Take a fresh look at your lifestyle.

କିଶୋରୀ ବାଳିକାଙ୍କ ସଚେତନତାମୂଳକ ତାଲିମ ଅନୁଷ୍ଠିତ

0 1

ଢେଙ୍କାନାଳ,୨୩ା୯ (ନି.ପ୍ର) : ଭାପୁରସ୍ଥିତ ଭଳେଶ୍ୱର ଧଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ହାଇସ୍କୁଲ ପରିସରରେ କିଶୋରୀ ବାଳିକାମାନଙ୍କ ପାଇଁ ଏକ ସଚେତନତାମୂଳକ ତାଲିମ କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି।

ଲୋକ ବିକାଶ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡିସିପିଓ ଅନୁରାଧା ଗୋସ୍ୱାମୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କିଶୋରୀ ବାଳିକାମାନଙ୍କ ପ୍ରତି ହେଉଥିବା ଅଶୋଭନୀୟ ଆଚରଣ, ନିର୍ଯାତନା ଓ ଅନ୍ୟାନ୍ୟ ଅପରାଧରୁ ସୁରକ୍ଷା ପାଇଁ ଉପଲବ୍ଧ ଆଇନଗତ ସୁରକ୍ଷା ଓ ସହାୟତା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।

ଶିଶୁମଙ୍ଗଳ କମିଟିର ସଦସ୍ୟ ବିଭୂତିଭୂଷଣ ଦାସ ସାମ୍ବିଧାନିକ ମୂଲ୍ୟବୋଧ, ଅଧିକାର ଓ ସମାଜ ପରିବର୍ତ୍ତନରେ କିଶୋରୀ ବାଳିକାମାନଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ।

ଚାଇଲ୍ଡ ହେଲ୍ପଲାଇନ୍‌ର ପ୍ରୋଜେକ୍ଟ କୋଅର୍ଡିନେଟର ରୋଶନ କୁମାର ନନ୍ଦ ଶିଶୁମାନଙ୍କ ଅଧିକାର ଏବଂ ଜିଲ୍ଲାରେ ଚାଇଲ୍ଡ ହେଲ୍ପଲାଇନ୍ ପକ୍ଷରୁ ଶିଶୁମାନଙ୍କ ସୁରକ୍ଷା ଓ ସହାୟତା ପାଇଁ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇଥିଲେ। ଲୋକ ବିକାଶର ସମ୍ପାଦକ ତଥା ଏକ୍ଜିକ୍ୟୁଟିଭ୍ ଡାଇରେକ୍ଟର ଶେଖ୍ ଅବଦୁଲ ସଫୀକ୍ କିଶୋରୀ ବାଳିକାମାନଙ୍କ ସଶକ୍ତୀକରଣ, ନେତୃତ୍ୱ ବିକାଶ ଓ ସୁରକ୍ଷା ଦିଗରେ ସଂଗଠନ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଉପସ୍ଥିତ ଅତିଥି ଓ ବାଳିକାମାନଙ୍କୁ ଅବଗତ କରାଇଥିଲେ।

କାର୍ଯ୍ୟକ୍ରମରେ କିଶୋରୀ ବାଳିକାମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରି ନିଜ ଅଧିକାର, ସୁରକ୍ଷା, ଆଇନଗତ ସହାୟତା ଓ ସାମାଜିକ ଦାୟିତ୍ୱ ସମ୍ପର୍କରେ ଜ୍ଞାନ ଆହରଣ କରିଥିଲେ। ଶେଷରେ ଲୋକ ବିକାଶର ଫିଲ୍ଡ କୋଅର୍ଡିନେଟର ଅଣିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହାପରେ କାର୍ଯ୍ୟକ୍ରମର ସମାପନ ଘୋଷଣା କରାଯାଇଥିଲା।

- Advertisement -

Leave A Reply

Your email address will not be published.