Take a fresh look at your lifestyle.

ଭାଇଚାରା,ସେବା, ସାହାଯ୍ୟ, ଶାନ୍ତି ମୈତ୍ରୀ ତଥା ସଦଭାବନାର ଶିକ୍ଷା ଦେଇଥାଏ ଈଦ ପର୍ବ

ଅହମ୍ମଦିୟା ମୁସଲିମ ଜାମେ ମସଜିଦ ଗୁଣ୍ଡିଚାପଡ଼ା ଠାରେ ସମୂହ ଇଦ୍ ପର୍ବ ପାଳିତ।

0 214

ଢେଙ୍କାନାଳ (ଅନସାର୍ ଅଲୀ ଖାଁ): ଶେଷ ହୋଇଛି ପବିତ୍ର ରମଜାନ, ଶୱାଲ ମାସର ଚନ୍ଦ୍ର ଦର୍ଶନ ପରେ ବିପୁଳ ଉତ୍ସାହ ଉଦ୍ଦିପନା ମଧ୍ୟରେ ପବିତ୍ର ଇଦ୍ ପର୍ବ ପାଳିତ ହୋଇଯାଇଛି।

ଦୀର୍ଘ ୧ ମାସ ଧରି ନିଷ୍ଠାର ସହ ଘୋର ତପସ୍ୟା ପରେ ଈଦ ପର୍ବର ଶୁଭ ଅବସର ମିଳିଥାଏ। ବିଗତ ଦୁଇ ବର୍ଷ ଧରି କୋରୋନା ମହାମାରୀ ଯୋଗୁଁ ସମସ୍ତ ଧର୍ମ ପିଠ ଗୁଡ଼ିକରେ ସାମୁହିକ ଉପାସନା ପାଇଁ ପ୍ରତିବନ୍ଧ ଲାଗିଥିଲା ହେଲେ ଚଳିତ ବର୍ଷ ମହା ଆଡ଼ମ୍ବରସହ ହର୍ଷ ଓ ଉଲ୍ଲାସରେ ଈଦ ପର୍ବ ପାଳନ କରାଯାଇଅଛି।

ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ଗୁଣ୍ଡିଚାପଡ଼ା ଅହମ୍ମଦିୟା ମୁସଲିମ ଜାମେ ମସଜିଦ ଠାରେ ସହସ୍ରାଧିକ ବ୍ୟକ୍ତି ଏକତ୍ରିତ ହୋଇ ସମୂହ ନମାଜ ପାଠ କରିଥିଲେ। ଏହି ଅବସରରେ ସମସ୍ତ ହିନ୍ଦୁ ମୁସଲିମ ସମ୍ପ୍ରଦାୟର ଲୋକମାନେ ଜଣେ ଅନ୍ୟ ଜଣଙ୍କୁ ଆଲିଙ୍ଗନ କରି ଇଦ୍ ର ଶୁଭେଚ୍ଛା ଜଣାଇଥିଲେ।

- Advertisement -

Leave A Reply

Your email address will not be published.