ଢେଙ୍କାନାଳ: କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଆଜି ମାଘ ମାସର ବଡ ଏକାଦଶୀ ନୀତି ପାଳିତ ହୋଇଯାଇଛି। ପ୍ରାତଃ ରୁ ମଙ୍ଗଳ ଆଳତି, ଚିତ୍ରକାର ଦ୍ବାରା ମୁଖ ସୀଙ୍ଗାର, ମହାସ୍ନାନ, ବସ୍ତ୍ର, ଫୁଲ ହାର,ତୁଳସୀ ହାର ଲାଗି କରାଯାଇଥିଲା।ତାପରେ ବଲ୍ହଭ ଭୋଗ, ସାଢେ଼ ଦଶଟା ବେଳେ ଖେଚେଡ଼ି ଭୋଗ, ମଧ୍ୟାହ୍ନ ସମୟରେ ଅନ୍ନ ଧୂପ, ସନ୍ଧ୍ୟା ବେଳେ ଆଳତୀ, ତାପରେ ରାତ୍ର ଧୂପ, ଓ ରାତ୍ର ସମୟରେ ମହାଦୀପ ମନ୍ଦିର ଉପରକୁ ଉଠିବ ଓ ଶେଷରେ ପହଡ଼ ପଡ଼ିବ। ପୂଜକ ମଳୟ କର, ଶ୍ରୀବତ୍ସ ମିଶ୍ର, ମନ ସୁମନ ମିଶ୍ର, ପାଳିଆ ସେବକ ଶମ୍ଭୁନାଥ ମହାପାତ୍ର, କାହାଳିଆ ଟିକନ ବେହେରା, ଓ ଜୀମାଦାର ଶ୍ୟାମସୁନ୍ଦର ପାଣିଗ୍ରାହୀଙ୍କ ଉପସ୍ଥିତିରେ ଏହି ନୀତି ପାଳନ କରାଯାଇଥିଲା।
Get real time updates directly on you device, subscribe now.
Next Post