Take a fresh look at your lifestyle.

ସରୋଜିନୀ ଦ୍ୱିବେଦୀ ନିଦ୍ୱର୍ନ୍ଦରେ ଭୁବନ ବ୍ଲକ ଉପାଧ୍ୟକ୍ଷା ଭାବେ ନିର୍ବାଚିତ

0 32

Get real time updates directly on you device, subscribe now.

ଭୁବନ : ସବୁ କଳ୍ପନା ଜଳ୍ପନା ଓ ପ୍ରତୀକ୍ଷାର ଅନ୍ତ ଘଟାଇ ଏକତାଳି ପଂଚାୟତ ର ସମିତିସଭ୍ୟା ସରୋଜିନୀ ଦ୍ୱିବେଦୀ ଭୁବନ ବ୍ଲକ ଉପାଧ୍ୟକ୍ଷା ଭାବେ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି ।

ଶ୍ରୀମତୀ ଦ୍ୱିବେଦୀ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ବିରୋଧି ଦଳରୁ କୌଣସି ସଭ୍ୟ ନାମାଙ୍କନ ପତ୍ର ଦାଖଲ କରିନଥିଲେ । ଫଳରେ ସରୋଜିନୀ ଦ୍ୱିବେଦୀ ନିଦ୍ୱର୍ନ୍ଦରେ ନିର୍ବାଚିତ ହେଲେ ବୋଲି ନିର୍ବାଚନ ଅଧିକାରୀ ଘୋଷଣା କରିଥିଲେ । ବିଜୟ ଘୋଷଣା ପରେ ଦଳୀୟ କର୍ମୀମାନେ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇଥିଲେ ।

ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ଙ୍କ ପତ୍ନୀ  ସିପ୍ରା ବରାଳ ନିଦ୍ୱର୍ନ୍ଦରେ ବ୍ଲକ ଅଧ୍ୟକ୍ଷା ହୋଇଥିବା ବେଳେ ଏକତାଳି ପଂଚାୟତ ର ପୂର୍ବତନ ସମିତିସଭ୍ୟ ଅମୁଲ୍ୟ ଦ୍ୱିବେଦୀ ଙ୍କ ପତ୍ନୀ ସରୋଜିନୀ ଦ୍ୱିବେଦୀ ମଧ୍ୟ ଆଜି ଉପାଧ୍ୟକ୍ଷା ଭାବେ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥିଲେ ।

ନବ ନିର୍ବାଚିତା ଉପାଧ୍ୟକ୍ଷା ଶ୍ରୀମତୀ ଦ୍ୱିବେଦୀ ସମସ୍ତଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହିତ ଲୋକମାନେ ଯେଉଁ ଆଶା ଭରସା ଓ ବିଶ୍ୱାସ ରଖି ଆମମାନଙ୍କୁ ନିର୍ବାଚିତ କରିଛନ୍ତି ଓ ଗୁରୁ ଦାୟିତ୍ୱ ଦେଇଛନ୍ତି ,ଆମ୍ଭେମାନେ ସେଥିପ୍ରତି ଗୁରୁତ୍ୱ ଦେଇ କାର୍ଯ୍ୟ କରିବା ସହିତ ଲୋକଙ୍କ ସୁଖ ଦୁଃଖରେ ସାମିଲ ହେବାକୁ ସମସ୍ତ ସରପଂଚ , ସମିତିସଭ୍ୟ ମାନଙ୍କୁ ଆହ୍ୱାନ ଦେଇଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.