Take a fresh look at your lifestyle.

ବିଶ୍ଵ ଜଳ ଦିବସ ପାଳିତ

0 9

ଢେଙ୍କାନାଳ:୨ ନମ୍ବର ୱାର୍ଡରେ ଅବସ୍ଥିତ ଡଃ ଦାଶରଥି ମିଶ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଅଦ୍ଯ ତା୨୨.୦୩.୨୦୨୨ ରିଖ ମଙ୍ଗଳବାର ରେ ବିଶ୍ଵ ଜଳ ଦିବସ ପାଳିତ ହୋଇଯାଇଛି।

ଏହି ଦିବସ ଉପଲକ୍ଷେ ଏକ ସଭାର ଆୟୋଜନ କରାଯାଇଥିଲା। ଏହି ସଭାରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଅଞ୍ଜନା ମିଶ୍ର ପୌରହିତ୍ୟ କରି ଜଳହି଼ ଜୀବନ ଉପରେ ନିଜର ଚିନ୍ତାଧାରା ବ୍ୟକ୍ତ କରି ଜଳ ସମ୍ପଦ ର ସଂରକ୍ଷଣ କରିବା ପାଇଁ ପରାମର୍ଶ ଦେଇଥିଲେ। ବିଜ୍ଞାନ ଶିକ୍ଷୟିତ୍ରୀ ସରଳା ସାହୁ ଜଳର ଉପଯୁକ୍ତ ବିନିଯୋଗ କିପରି ହୋଇପାରିବ ତା ଉପରେ ଆଲୋଚନା କରିଥିଲେ।

ଶିକ୍ଷକ ଶ୍ରୀ ଅଶୋକ କୁମାର ପ୍ରଧାନ ପ୍ରଦୂଷିତଜଳ କୁ କିପରି ବିଶୁଦ୍ଧ କରି ବିଭିନ୍ନ କାର୍ଯ୍ୟରେ ବ୍ୟବହୃତ ହୋଇପାରିବ ତା ଉପରେ ନିଜର ବକ୍ତବ୍ୟ ରଖି ଥିଲେ। ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ରାହୁଳ କୁମାର ନାଥ, ରାଇମୋହନ ପୂର୍ତ୍ତି, କୃଷ୍ଣ କୁମାର ବେହେରାଙ୍କୁ,ଶ୍ରାବଣୀ ଦେହୁରୀ ପ୍ରଭୃତି ଜଳ ସମ୍ପଦ ର ସୁପରିଚାଳନା ଉପରେ ବକ୍ତୃତା ପ୍ରଦାନ କରି ପୁରସ୍କୃତ ହୋଇଥିଲେ।

ଶେଷରେ ଶିକ୍ଷୟିତ୍ରୀ ଶ୍ରୀମତୀ କବିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ।

- Advertisement -

Leave A Reply

Your email address will not be published.