Take a fresh look at your lifestyle.

୫ ଟି ସଚିବ ଙ୍କ ମହିମାଗାଦୀ ଗସ୍ତ ପାଇଁ ସଜବାଜ: ସ୍ଥିତି ପରଖିଲେ ବାବି ଦାସ

0 4

Get real time updates directly on you device, subscribe now.

ଢେଙ୍କାନାଳ: ଢେଙ୍କାନାଳ ଜିଲା ବିଶ୍ୱ ପ୍ରସିଦ୍ଧ ମହିମା ଧର୍ମର ପୀଠ ଯୋରନ୍ଦାର ରୂପରେଖ ବଦଳିବ । ମହିମାଗାଦୀ ଯୋରନ୍ଦାକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ ସ୍ଥଳିରେ ପରିଣତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରୟାସ ଜାରି ରହିଛି । ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଢେଙ୍କାନାଳ ଜିଲାର ପର୍ଯ୍ୟଟନ ସ୍ଥଳି ଗୁଡିକର ବିକାଶ ପାଇଁ ପ୍ରଦତ ୫୦ କୋଟି ଟଙ୍କା ମଧ୍ୟରୁ ୧୦ କୋଟି ଟଙ୍କା ବ୍ୟୟରେ ମହିମାଗାଦୀ ଯୋରନ୍ଦା ପୀଠର ଉନ୍ନତିକରଣ କାର୍ଯ୍ୟ ଆରମ୍ଭ ହୋଇଛି ।

ମହିମା ପୀଠରେ ଚାଲିଥିବା ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିବା ପାଇଁ ଆସନ୍ତା ୨୯ ତାରିଖ ଦିନ ରାଜ୍ୟ ସରକାରଙ୍କ ୫ଟି ସଚିବ ଭି. କାର୍ତିକେୟାନ ପାଣ୍ଡିଆନ୍ ମହିମାଗାଦୀ ଯୋରନ୍ଦା ପରିଦର୍ଶନରେ ଆସୁଛନ୍ତି ।ଏଥିପାଇଁ ପ୍ରସ୍ତୁତି ଜୋର ଧରିଛି । ଏହି ଉପଲକ୍ଷେ ଶନିବାର ଦିନ ରାଜ୍ୟ ସଂଗଠନ ସମ୍ପାଦକ ତଥା ଢେଙ୍କାନାଳ ପ୍ରଭାଋ ପ୍ରଣବ ପ୍ରକାଶ ଦାସ(ବାବି) ଏବଂ ଢେଙ୍କାନାଳ ବିଧାୟକ ସୁଧିର କୁମାର ସାମଲ, ଜିଲାପାଳ ସରୋଜ କୁମାର ସେଠୀ ପ୍ରମୁଖ ମହିମାଗାଦୀ ଯୋରନ୍ଦାରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିିଛନ୍ତି l

ଏହି ଅବସରରେ ବିଧାୟକ ଏବଂ ଜିଲାପାଳ ବକ୍କଳଧାରୀ ଓ କୌପୀନଧାରୀ ମହିମା ସନ୍ୟାସୀ, ସ୍ଥାନିୟ ପଂଚାୟତ ପ୍ରତିନିଧି ଓ ଅଂଚଳବାସୀଙ୍କ ସହ ଆଲୋଚନା କରି ସେମାନଙ୍କର ମତାମତକୁ ମଧ୍ୟ ଗ୍ରହଣ କରିଥିଲେ ।. ୫ଟି ସଚିବ ମହିମାଗାଦୀ ଗସ୍ତ କରିବା ସମୟରେ ବକ୍କଳଧାରୀ ଓ କୌପୀନଧାରୀ ମହିମା ସନ୍ୟାସୀଙ୍କ ସହିତ ଏକାଠି ମିଶି ପ୍ରସାଦ ସେବନ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।

ପୀଠରେ ପର୍ଯ୍ୟଟକ ମାନଙ୍କର ଆକର୍ଷଣ ପାଇଁ ରାସ୍ତାଘାଟ, ଉନ୍ନତମାନର ଶୌଚାଳୟ, ପାର୍କ, ପୋଖରୀ ଗୁଡିକର ପୁନଃରୁଦ୍ଧାର, ପର୍ଯ୍ୟଟକ ମାନଙ୍କର ବିଶ୍ରାମସ୍ଥଳ, ପୀଠରେ ଥିବା ବଡ ବଡ ମଠ, ଆଶ୍ରମ ଓ ମନ୍ଦିର ଗୁଡିକ ଚିହ୍ନଟ ପାଇଁ ସାଇନେଜ୍ ବ୍ୟବସ୍ଥା ଏବଂ ସମଗ୍ର ପୀଠକୁ ଆଲୋକିକରଣ କରିବା ପାଇଁ କାର୍ଯ୍ୟ ଜାରି ରହିଛି ।. ରାଜ୍ୟ ସରକାର ମହିମାଧର୍ମର ପୀଠ ଯୋରନ୍ଦାକୁ ବିଶ୍ୱସ୍ତରୀୟ କରିବା ପାଇଁ ପ୍ରୟାସ ଜାରି ରଖିଥିବାରୁ ସ୍ଥାନିୟ ଅଂଚଳବାସୀ, ଉଭୟ ଗୋଷ୍ଠୀ ସାଧୁ ସନ୍ଥ ମାନଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି l

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.