Take a fresh look at your lifestyle.

ପୁଷ୍ଟିଶସ୍ୟ ଉଭୟ ମଣିଷ ତଥା ପରିବେଶ ନିମନ୍ତେ ଜରୁରୀ

ଢେଙ୍କାନାଳ ରେ ଗଡିଲା ପୁଷ୍ଟିଶସ୍ୟ ସଚେତନତା ରଥ

0 34

ଢେଙ୍କାନାଳ : ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ଓଡ଼ିଶା ମିଲେଟ୍ ମିଶନ, ଢେଙ୍କାନାଳ ତରଫରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସର ରେ ପୁଷ୍ଟିଶସ୍ୟ ସଚେତନତା ରଥ ର ଶୁଭ ଉଦ୍ଘାଟନ  ଜିଲ୍ଲାପାଳ  ସରୋଜ କୁମାର ସେଠୀ ଙ୍କ କରକମଳ ରେ ଅନୁଷ୍ଠିତ ହୋଇଯାଇଅଛି।

ଜିଲପାଳ ଶ୍ରୀ ସେଠୀ କମ୍ ପାଣି ଏବଂ ପାହାଡିଆ ଅଞ୍ଚଳ ରେ ପ୍ରତିକୂଳ ପରିବେଶ ମଧ୍ୟରେ ଉତ୍ପାଦିତ ହେଉପାରିଥିବI ପୁଷ୍ଟି ଶସ୍ୟ ଉଭୟ ମଣିଷ ତଥା ପରିବେଶ ନିମନ୍ତେ ଜରୁରୀ ।ଏହା ମଣିଷ ର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରି ସୁସ୍ଥ ସବଳ ରଖିବାରେ ବିଶେଷ ସହାୟକ ହେବା ସହିତ ପରିବେଶ ସୁରକ୍ଷା ରେ ବିଶେଷ ଗୁରୁତ୍ଵ କରିଥାଏ ବୋଲି କହିଥିଲେ ।

ସେ ଆହୁରି କହିଲେ ,ଢେଙ୍କାନାଳ ରେ ୫ ଗୋଟି ବ୍ଲକ ରେ (ଓଡ଼ପଡ଼ା,ହିନ୍ଦୋଳ,କାମାକ୍ଷାନଗର,ଭୁବନ, କଙ୍କଡ଼ାହାଡ଼) ଓଡ଼ିଶା ମିଲେଟ ମିଶନ କାର୍ଯ୍ୟକାରୀ ହେଉଅଛି। ଏଣୁ ଗାଆଁ କୁ ଗାଆଁ ବୁଲି ପୁଷ୍ଟିଶସ୍ୟ ର ବିଭିନ୍ନ ଉପକାରିତା ସମ୍ବନ୍ଧ ରେ ଲୋକମାନଙ୍କୁ ସଚେତନ କରିବାର ଲକ୍ଷ୍ୟ ରହିଅଛି  ।

ଉକ୍ତ ଉଦ୍ଘାଟନୀ ଅବସର ରେ ଜିଲ୍ଲାପାଳ ଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ)  ଉଦୟ କୁମାର ମହାପାତ୍ର ,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ତନ୍ମୟ କୁମାର ଦରୱାନ, ଅତିରିକ୍ତ ମୁଖ୍ୟ ଉର୍ଣ୍ଣୟନ ଅଧିକାରୀ ସରୋଜ ଦତ୍ତ ,ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶରତ କୁମାର ତୋଷ,ଯୋଜନା ଅଧିକାରୀ  ମଧୁସ୍ମିତା ଶତପଥୀ , ଜିଲ୍ଲା ପ୍ରକଳ୍ପ ସଂଯୋଜକ ରାକେଶ କୁମାର ସାହୁ, ହିସାବ ରକ୍ଷକ  ଜୟୀରାମ ପ୍ରଧାନ, ଇଡିଅଟ, ଫାର,ୱାର୍ଡ, ଶେୟାର ଓ ନୁୟୁ ଓରିଶା NGO ର ମୁଖ୍ୟ କର୍ମଚାରୀ  ପ୍ରମୁଖ ସବୁଜ ପତାକା ଦେଖାଇ ସଚେତନତା ରଥ ର ଶୁଭ ଆରମ୍ଭ କରିଥିଲେ।

- Advertisement -

Leave A Reply

Your email address will not be published.