Take a fresh look at your lifestyle.

ଇନର ହୁଇଲ କ୍ଲବ କପିଳାସ ପକ୍ଷରୁ ଢେଙ୍କାନାଳ ଟାଉନ ହଲ ଠାରେ ପ୍ରତିଭା ଅନ୍ବେଷଣ ସିଜିନ ଟୂଅନୁଷ୍ଠିତ ହୋଇଯାଇଅଛି।

0 117

ଢେଙ୍କାନାଳ : ଇନର ହୁଇଲ କ୍ଲବ କପିଳାସ ଢେଙ୍କାନାଳ ଦ୍ୱାରା ଆୟୋଜିତ ପ୍ରତିଭା ଅନ୍ବେଷଣ ସିଜିନ ଟୂ ସ୍ଥାନୀୟ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହାର ପୂର୍ବାହ୍ନ ଅଧିବେଶନ କୁ ଦିନ ୧୦ଟା ସମୟରେ ଇନର ହୁଇଲ ଡିଷ୍ଟ ୩୨୬ ର ସେକ୍ରେଟାରୀ ଶ୍ରୀମତୀ ମଧୁସ୍ମିତା ତ୍ରିପାଠୀ ଏବଂ ପି ଡି ସି ଶ୍ରୀମତୀ ଈନା ପୁରୋହିତ, ନୃତ୍ୟ ନିର୍ଦେଶକ ବିଜୟ ସାମଲ ଉଦଘାଟନ କରିଥିଲେ ।

ଅନୁଷ୍ଠାନ ଦ୍ୱାରା ପିଲାମାନଙ୍କ ମଧ୍ୟରେ ଡ୍ରଇଂ, ଓଡିଶୀ ନୃତ୍ୟ, ଲଘୁ ନୃତ୍ୟ, ଏବଂ ଗୃହିଣୀ ମାନଙ୍କ ପାଇଁ ଗୃହଲଷ୍ମୀ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହାର ସାଂଧ୍ୟ ଅଧିବେଶନ ରେ ଢେଙ୍କାନାଳ ପୌର ପାଳିକା ର ଚେୟାରମ୍ୟାନ ଶ୍ରୀମତୀ ଜୟନ୍ତୀ ପାତ୍ର ଓ ସମ୍ମାନିତ ଅତିଥି ଭାବରେ ସ୍ଥାନୀୟ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ମନସ୍ତତ୍ଵ ବିଭାଗ ର ଅଧ୍ୟାପିକା ସୁନନ୍ଦା ସ୍ୱାଇଁ ଯୋଗ ଦେଇ କୃତି ପ୍ରତିଯୋଗୀ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ନୂତନ ଭାବରେ ଗଢି ଉଠିଥିବା ଏହି ଅନୁଷ୍ଠାନ ର ସମାଜ ମଙ୍ଗଳ କାର୍ଯ୍ୟ କୁ ଅତିଥି ମାନେ ଭୁୟସୀ ପ୍ରଶଂସା କରିଥିଲେ । ଅନୁଷ୍ଠାନ ର ପ୍ରେସିଡେଣ୍ଟ ଅଧ୍ୟାପିକା ଶ୍ରୀମତୀ ଦୀପ୍ତିବାଳା ମିଶ୍ର କାର୍ଯ୍ୟକ୍ରମ ରେ ସଭାପତିତ୍ୱ କରିଥିବା ବେଳେ, ସେକ୍ରେଟାରୀ ବିଶ୍ଵଭାରତୀ ରଥ,ଏଡିଟର ପୁଷ୍ପରାଣୀ ମିଶ୍ର, ଆଏସୋ ପ୍ରିୟତମା ମିଶ୍ର ମଞ୍ଚ ପରିଚାଳନା କରିଥିଲେ ।

ବରିଷ୍ଠ ସଦସ୍ୟା ଶ୍ରୀମତୀ ତିଳୋତ୍ତମା ଚୌଧୁରୀ ମାନପତ୍ର ପାଠ କରିଥିବା ବେଳେ ସ୍ୱପ୍ନା ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠାନ ର ସମସ୍ତ ସଦସ୍ୟା,ମମତା ମିଶ୍ର, ମନୋଜମଞ୍ଜରୀ ନନ୍ଦ, କୃଷିଦା ବେଗମ, ପ୍ରତିମା ମିଶ୍ର, ଅନନ୍ଦିତା ମିଶ୍ର, କୋଷଧ୍ୟାକ୍ଷା ଅନ୍ନପୂର୍ଣ୍ଣା ବେହେରା, ପ୍ରଭାମୟୀ ପାଢ଼ୀ, ଇନ୍ଦିରା ଦେବତା, ପ୍ରଣତି ପଣ୍ଡା, ମମତା ରଥ ପ୍ରଜ୍ଞା ନନ୍ଦ, ସୁନିତା ସାହୁ, ଅଳକାବତୀ ସାମଲଙ୍କର ସହଯୋଗ ରେ ନାରୀ ମାନଙ୍କର ସମ୍ମାନ ଉଦେଶ୍ୟରେ” ନାରୀ ସେ ସମ୍ମାନୀତା “କାର୍ଯ୍ୟକ୍ରମ କରାଯାଇ ଥିଲା ।

- Advertisement -

Leave A Reply

Your email address will not be published.