Take a fresh look at your lifestyle.

ଭୁବନ ରେ ସାଂସଦ ମହେଶ ସାହୁ ଙ୍କ ପ୍ରଚାର

ଏକ ସୁନ୍ଦର , ବିକଶିତ ଭୁବନ ଗଢିବା ପାଇଁ ଡବଲ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ମହେଶ ଙ୍କ ଆହ୍ୱାନ

0 60

Get real time updates directly on you device, subscribe now.

ଭୁବନ : ଚଳିତ ପୌର ନିର୍ବାଚନରେ ଶାସକ ବିଜେଡି ନବାଗତ ତଥା ଯୁବ ନଗରପାଳ ପ୍ରାର୍ଥୀ ସହିତ ଯୁବ କାଉନସିଲର ପ୍ରାର୍ଥୀ ଦେଇ ଭୁବନରେ ବିଜେଡି ଗଡ ଅକ୍ଷୁର୍ଣ୍ଣ ରଖିବାକୁ ପ୍ରୟାସ କରିଛି ।

ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ପୂର୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମାରାତନ ପ୍ରଚାର ଚଳାଇଥିବା ବେଳେ ସାଂସଦ ମହେଶ ସାହୁ ଦିନିକିଆ ଗସ୍ତରେ ଭୁବନ ଆସି ପ୍ରଥମେ ପାଲାମଣ୍ଡପ ନିକଟରୁ ପ୍ରଚାରରେ ବାହାରି ୪ ନମ୍ବର ,୯ ନମ୍ବର ଓ ୮ ନମ୍ବର ୱାର୍ଡ ରେ ଘରକୁ ଘର ବୁଲି ବୁଲି ପ୍ରଚାର କରିବା ସହିତ ବିଭିନ୍ନ ସାହି କୋଠ ଘରେ ସଭାକରି ନବୀନ ପଟ୍ଟନାୟକ ଙ୍କ ବିକାଶମୁଖୀ ତଥା ଜନକଲ୍ୟାଣ ଯୋଜନା ସଂପର୍କରେ ଲୋକଙ୍କୁ ଅବଗତ କରାଇ ଏକ ସୁନ୍ଦର ଭୁବନ ଓ ବିକଶିତ ଭୁବନ ଗଢିବା ପାଇଁ ବିଜୁ ଜନତା ଦଳ ପ୍ରାର୍ଥୀ ମାନଙ୍କୁ ଶଙ୍ଖ ଚିହ୍ନରେ ଡବଲ ଭୋଟ ଦେଇ ଆଶୀର୍ବାଦ କରିବାକୁ ନିବେଦନ କରିଥିଲେ ।

ଏହି ସମୟରେ ବିଭିନ୍ନ ସାହି ମୁରବୀ ମାନେ ବିଜେଡିରେ ଯୋଗଦେଇଥିଲେ । ସାଂସଦ ମହେଶ ସାହୁ ସମସ୍ତଙ୍କୁ ଦଳୀୟ ଉତରୀୟ ପିନ୍ଧାଇ ସ୍ୱାଗତ କରିଥିଲେ ।

ଏନଏସି ନଗରପାଳ ପ୍ରାର୍ଥୀ ଶୁଭେନ୍ଦୁ ସାହୁ ଙ୍କ ସମେତ ୪ ନମ୍ବର ୱାର୍ଡ କାଉନସିଲର ପ୍ରାର୍ଥୀନୀ ରଶ୍ମିତା ମିଶ୍ର , ୯ ନମ୍ବର କାଉନସିଲର ପ୍ରାର୍ଥୀ ପପୁ ସାହୁ ଓ ୮ ନମ୍ବର ପ୍ରାର୍ଥୀନୀ ସସ୍ମିତା ପୋଥାଳ ଓ ସାଂସଦ ଙ୍କ ବ୍ୟକ୍ତିଗତ ସଚିବ ପଣ୍ଡିତ ମାତୃ ପ୍ରସାଦ ମିଶ୍ର ପ୍ରଚାରରେ ସାମିଲ ହୋଇଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.