Take a fresh look at your lifestyle.

ମଠକରଗୋଳା ଗ୍ରାମ ର ନୂତନ କାର୍ଯ୍ୟକର୍ତ୍ତା ନିର୍ବାଚିତ

0 61

Get real time updates directly on you device, subscribe now.

କାମାକ୍ଷାନଗର: ମଠକରଗୋଳା ଗ୍ରାମର ସମସ୍ତ ଗ୍ରାମବାସୀଙ୍କ ସହଯୋଗରେ ଏବଂ ସର୍ବସମ୍ମତି କ୍ରମେ ଗ୍ରାମ୍ୟ ପରିଚାଳନା କମିଟିର ସଭାପତି ଭାବରେ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜେନା ଙ୍କୁ ମନୋନୀତ କରାଯାଇଅଛି ।

ଏହି ଅଞ୍ଚଳର ଉନ୍ନତି ପାଇଁ ଗ୍ରାମର ସମସ୍ତ ଜନସାଧାରଣ ଙ୍କ ସହଯୋଗ କ୍ରମେ ଉତ୍ତମ ନ୍ୟାୟ ବିଚାର ସହିତ ଗ୍ରାମରେ ଏକତା ରକ୍ଷା କରିବା,ଜଙ୍ଗଲ ସୁରକ୍ଷା,ବୃକ୍ଷରୋପଣ, ବିଭିନ୍ନ ଅନୁଷ୍ଠାନର ଉନ୍ନତି ସହିତ ନିଶା ନିବାରଣ ନିମନ୍ତେ ଅଗ୍ରାଧିକାର ଦେବାପାଇଁ ଶ୍ରୀଯୁକ୍ତ ଜେନା ଲକ୍ଷ୍ୟ ରଖିଛନ୍ତି ।

ବିଶେଷ କରି ସମାଜର ମେରୁଦଣ୍ଡ ଭାବେ କୃଷକ,ଶ୍ରମିକ ଓ ଦିନମଜୁରିଆଙ୍କର ନ୍ୟାୟ ଚିତ୍ତ ପ୍ରାପ୍ୟ ପାଇଁ ଆନ୍ତରିକ ପ୍ରଚେଷ୍ଟା ଜାରି ରହିବ ବୋଲି ସଭାପତି ଶ୍ରୀଯୁକ୍ତ ଜେନା ପ୍ରକାଶ କରିଛନ୍ତି । ଶ୍ରୀଯୁକ୍ତ ଜେନା ଜଣେ ଶିକ୍ଷାବିତ୍,ସରଳ ଭଦ୍ର ମେଳାପୀ ବ୍ୟକ୍ତି ଅଟନ୍ତି ।

ଏଥିପାଇଁ ମଠକରଗୋଳା ଗ୍ରାମରେ ତାଙ୍କଭଳି ଜଣେ ଜ୍ଞାନୀ ଗୁଣି ଓ ପରୋପକାରୀ ବ୍ୟକ୍ତିଙ୍କୁ ସଭାପତି ରୂପେ ପାଇଥିବାରୁ ସମଗ୍ର ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ।

ଏହି ପରିଚାଳନା କମିଟିରେ ଶ୍ରୀଯୁକ୍ତ ଗୋକୁଳଚନ୍ଦ୍ର ନାୟକଙ୍କୁ ସମ୍ପାଦକ ଭାବରେ ମନୋନୀତ କରାଯାଇଅଛି । ଶ୍ରୀଯୁକ୍ତ ନାୟକ ମଧ୍ୟ ଜଣେ ସଚ୍ଚୋଟ,ଦକ୍ଷ ଓ ସହଯ୍ୟକରି ବ୍ୟକ୍ତି ଅଟନ୍ତି ।

ମଠକରଗୋଳାଗ୍ରାମର ସଭାପତି, ସମ୍ପାଦକ, ଗ୍ରାମ୍ୟ ପରିଚଳନା କମିଟିର ସମସ୍ତ ସଦସ୍ୟ ଏବଂ ଗ୍ରାମବାସୀଙ୍କ ସହଯୋଗରେ ଉକ୍ତ ଗ୍ରାମକୁ ଏକ ଅନନ୍ୟ ଗ୍ରାମରେ ପରିଗଣିତ କରିବା ପାଇଁ ସଂକଳ୍ପ କରାଯାଇଅଛି।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.