Take a fresh look at your lifestyle.

ପୌର ନିର୍ବାଚନ : ସକାଳ ୮ ରୁ ସନ୍ଧ୍ୟା ୫ ଘଟିକା ପର୍ଯ୍ୟନ୍ତ ମତଦାନ

ସକାଳ ୮ ଘଟିକା ସମୟରେ ଗଣତି ପ୍ରକ୍ରିୟା ଆରମ୍ଭ ହେବ

0 49

Get real time updates directly on you device, subscribe now.

କୋଣାର୍କ: ପୌର ନିର୍ବାଚନ ଭୋଟ ଗଣତି ନିମନ୍ତେ ତାଲିମ କାର୍ଯ୍ୟକ୍ରମ ପୁରୀ ପ୍ରଦିକ୍ଷଣ ଗୃହର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ଏଥିନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
୨୪ ତାରିଖରେ ନିମାପଡାର ୧୧ଟି ୱାର୍ଡର ୧୯ଟି ବୁଥ, ପିପିଲିର ୧୬ଟି ୱାର୍ଡର ୨୦ଟି ବୁଥ ଏବଂ କୋଣାର୍କର ୧୩ଟି ୱାର୍ଡର ୧୫ଟି ବୁଥରେ କାଉଲସିଲର ଏବଂ ଅଧ୍ୟକ୍ଷ ନିମନ୍ତେ  ସକାଳ ୮ ଘଟିକାରୁ ସନ୍ଧ୍ୟା ୫ ଘଟିକା ପର୍ଯ୍ୟନ୍ତ ମତଦାନ ହୋଇ ଆସନ୍ତା ୨୬ ତାରିଖରେ ଭୋଟ ଗଣନା ହେବ ।
ପିପିଲି ନିମନ୍ତେ ଜବାହର ବିଦ୍ୟାପୀଠ, ନିମାପଡା ପାଇଁ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ତପ, କୋଣାର୍କ ନିମନ୍ତେ ଆଶ୍ରମ ସ୍କୁଲରେ ଷ୍ଟ୍ରଙ୍ଗରୁମ କରାଯାଇଛି । ଉକ୍ତ ସ୍ଥାନରେ ଭୋଟ ଗଣନା କରାଯିବ । ସକାଳ ୮ ଘଟିକା ସମୟରେ ଗଣତି ପ୍ରକ୍ରିୟା ଆରମ୍ଭ ହେବ ।  ପ୍ରତ୍ୟେକ କେନ୍ଦ୍ରରେ କେନ୍ଦ୍ରୀୟ ଟେବଲର ବାମ ପାର୍ଶ୍ବରେ କାଉନସିଲର ଏବଂ ଦକ୍ଷିଣ ପାର୍ଶ୍ବରେ ଅଧ୍ୟକ୍ଷ ନିମନ୍ତେ ଭୋଟ ଗଣନା କରାଯିବ ।
ପ୍ରତ୍ୟେକଙ୍କ ପାଇଁ ଦୁଇଟି ଟେବଲ ରହିବ ।  ପ୍ରତ୍ୟେକ ଟେବଲରେ ଜଣେ ଲେଖାଏଁ କାଉଣ୍ଟିଂ ସୁପରଭାଇଜର୍, କାଉଣ୍ଟିଂ ଆସିଷ୍ଟାଣ୍ଟ ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀ ରହିବେ । ଷ୍ଟ୍ରଙ୍ଗରୁମରୁ କାଉଣ୍ଟିଂ ହଲକୁ ଇଭିଏ ଆଣିବା ପାଇଁ ନୋଡାଲ ଅଫିସର ଏବଂ ଏସକର୍ଟ ଅଧିକାରୀ ନିଯୁକ୍ତ ହେବେ ।  ଅବାଧ ଓ ନିରପେକ୍ଷ ନିର୍ବାଚନ ନିମନ୍ତେ ପୂର୍ବରୁ ପରାମର୍ଶ ଦିଆଯାଇଛି ।
ଏହି ଅବସରରେ ଅନ୍ୟମାନଙ୍କ ସାଧାରଣ ପର୍ଯ୍ୟବେକ୍ଷକ ଶ୍ରୀ ଜ୍ୟୋତିରଞ୍ଜନ ପ୍ରଧାନ, ସ୍ବତନ୍ତ୍ର ଭୂଅର୍ଜନ ଅଧିକାରୀ ଶ୍ରୀ କୈଳାଶ ଚନ୍ଦ୍ର ନାୟକ, ପୁରୀ ସଦର ତହସିଲଦାର ଶ୍ରୀ ରବିନ୍ଦ୍ର ପ୍ରଧାନ, କଣାସ ତହସିଲଦାର ଶ୍ରୀ ଲକ୍ଷୀଧର ମହାରଣା, ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଜିତେନ୍ଦ୍ର କୁମାର ପାତ୍ର, ପ୍ରତ୍ୟେକ ବିଜ୍ଞାପିତ ଅଞ୍ଚଳର ନିର୍ବାଚନ ଅଧିକାରୀ, ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.