Take a fresh look at your lifestyle.

ଆରୋଗ୍ୟମ୍ ଯୋଗ ଏବଂ ୱେଲ୍- ଫେୟାର ଆସୋସିଏସନ୍ ଦ୍ୱାରା  ବିଶ୍ୱ ଏଡ଼ସ୍ ଦିବସ ପାଳିତ

0 18

Get real time updates directly on you device, subscribe now.

ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକ୍ ଅନ୍ତର୍ଗତ କାକୁଡିଭାଗ ପଞ୍ଚାୟତ  କୋଇଲିପଙ୍ଗି ଗ୍ରାମସ୍ଥିତ ଦେବେନ୍ଦ୍ର ଶତପଥୀ ମେମୋରିଆଲ କଲେଜ ପରିସରରେ , ଆରୋଗ୍ୟମ୍ ଯୋଗ ଏବଂ ୱେଲ୍ ଫେୟାର ଆସୋସିଏସନ୍ (ଆଇୱା) ପକ୍ଷରୁ ବିଶ୍ୱ ଏଡ଼ସ୍  ଦିବସ ପାଳିତ ହୋଇଯାଇଛି ।

ମହାବିଦ୍ୟାଳୟ ପରିସରରେ ପ୍ରଯ୍ୟାୟ କ୍ରମେ  ଡିଗ୍ରୀ ଵିଭାଗରେ ଓ ପରେ ହାୟର ସେକେଣ୍ଡାରି ଵିଭାଗ ର ଛାତ୍ରୀ ଓ ଛାତ୍ରଙ୍କୁ ନେଇ  ଆଇୱା ର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଡିଗ୍ରୀ କଲେଜ୍ ର ଅଧ୍ୟକ୍ଷା ମଞ୍ଜୁଶ୍ରୀ ମୁଖୀ ଓ ହାୟର ସେକେଣ୍ଡାରି ର ଅଧ୍ୟକ୍ଷ ଶ୍ରୀ  ଚନ୍ଦ୍ରଶେଖର ପଣ୍ଡା ସଚେତନତା କାର୍ଯ୍ୟକ୍ରମର ପ୍ରାରମ୍ଭରେ ମଣିଷ ଶରୀରରେ  ରୋଗ ପ୍ରତିରୋଧକ ଶକ୍ତି ଓ ସୁସ୍ଥ ଜୀବନଯାପନ ଏବଂ ଛାତ୍ର ଜୀବନରେ ଶୃଙ୍ଖଳିତ ଜୀବନ ଶୈଳୀ ଉପରେ ସକ୍ଷିପ୍ତ ଵିଵରଣୀ ଦେଇ ଆଇୱା କର୍ମକର୍ତ୍ତା ମାନଙ୍କୁ ବିଶ୍ଵ ଏଡ଼ସ୍ ଦିବସ ଓ ଏଚ୍.ଆଇ.ଭି  ଉପରେ ବିସ୍ତୃତ ଭାବରେ  ଆଲୋଚନା କରିବାପାଇଁ ଦାୟିତ୍ଵ ଦେଇଥିଲେ ।

ଆଇୱା ର ସମ୍ପାଦକ ପ୍ରଭାସ ଚନ୍ଦ୍ର ପାଢୀ ପ୍ରମୁଖ ଆଲୋଚନା ଚକ୍ରରେ ଏଚ୍.ଆଇ.ଭି  ର ଇତିହାସ  ଏବଂ ଉତ୍ପତ୍ତି ଉପରେ ଆଲୋକପାତ କରି ପ୍ରଶ୍ନୋତ୍ତର  ମାଧ୍ୟମରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥିଲେ ।

ଆସୋସିଏସନ୍ ର ଅନ୍ୟତମ କର୍ମୀ ନିବେଦିତା ସାହୁ ଏ ବର୍ଷ  ର ବିଶ୍ୱ ଏଡ଼ସ୍ ଦିବସ ପାଳନର ଵିଷୟବସ୍ତୁ “ଇକ୍ୱାଲାଇଜ୍” ବା “ସମାନତା” ଉପରେ ଆଲୋଚନା କରି ଅଧ୍ୟାପିକା , ଅଧ୍ୟାପକ ଏବଂ ଛାତ୍ରୀଛାତ୍ର ଙ୍କ ମଧ୍ଯରେ ସଚେତନତା ସୃଷ୍ଟି କରିଥିଲେ ।  ଆସୋସିଏସନ୍ ର ନିର୍ଦ୍ଦେଶିକା ଅନସୂୟା ମିଶ୍ର ଏଚ୍.ଆଇ. ଭି ଏବଂ ଏଡସ୍ ମଧ୍ୟରେ ଥିବା ପାର୍ଥକ୍ୟକୁ ଵୁଝାଇ ବିଶ୍ୱ ଏଡ଼ସ୍ ଦିବସ ପାଳନର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ ।

ଆଲୋଚନା ଚକ୍ରର ଶେଷରେ ଆଇୱାର ଯୋଗ ପ୍ରଶିକ୍ଷିକା ମନସ୍ୱିନୀ ମିଶ୍ର , ଯୋଗଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ଵୃଦ୍ଧି ତଥା ସୁସ୍ଥ ଓ ନିରୋଗ ଜୀବନ ଯାପନ ପାଇଁ ଯୋଗର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଆଲୋଚନାର ଶେଷ ପର୍ଯ୍ୟାୟରେ ସର୍ବସମ୍ମତି କ୍ରମେ , ଏଚ୍. ଆଇ. ଭି ସଂକ୍ରମିତ ବ୍ୟକ୍ତିଙ୍କ ପ୍ରତି ସହୃଦୟତା ଏବଂ ସମାନତା ଆଚରଣ କରିବା ପାଇଁ ନିଷ୍ପତ୍ତି ନିଆ ଯାଇଥିଲା । କାର୍ଯ୍ୟକ୍ରମର ଶେଷରେ ଆସୋସିଏସନ୍ ର ଅନ୍ୟତମ  କର୍ମୀ ପ୍ରିୟବ୍ରତ ଦାଶ ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.