Take a fresh look at your lifestyle.

ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପ ସଂପର୍କରେ ଆଲୋଚନା ବୈଠକ ଅନୁଷ୍ଠିତ

କୁମ୍ଭକାର ନିଯୋଗ ଏବଂ ସ୍ବେଚ୍ଛାସେବୀ ସଂଗଠନ ମାନଙ୍କୁ ପ୍ରକଳ୍ପ ସୂଚନା ପ୍ରଦାନ

0 34

Get real time updates directly on you device, subscribe now.

କୋଣାର୍କ : ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ସୌନ୍ଦର୍ଯ୍ୟକରଣ ଏବଂ ଶ୍ରଦ୍ଧାଳୁ ମାନଙ୍କ ନିମନ୍ତେ ବିଭିନ୍ନ ସେବା ଓ ସୁବିଧା ଯୋଗାଇ ଦେବା ନିମନ୍ତେ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥିନିମନ୍ତେ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପ ଅଧିନରେ କାର୍ଯ୍ୟ ଯାରି ରହିଛି ।
ଏ ସଂପର୍କିତ ସୂଚନା ଜିଲ୍ଲା ପ୍ରଶାସନ ପକ୍ଷରୁ ସହରର ବିଭିନ୍ନ ଅନୁଷ୍ଠାନ ଏବଂ ସଂସ୍ଥା ମାନଙ୍କୁ ପ୍ରଦାନ କରାଯାଉଛି । ଏହି ସଂକ୍ରାନ୍ତରେ  ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷରେ କୁମ୍ଭକାର ନିଯୋଗ ଏବଂ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ମାନଙ୍କ ସହ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ସଂପର୍କରେ ସ୍ଥାନୀୟ ପ୍ରଦକ୍ଷଣ ଗୃହ ସମ୍ମିଳନୀରେ ଅନୁଷ୍ଠିତ ହୋଇଛି ।
ଉକ୍ତ ପ୍ରକଳ୍ପର ଆବଶ୍ୟକତା ସଂପର୍କରେ ଜିଲ୍ଲାପାଳ ଉପସ୍ଥାପନ କରିଥିଲେ । ଏହି ପ୍ରକଳ୍ପ କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ଖଣ୍ତେଲାଇଟ ପଥର ଦ୍ବାରା ନିର୍ମାଣ କରାଯିବ ।  ଭକ୍ତ ମାନଙ୍କ ସେବା ଓ ସୁବିଧା ନିମନ୍ତେ ବିଭିନ୍ନ ପଦକ୍ଷେପ ନିଆଯିବା ସହ ସମସ୍ତଙ୍କ ସହଯୋଗରେ ଏହାର ସୁଫଳ ସୁଦୂର ପ୍ରସାରି ହେବ ।
ପରିକ୍ରମା ମାର୍ଗର ୭୫ ମିଟର ମଧ୍ୟରେ ସବୁଜିମା ବୃଦ୍ଧି, ସାଧାରଣ ସୁବିଧା ଉପଲବ୍ଧ କରାଇବା, ଶୌଚାଳୟ, ଆଶ୍ରୟସ୍ଥଳୀ, ପୋଲିସ କଣ୍ଟ୍ରୋଲ ରୁମ, ସୂଚନା ଓ ଆଶୁ ଚିକିତ୍ସା କେନ୍ଦ୍ର, ଜୋତା ଓ ସାମଗ୍ରୀ ରଖିବା ସ୍ଥାନ, ୨୪ ଘଣ୍ଟିଆ ପାଣି ଓ ବିଦ୍ୟୁତ ଯୋଗାଣ ଆଦି ବ୍ୟବସ୍ଥା ରହିବ ।
ଏଥିସହ ଉକ୍ତ ପ୍ରକଳ୍ପ ପାଇଁ ମନ୍ଦିର ଓ ସ୍ଥାନୀୟ ପର୍ବପର୍ବାଣି ଏବଂ ନୀତିକାନ୍ତି ଯେପରି ବ୍ୟାହତ ନହୁଏ ଏଥିପ୍ରତି ଧ୍ୟାନ ଦିଆଯିବ ବୋଲି ଜିଲ୍ଲାପାଳ କହିଥିଲେ  ।
ଉକ୍ତ ବୈଠକରେ ଉପସ୍ଥିତ ବ୍ୟକ୍ତି ବିଶେଷ ମାନେ ପ୍ରକଳ୍ପ ସଂପର୍କରେ ଜାଣି ଖୁସିବ୍ୟକ୍ତ କରିବା ସହ ସମସ୍ତ ସହଯୋଗ କରିବାକୁ କହିଥିଲେ ।

 

ଉକ୍ତ ବୈଠକରେ ସ୍ବତନ୍ତ୍ର ଭୂ ଅର୍ଜନ ଅଧିକାରୀ ଶ୍ରୀ କୈଳାଶ ଚନ୍ଦ୍ର ନାୟକ ଉପସ୍ଥିତ ଥିବାବେଳେ ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ ସଭାକାର୍ଯ୍ୟ ପରିଚାଳନା ସହ ଏହି ପ୍ରକଳ୍ପ ସଂକ୍ରାନ୍ତୀୟ ସମସ୍ତ ସୂଚନା ବୈଠକରେ ପ୍ରଦାନ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.