Take a fresh look at your lifestyle.

ଦିଲ୍ଲୀ ପବ୍ଲିକ ସ୍କୁଲ ର ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷାରେ କୃତି ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା

0 59

ଢେଙ୍କାନାଳ (ମଦନ ମୋହନ ଶତପଥି ): ଢେଙ୍କାନାଳ ଗୋପବନ୍ଧୁ ଟାଉନ୍ ହଲ୍ ପରିସରରେ ଦିଲ୍ଲୀପବ୍ଲିକସ୍କୁଲ, ଢେଙ୍କାନାଳର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷାରେ କୃତିତ୍ଵ ଅର୍ଜନ କରିଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି l

ବିଦ୍ୟାଳୟର ଅଧ୍ଯକ୍ଷ ମିଷ୍ଟର ସୁବ୍ରମଣ୍ୟ କୁମାର ଶ୍ରୀପଦ ପ୍ରଦୀପ ପ୍ରଜ୍ଜ୍ୱଳନକରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ l ଉପସ୍ଥିତ ଛାତ୍ରଛାତ୍ରୀ  ଓ ସେମାନଙ୍କର ଅଭିଭାବକମାନଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ଵାଗତ କରାଯାଇଥିଲା।ଦଶମ ଶ୍ରେଣୀର ସର୍ବାଧିକ ନମ୍ବର ରଖିଥିବା ଛାତ୍ର ଐଶ୍ଵର୍ଯ୍ୟ ଭଗବନ ସାହୁ, ଦ୍ବାଦଶ ଶ୍ରେଣୀ ବିଜ୍ଞାନ ବିଭାଗର ସର୍ବାଧିକ ନମ୍ବର ରଖିଥିବା  ଛାତ୍ରୀ ହରପ୍ରିୟା ସାହୁ ଓ ଦ୍ବାଦଶ ଶ୍ରେଣୀ ବାଣିଜ୍ୟ ବିଭାଗର ସର୍ବାଧିକ ନମ୍ବର ରଖିଥିବା ଛାତ୍ରୀ ଅନନ୍ୟା କ୍ରିଷ୍ଣା ଆମ ବିଦ୍ୟାଳୟ ତଥା ଅଞ୍ଚଳର ଗୌରବ ବଢ଼ାଇ ପାରିଛନ୍ତି।

ଏହି ଅବସରରେ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ମଧ୍ୟରେ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ବିଦ୍ୟାଳୟର ଅଧ୍ୟକ୍ଷ ଶିକ୍ଷାର ବିକାଶଶୀଳ ଧାରା, ଉଜ୍ଜ୍ବଳ ଭବିଷ୍ଯତର ପରିଚାଳନା ଓ ସଞ୍ଚାଳନ , ଏକବିଂଶ ଶତାବ୍ଦୀରେ ଶିକ୍ଷାର ଆବଶ୍ଯକୀୟ ଶୈଳୀ  ତଥା ଛାତ୍ରଛାତ୍ରୀ ମାନଙ୍କର ବିକାଶରେ ଦିଲ୍ଲୀ ପବ୍ଲିକ୍ ସ୍କୁଲର ଭୂମିକା ଆଦି ବିଷୟରେ ଏକ ସାରଗର୍ଭକ ଟିପ୍ପଣୀ ପ୍ରଦାନ କରିଥିଲେ  ।

ଶେଷରେ ଶତକଡା ୯୦ରୁ ଅଧିକ ନମ୍ବର ପ୍ରାପ୍ତ କରିଥିବା ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ପୁଷ୍ପଗୁଚ୍ଛ ,ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା ।

ବିଦ୍ୟାଳୟର ପ୍ରୋ. ଭାଇସ ଚେୟାରମ୍ୟାନ ବିନୋଦ ଦାଶ  , ଡାଇରେକ୍ଟର ଡ଼କ୍ଟର ଲଗ୍ନଜିତ ଦାସଙ୍କ ପରୋକ୍ଷ ତତ୍ତ୍ଵାବଧାନରେ ଓ ପ୍ରଶାସନିକ ଅଧିକାରୀ ମାନସ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତଥା ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ, ଅନ୍ୟାନ୍ୟ କର୍ମଚାରୀବୃନ୍ଦ, ଅଭିଭାବକଙ୍କ ଉପସ୍ଥିତିରେ ସମ୍ବର୍ଦ୍ଧନା ଦିବସର କାର୍ଯକ୍ରମଟି ସମାପ୍ତହୋଇଥିଲାl

- Advertisement -

Leave A Reply

Your email address will not be published.