Take a fresh look at your lifestyle.

ଇ – ଟେକ୍ ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମେଧାବୀ ସମ୍ବର୍ଦ୍ଧନା ସମାରୋହ

ଶିକ୍ଷା ସାମାଜିକ ସଂସ୍କାରର ବାର୍ତ୍ତାବହ

0 12

ଢେଙ୍କାନାଳ(ମଦନ ମୋହନ ଶତପଥି ) : ଢେଙ୍କାନାଳ ଜିଲ୍ଲା ସଦର ମହକୁମା ନିକଟସ୍ଥ ମଙ୍ଗଳପୁର ଠାରେ ଅବସ୍ଥିତ ଇ-ଟେକ୍ ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଚଳିତ ବର୍ଷ ମ୍ୟାଟ୍ରିକ୍ ପରୀକ୍ଷାରେ ୯୦% ରୁ ଉର୍ଦ୍ଧ୍ବ ମାର୍କ ରଖିଥିବା ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।

ଅନୁଷ୍ଠାନର ଅଧ୍ୟକ୍ଷ ଡଃ ସୁରେଶ୍ ମିଶ୍ରଙ୍କ ସଭାପତିତ୍ରରେ ଅନୁଷ୍ଠିତ ଏହି ସମାରୋହରେ ସମର କୋର୍ଡ଼ରେ ଅଧ୍ୟୟନ କରୁଥିବା ଢେଙ୍କାନାଳ, ଅନୁଗୋଳ, ସମ୍ବଲପୁର ତଥା କଟକ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୨ ଜଣ ଛାତ୍ର ଛାତ୍ରୀଙ୍କ ସମେତ ସେମାନଙ୍କର ପିତା ମାତାଙ୍କୁ ସମ୍ବଦ୍ଧିତ କରାଯାଇଥିଲା। “ଶିକ୍ଷା ସମସ୍ତଙ୍କ ପାଇଁ ଅର୍ଥ ସର୍ବସ୍ଵ ନୁହେଁ ବରଂ ସାମାଜିକ ସଂସ୍କାରର ବାର୍ତ୍ତାବହ ଜ୍ଞାନ ଅର୍ଜନ କରିବା ସହ ବସୁଧୈବ କୁଟୁମ୍ବ କମ୍ ନୀତିରେ, ମାନବ ବାଦର ପ୍ରକୃତ ପରିଚୟ ଦେବା ହିଁ ଆଜିର ଶିକ୍ଷାର ମୂଳ ଲକ୍ଷ୍ୟ ହେବା ଉଚିତ୍‌ ବୋଲି” ଉପସ୍ଥିତ ଛାତ୍ର ଛାତ୍ରୀମାନଙ୍କୁ ଅଧ୍ୟକ୍ଷ ଡଃ ମିଶ୍ର ମତବ୍ୟକ୍ତ କରିଥିଲେ ।

ଅନ୍ୟତମ ଅତିଥୁ ଭାବରେ ଇ-ଟେକ୍ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସାରଦା ପ୍ରସାଦ ମହାନ୍ତି, ଦେଶର ଶିକ୍ଷା ବ୍ୟବସ୍ଥା ଆମ ସମାଜ ପାଇଁ ପ୍ରଗତିର ବାର୍ତ୍ତାବହ ହେବ ବୋଲି ଛାତ୍ର ଛାତ୍ରୀ ମାନଙ୍କୁକହିଥିଲେ । ଏହି ଅବସରରେ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର, ଟ୍ରଫି ଉତ୍ତରୀୟ ସହ ପୁଷ୍ପଗୁଚ୍ଛ ଏବଂନଗଦ ଅର୍ଥ ରାଶି ପ୍ରଦାନ କରାଯାଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଉଥିଲା ।

ଛାତ୍ର ଛାତ୍ରୀ ମାନଙ୍କୁ ସଠିକ୍ ଦିଗ୍ ଦର୍ଶନ ବେଳେ ସେମାନେ ଆଗାମୀ ଦିନରେ ଜଣେ ଜଣେ ସୁ – ନାଗରିକ ହୋଇ ଏକ ସୁସ୍ଥ ସମାଜ ଗଠନରେ ସହାୟକ ହୋଇ ଆମ ଦେଶର ଗୌରବକୁ ବିଶ୍ବ ଦରବାରର ବୃଦ୍ଧି କରିପାରିବେ ବୋଲି ଇ-ଟେକ୍ଟର ଉପାଧ୍ୟକ୍ଷ ଅନୀଲ କୁମାର ଗୋଚ୍ଛାୟତ କହିଥିଲେ ।

ଶ୍ୟାମ ସୁନ୍ଦର ଦେହୁରୀ ସ୍ବାଗତ ଭାଷଣ ସହ ଅତିଥୁ ପରିଚୟ ପ୍ରଦାନ କରିଥିବା ବେଳେ ଗଣିତ ବିଭାଗର ଅଧ୍ୟାପକ ଆଶିଷ କୁମାର ଖଣ୍ଡାୟତ ରାୟ, ପଦାର୍ଥ ବିଜ୍ଞାନର ଅଧ୍ୟାପକ ବିରଞ୍ଚି ନାରାୟଣ ବଳ ସାମନ୍ତ, ପ୍ରାଣୀ ବିଜ୍ଞାନର ଅଧ୍ୟାପକ ଜୟ ପ୍ରକାଶ ବଳିଆର ସିଂ ଛାତ୍ର ଛାତ୍ରୀ ମାନଙ୍କର ଭବିଷ୍ୟତ ଉଜ୍ଜ୍ଵଳ କାମନା କରିଥିଲେ I

- Advertisement -

Leave A Reply

Your email address will not be published.