Take a fresh look at your lifestyle.

ସମ୍ଭାବ୍ୟ ବାତ୍ୟାର ସଫଳ ମୁକାବିଲା ନିମନ୍ତେ ପ୍ରସ୍ତୁତି ବୈଠକ

0 2

Get real time updates directly on you device, subscribe now.

ଢେଙ୍କାନାଳ : ସମ୍ଭାବ୍ୟ ବାତ୍ୟାର ସଫଳ ମୁକାବିଲା ନିମନ୍ତେ ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଓସୱାନ ହଲ୍ ଠାରେ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି, ଆସନ୍ତା କାଲି ୭ ତାରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ଜରୁରୀକାଳୀନ ସୂଚନା ପ୍ରାପ୍ତି ଓ ପ୍ରସ୍ତୁତି ନିମନ୍ତେ ସମସ୍ତ ବ୍ଲକ୍ରେ ୨୪ ଘଂଟିଆ କଂଟ୍ରୋଲ୍ ରୁମ ଖୋଲିବାକୁ ନିଦେ୍ର୍ଦଶ ଦେଇଛନ୍ତି । ଆମ୍ବୁଲାନ୍ସ ଏବଂ ଆବଶ୍ୟକ ଔଷଧ ସହିତ ଡାକ୍ତରୀଦଳକୁ ପ୍ରସ୍ତୁତ ରଖିବାକୁ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ କହିଛନ୍ତି । ଗର୍ଭବତୀ ମହିଳା, ଶିଶୁ, ବୃଦ୍ଧ, ବୃଦ୍ଧାଙ୍କୁ ପୂର୍ବରୁ ଚିହ୍ନଟ କରି ଆବଶ୍ୟକ ହେଲେ ସେମାନଙ୍କୁ ସ୍ଥାନାନ୍ତର କରିବାକୁ, ଜିଲ୍ଲାର ସମସ୍ତ ବହୁମୁଖୀ ଆଶ୍ରୟ ସ୍ଥଳୀ, ବିଦ୍ୟାଳୟ ଖୋଲା ରଖି ଆବଶ୍ୟକ ଶୁଖିଲା ଖାଦ୍ୟ, ଔଷଧ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବାକୁ କହିଛନ୍ତି । ବୃକ୍ଷ ଭାଙ୍ଗି ରାସ୍ତା ଅବରୋଧ ହେଲେ ଓଡ୍ରାଫ୍ ଟିମ୍ର ସହଯୋଗରେ ଯଥା ଶୀଘ୍ର ରାସ୍ତା ସଫାର ବ୍ୟବସ୍ଥା କରିବାକୁ ସେ ଅଗ୍ନିଶମ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ବିଦୁ୍ୟତ ସରବରାହ ବିଛିନ୍ନ ହେଲେ ତୁରନ୍ତ ମରାମତି କରି ବିଦୁ୍ୟତ ଯୋଗାଣକୁ ସ୍ୱାଭାବିକ କରିବାକୁ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି । ଗଁଦିଆ ଏବଂ ଭୁବନର ତଳି ଅଂଚଳରେ ଦେଶୀ ଡଙ୍ଗା ପ୍ରସ୍ତୁତ ରଖିବାକୁ ବିଡିଓମାନଙ୍କୁ ପରାମର୍ଶ ଦିଆଯାଇଛି । ସମ୍ଭାବ୍ୟ ବାତ୍ୟାରେ ଯେପରି କାହାରି ଧନଜୀବନ ନଷ୍ଟ ନ ହୁଏ ସେଥିପ୍ରତି ସମସ୍ତ ବିଡିଓ, ତହସିଲଦାର, ଲାଇନ୍ ଡିପାର୍ଟମେଂଟ୍ ଅଧିକାରୀ ଓ କର୍ମଚାରୀମାନେ ସଜାଗ ରହିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଏହି ପ୍ରସ୍ତୁତି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର (ରାଜସ୍ୱ), ସଦର ଉପଜିଲ୍ଲାପାଳ ସୁଶ୍ରୀ ସ୍ନିଗ୍ଧାରାଣୀ ଧଳ, ଜିଲ୍ଲା ପରିଷଦ ଅତିରିକ୍ତ ନିର୍ବାହୀ ଅଧିକାରୀ, ସରୋଜ କୁମାର ଦତ (ପ୍ରଶାସନ), ଆପାତକାଳୀନ ଅଧିକାରୀ ଲୋପାମୁଦ୍ରା ରଥ, ଓସଡମାର ଡି.ଆର୍.ଆର୍. କନ୍ସଲଟାଂଟ୍ ସଙ୍ଗୀତା ଦାଶ ଏବଂ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.