Take a fresh look at your lifestyle.

ପାନୀୟ ଜଳ, ପରିମଳ, କୃଷି, ସ୍ୱାସ୍ଥ୍ୟ,ଶିକ୍ଷା,ନରେଗା ଓ ରାସନକର୍ଡ ସଂପର୍କରେ ଆଲୋଚନା

ଭୁବନ ପଂଚାୟତ ସମିତି ର ସାଧାରଣ ବୈଠକ

0 7

Get real time updates directly on you device, subscribe now.

ଭୁବନ : ଭୁବନ ପଂଚାୟତ ସମିତିର ତୃତୀୟ ସାଧାରଣ ବୈଠକ ବ୍ଲକ ସଭାଗୃହ ପରିସରରେ ଆଜି ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷା ସିପ୍ରା ବରାଳ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ କାମାକ୍ଷାନଗର ବିଧାୟକ ତଥା ରାଜ୍ୟ ଖଣି,ଇସ୍ପାତ ଓ ପୂର୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।

ବିଡିଓ ଆଶୀର୍ବାଦ ପରିଡା,ବ୍ଲକ ଅଧ୍ୟକ୍ଷା ସିପ୍ରା ବରାଳ, ଉପାଧ୍ୟକ୍ଷା ସରୋଜିନୀ ଦ୍ୱିବେଦୀ , ସାଂସଦ ପ୍ରତିନିଧି ଜିତେନ୍ଦ୍ର ରାଉତଙ୍କ ସମେତ ସମସ୍ତ ପଂଚାୟତ ପ୍ରତିନିଧି ଉପସ୍ଥିତ ଥିଲେ ।

ଆଜିର ବୈଠକରେ ପାନୀୟଜଳ , ପରିମଳ, କୃଷି ,ସ୍ୱାସ୍ଥ୍ୟ,ଶିକ୍ଷା,ନରେଗା ,ରାସନକାର୍ଡ ସଂପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇ ସମାଧାନ ପାଇଁ ବିଭାଗୀୟ କର୍ମଚାରୀ ଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଥିଲା ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.