Take a fresh look at your lifestyle.

ଶ୍ରୀ ଜଗନ୍ନାଥ ସେବା ପରିଷଦ ଅପବିତ୍ର ରଥକାଠର ପବିତ୍ରୀକରଣ କରାଯାଉ

0 8

Get real time updates directly on you device, subscribe now.

ଢେଙ୍କାନାଳ : ରଥଗଡା ଠାରେ ଆଗାମୀ ରଥଯାତ୍ରା ଉପଲକ୍ଷେ ରଖାଯାଇଥିବା ରଥକାଠ ଉପରେ ଯୋତାଚପଲ ମାଡି ଚଢିବା, ଅଇଁଠା ପତ୍ର ଓ ଆମିଷ ଦ୍ରବ୍ୟ ପଡିବା ଆଦି କାରଣରୁ ଏହା ସଂପୂର୍ଣ୍ଣ ଅପବିତ୍ର ହୋଇପଡିଛି । ଏଥିପାଇଁ ବିହିତ ପବିତ୍ରୀକରଣ କାର୍ଯ୍ୟ ରାଜପୁରୋଧା ପଂଚାନନ ମିଶ୍ରଙ୍କ ପରାମର୍ଶ କ୍ରମେ କରାଯିବାକୁ “ଢେଙ୍କାନାଳ ଜିଲ୍ଲା ଶ୍ରୀଜଗନ୍ନାଥ ସେବା ପରିଷଦ’ ପକ୍ଷରୁ ଦାବୀ କରାଯାଇଛି ।

ଶନିବାର ମଧ୍ୟାହ୍ନରେ ପରିଷଦର ସଭାପତି ପ୍ରଦୁ୍ୟମ୍ନ ରଥଙ୍କ ଅଧ୍ୟକ୍ଷତା ଓ ଉପଦେଷ୍ଟା ଯୁବରାଜ ଅମରଜ୍ୟୋତି ସିଂହଦେଓଙ୍କ ଉପସ୍ଥିତିରେ ସଭ୍ୟବୃନ୍ଦ ଏହା ଉପରେ ଆଲୋଚନା କରି ଏଥିରେ ଦେବୋତର ଟ୍ରଷ୍ଟି ତଥା ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯିବାକୁ ମତ ଦେଇଥିଲେ ।

ରଥଯାତ୍ରାର ପରଂପରା ଅକ୍ଷୁର୍ଣ୍ଣ ରଖାଯିବାକୁ ବୈଠକରେ ମତପ୍ରକାଶ ପାଇଥିଲା । ଢେଙ୍କାନାଳର ସର୍ବ ପ୍ରାଚୀନ ଓ ସର୍ବବୃହ ଶ୍ରୀ ବଳରାମଜୀଉ ମନ୍ଦିରର ଉପଯୁକ୍ତ ଆଲୋକୀକରଣ ଓ ସଠିକ୍ ସୂଚନା ଫଳକ ଲଗାଯିବାକୁ ସଭ୍ୟବୃନ୍ଦ ମତ ଦେଇଥିଲେ । ସଂପୂର୍ଣ୍ଣ ମନ୍ଦିରକୁ ବର୍ଷା ନିରୋଧି ଧଳା ରଙ୍ଗରେ ଆଚ୍ଛାଦିତ କରାଯିବା ସହ ରଥକାଠର ସୁରକ୍ଷା ପାଇଁ ଗତ ରଥଯାତ୍ରା ବୈଠକରେ ଗୃହୀତ ପ୍ରସ୍ତାବ ଅନୁଯାୟୀ ରଥଗଡା ଠାରେ ଥିବା ଦେବୋତର ଜମି ଉପରେ ଦ୍ୱିତଳ ପ୍ରାସାଦ ନିର୍ମାଣ କରାଯାଇ ରଥକାଠକୁ ଉପଯୁକ୍ତ ସୁରକ୍ଷା ଦିଆଯାଉ ।

ଦେବୋତର ବିଭାଗର ଉନ୍ନୟନ କାର୍ଯ୍ୟ ଏକ କମିଟି ତତ୍ୱାବଧାନରେ କରାଯାଉ ଏବଂ ଏଥିରେ ଶ୍ରୀ ଜଗନ୍ନାଥ ସେବା ପରିଷଦର ଦୁଇଜଣ ପ୍ରତିନିଧିଙ୍କୁ ସ୍ୱତନ୍ତ୍ର ଆମନ୍ତ୍ରୀତ ସଭ୍ୟ ଭାବେ ସ୍ଥାନ ଦିଆଯାଉ । ମନ୍ଦିର ସୂଚନା ଫଳକରେ “ଶ୍ରୀ ସିଦ୍ଧ ବଳରାମଜୀଉ ମନ୍ଦିର-ଢେଙ୍କାନାଳ’ ବୋଲି ଉଲ୍ଲେଖ କରାଯାଉ । ପରିଷଦର ସଂପାଦକ ଭାବେ ଅଶୋକ କୁମାର ନନ୍ଦ ଓ ଯୁଗ୍ମ ସଂପାଦକ ଭାବେ ବିଜୟ କୁମାର ସାହୁଙ୍କୁ ସର୍ବସମ୍ମତ କ୍ରମେ ଦାୟିତ୍ୱ ଅର୍ପଣ କରାଯାଇଥିଲା ।

ବୈଠକରେ ସର୍ବଶ୍ରୀ ପରେଶ ମିଶ୍ର, ତାରାପ୍ରସାଦ ଶତପଥୀ, କ୍ଷେତ୍ରବାସୀ ସାହୁ, ସୁନିଲ ଦାଶ, ମନୋରଞ୍ଜନ ମିଶ୍ର, ପ୍ରଶାନ୍ତ ସାମଲ, ବିପ୍ରବର ସାହୁ, ରମେଶ ପତି, ବସନ୍ତ ବେହେରା, ବିଶ୍ୱନାଥ ବେହେରା ଓ ପ୍ରେମ ଶଙ୍କର ମିଶ୍ର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପରେଶ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.