Take a fresh look at your lifestyle.

ଭୁବନ ରେ ୭୯ ପ୍ରତିଶତ ମତଦାନ

ୱାର୍ଡ ନଂ ୮ ରେସର୍ବାଧିକ ୯୦ ପ୍ରତିଶତ,ୱାର୍ଡ ନଂ ୨ ରେ ସର୍ବନିମ୍ବ ୭୩

0 92

Get real time updates directly on you device, subscribe now.

ଭୁବନ:ଢେଙ୍କାନାଳ ଜିଲ୍ଲା ଭୁବନ ଏନଏସିରେ ଆଜି କାଁଭାଁ ଗଣ୍ଡଗୋଳକୁ ବାଦ ଦେଲେ ମୋଟାମୋଟି ଭାବେ ଶାନ୍ତିଶୃଙ୍ଖଳା ସହ ସକାଳ ୮ ଘଟିକାଠାରୁ ସଂଧ୍ୟା ୫ଘଟିକା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହୋଇଥିଲା । ଭୁବନରେ ୭୯ ପ୍ରତିଶତ ଭୋଟ ହୋଇଛି । ୫ ନମ୍ବର ୱାର୍ଡର ୮ ନମ୍ବର ବୁଥ କୁ ପିଙ୍କ ବୁଥ କରାଯାଇଥିଲା ।

୧୫ ଟିୱାର୍ଡର ୧୮ ହଜାର ୩୮୯ ଜଣ ମତଦାତା ଙ୍କ ମଧ୍ୟରୁ ୧୪ ହଜାର ୫୮୦ ଭୋଟର ୧୮ ଟି ବୁଥରେ ୫ ବର୍ଷ ପାଇଁ ୩୯ ଜଣ କାଉନସିଲର ଓ ୬ ଜଣ ପୌର ଅଧ୍ୟକ୍ଷ ( ସମୁଦାୟ ୪୫ ଜଣ ) ପ୍ରାର୍ଥୀ ଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ।  ସମସ୍ତ ପ୍ରାର୍ଥୀଙ୍କ ଭାଗ୍ୟ ଏବେ ବାଲାଟ ବକ୍ସରେସିଲ ହୋଇ ରହିଛି ।

ୱାର୍ଡ ନମ୍ବର ୮ ରେସର୍ବାଧିକ ୯୦ ପ୍ରତିଶତ ଭୋଟ ହୋଇଛି । ୯୯୮ ଜଣ ମତଦାତା ଙ୍କ ମଧ୍ୟରୁ ୮୯୯ ଜଣ ଭୋଟ ଦେଇଛନ୍ତି । ୨ ନମ୍ବର ୱାର୍ଡରେସର୍ବନିମ୍ନ ୭୩ ପ୍ରତିଶତ ଭୋଟ ହୋଇଛି । ସମୁଦାୟ ୨୩୨୯ ମତଦାତା ଙ୍କ ମଧ୍ୟରୁ ୧୭୦୬ ଜଣ ଭୋଟ ଦେଇଛନ୍ତି ।

ଅତ୍ୟନ୍ତ ଶାନ୍ତିପୂର୍ଣ୍ଣ ଓ ଭୟମୁକ୍ତଭାବେ ନିର୍ବାଚନ ପରିଚାଳନା ସକାଶେ ପ୍ରଶାସନିକ କ୍ଷେତ୍ରରେ ବ୍ୟାପକ ପ୍ରସ୍ତୁତି ଓ ସୁବନେ୍ଦାବସ୍ତ କରାଯାଇଥିଲା ।

ଭୋଟଶେଷ ରେ ବାଲାଟ ବକ୍ସକୁ କଡାସୁରକ୍ଷା ମଧ୍ୟରେ ଅଣାଯାଇ ବ୍ଲକ ପରିସରରେ ଥିବା ଷ୍ଟ୍ରଙ୍ଗରୁମରେ ରଖା ଯାଇଥିଲା । ଆସନ୍ତା ୨୬ ତାରିଖ ଶନିବାର ଦିନ ଭୋଟ ଗଣତି ହେବ ବୋଲି ସୂଚନା ମିଳିଛି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.