ଢେଙ୍କାନାଳ(ଜ୍ଞାନ ରଞ୍ଜନ ଶତପଥି ): ଢେଙ୍କାନାଳ ସହରର ଭାଗିରଥିସାଗର ସ୍ଥିତ ବାବା ଶ୍ରୀ ଶ୍ରୀ ଆଖଣ୍ଡଳମଣିଙ୍କର ଦେବ ବିବାହ ଓ ଶୀତଳ ଷଷ୍ଠୀ ପର୍ବ ପାଇଁ ନିର୍ବନ୍ଧ ନୀତି ଅନୁଷ୍ଠିତ ହୋଇଯାଇଛି ।
ପାରମ୍ପରିକ ରୀତିନୀତି ଅନୁସାରେ ବର ପିତାମାତା ଓ କନ୍ୟା ପିତାମାତାଙ୍କ ଉପସ୍ଥିତିରେ ନିର୍ବନ୍ଧ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ବରପିତା ଭାବରେ ଶିବକୁମାର ଅଗ୍ରୱାଲା ଏବଂ ବରଙ୍କ ମାତା ରୂପରେ ନିଲମ ଅଗ୍ରୱାଲା ଏବଂ କନ୍ୟା ପିତା ଭାବେ ସନ୍ତୋଷ କୁମାର ମହାନ୍ତି ଓ କନ୍ୟାଙ୍କ ମାତା ଭାବେ ସତ୍ୟଭାମା ମହାନ୍ତି ନିର୍ବନ୍ଧ କାର୍ଯ୍ୟକୁ ସମାପନ କରିଛନ୍ତି ।
ଆଖଣ୍ଡଳମଣି ମନ୍ଦିର ପରିଚାଳନା କମିଟି କର୍ମକର୍ତା ଓ ସ୍ଥାନୀୟ ବଜାରର ଶ୍ରଦ୍ଧାଳୁମାନେ ଏହି ନିର୍ବନ୍ଧ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହଯୋଗ କରିଥିଲେ ।