭ କରି ଏହି କାମ କରି ଜାତୀୟ ସ୍ତରୀୟ ପୁରସ୍କାର ପାଇଛି ।

ଏହି ଖବର ପାଇ କଙ୍କଡାହାଡ଼ ବ୍ଲକ ସାମ୍ବାଦିକ ସଂଘ ତରଫରୁ ସଂଘ ସଭାପତି ରାଜେଶ କୁମାର ଦେହୁରୀଙ୍କ ନେତୃତ୍ୱରେ କୁନି ଘରେ ପହଁଚି କୁନି ପାତ୍ର ଙ୍କୁ ପ୍ରଶଂସାପତ୍ର, ଉତୋରିୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ କଙ୍କଡାହାଡ଼ ବ୍ଳକ ସାମ୍ବାଦିକ ସଂଘର ଦିପେଶ ପଣ୍ଡା, ଅରବିନ୍ଦ ପାଳ, ରିତେଶ ବ୍ରହ୍ମା, ଚଗଲା ଦେହୁରୀ, ଟୁକୁନ ବିଶ୍ୱାଳ, କ୍ଷୀରୋଦ ଦେହୁରୀ, ରଞ୍ଜିତ ସାହୁ, ଦୀପକ ସାହୁ, ବିରଞ୍ଚି ସାହୁ,  ଶଙ୍କର୍ଷଣ ନାଏକ, ଦୀପ୍ତିରଞ୍ଜନ ସାହୁ, ଜିତେନ୍ଦ୍ର ପାଣି, ସୁବାସ ପଧାନ, ଉପଦେଷ୍ଟା ବିରବର ସାହୁ ଉପସ୍ଥିତ ଥିଲେ । କୁନିଙ୍କ ସଫଳତାରେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.