ଭୁବନ : ଭୁବନ ଏନଏସି ତରଫରୁ ସ୍ୱଚ୍ଛସାଥୀ ମାନଙ୍କୁ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନଗରପାଳ ଶୁଭେନ୍ଦୁ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବାରେ ସ୍ୱଚ୍ଛସାଥୀ ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିବା ସହ ଭୁବନ ଏନଏସି ରେ କାର୍ଯ୍ୟ କରୁଥିବା ସମସ୍ତ ସ୍ୱଚ୍ଛସାଥୀ ମାନଙ୍କୁ ଭୂୟସୀ ପ୍ରଶଂସା କରିଥିଲେ ।
ପରେ ସମୁଦାୟ ୧୬ ଜଣ ସ୍ୱଚ୍ଛସାଥୀ ଙ୍କୁ ପୋଷାକ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ନିର୍ବାହୀ ଅଧିକାରୀ ଶ୍ୟାମ ସୁନ୍ଦର ସାହୁ ,ଗୋଷ୍ଠୀ ସଂଗଠିକା ଜଲିତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।