ଢେଙ୍କାନାଳ : ଭୁବନେଶ୍ୱର ରେ କାର୍ଯ୍ୟରତ ସିଆରପିଏଫ କାର୍ଯ୍ୟରତ ଯବାନ୍ ଧ୍ରୁବ ଚରଣ ସାମଲ ଙ୍କ ପରଲୋକ ହୋଇଛି I ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଚନ୍ଦ୍ରଶେଖରପୁର ଗ୍ରାମର ପୁଅ ବୀର ଯବାନ ଧ୍ରୁବ ଚରଣ ସାମଲ ଅସୁସ୍ତ ହୋଇ ଡାକ୍ତରଖାନା ରେ ବରତି ହୋଇ ଥିଲେ I ସୁସ୍ତ ହୋଇ ଘର କୁ ଆସିବା ପରେ ତାଙ୍କର ମୃତ୍ୟୁ ହୋଇଛି I ତାଙ୍କୁ ଅଞ୍ଚଳ ବାସୀଙ୍କ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି।ଭୁବନେଶ୍ୱର ରେ କାର୍ଯ୍ୟରତ ସିଆରପିଏଫ ଯବାନ୍ ଧ୍ରୁବ ଚରଣ ସାମଲ କାର୍ଯ୍ୟରତ ଥିବା ବେଳେ ଅସୁସ୍ଥ ହୋଇ ଚିକିତ୍ସା ହେବା ପାଇଁ ଘରକୁ ଆସିଥିଲେ l
ନିଜ ବାସ ଭାବନାରେ ପରଲୋକ ହୋଇଛି। ଯାହାକୁ ନେଇ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ମର ଶରୀର କୁ ଗ୍ରାମ ପରିକ୍ରମା କରାଇବା ସହ ହଜାର ହଜାର ଜନତା ତାଙ୍କର ଶେଷ ଦର୍ଶନ କରିବା ପରେ ସଂକୀର୍ତ୍ତନ ଶୋଭା ଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇଥିଲା l ନିଜ ଗ୍ରାମ ଶ୍ମଶାନ କୁ ନିଆଯାଇ ସେଠାରେ ଗାର୍ଡ ଅଫ ଅନୋର ଦିଆଯାଇଥିଲା। ଧ୍ରୁବ ସାମଲ ଆମର ରହେ ଧ୍ଵନି ରେ ଗଗନ ପବନ ପ୍ରକମ୍ପିତ ହୋଇଥିଲା l ଶେଷକୃତ୍ୟ ସମ୍ପନ୍ନ କରାଯାଇ ଥିଲା। ସେ ଶାନ୍ତ ସରଳ ମିଷ୍ଠା ଭାସି ପରୋପକାରୀ ଥିଲେ। ଗ୍ରାମର ସାମାଜିକ ଆଧ୍ୟାତ୍ମିକ କାର୍ଯ୍ୟରେ ସେ ନିଜକୁ ସାମିଲ ରଖୁଥିଲେ। ତାଙ୍କ ମୃତ୍ୟୁ ରେ ସ୍ଥାନୀୟ ଅଞ୍ଚଳରେ ଶୋକ ର ଛାୟା ଖେଳି ଯାଇଛି।
 
			 
						