Take a fresh look at your lifestyle.

ସରକାରୀ ଜାଗାରେ ଗଢି ଉଠିଥିବା ବେଆଇନ ସତସଙ୍ଗ କେନ୍ଦ୍ରରେ ବୁଲିଲା ବୁଲଡୋଜର

0 15

ଢେଙ୍କାନାଳ : ସରକାରୀ ଜାଗାରେ ଗଢି ଉଠିଥିବା ବେଆଇନ ସତସଙ୍ଗ କେନ୍ଦ୍ରରେ ବୁଲିଲା ବୁଲଡୋଜର I ସତସଙ୍ଗ କେନ୍ଦ୍ର ର ଭକ୍ତ ମାନଙ୍କ ପ୍ରବଳ ବିରୋଧ ସତ୍ୱେ ବେଆଇନ ଘର ,ଉପାସନା କେନ୍ଦ୍ର କୁ ଉଛେଦ କରାଯାଇଛି I ସଦର ଉପଜିଲାପାଳ ବିବୁଧ ଗଡ଼ନାୟକ,ତହସିଲଦାର ସ୍ୱାଧୀନ ବେହେରା , ସଦର ଥାନା ଅଧିକାରୀ ପ୍ରିୟବ୍ରତ ଦାଶ ଓ ବରିଷ୍ଠ ପୁଲିସ ଅଧିକାରୀ ମାନେ ଉପସ୍ଥିତ ରହି ଉଛେଦ କରିଛନ୍ତି I

ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ତାଳବର କୋଟ ପାହାଡ ଉପରେ ଗଢି ଉଠିଥିଲା ବେଆଇନ ସତସଙ୍ଗ କେନ୍ଦ୍ର‌‌‌। ଦୀର୍ଘ ବର୍ଷ ଧରି ଏଠାରେ ତାଳବରକୋଟ ସମେତ ଆଖପାଖ ଅଞ୍ଚଳର ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ଉପାସନା ଉର୍ଦ୍ଧେଶ୍ଵରେ ଏଠାରେ ଏକ କୋଠା ସମେତ କିଛି ଓପନ ପେଣ୍ଡାଲ ନିର୍ମାଣ କରିଥିଲେ । ପୂର୍ବରୁ ଏହି ବେଆଇନ ସତସଙ୍ଗ କେନ୍ଦ୍ରକୁ ଉଛେଦ ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ହୋଇଥିଲା।କିନ୍ତୁ ହାଇକୋର୍ଟରେ ସ୍ଥଗିତାଦେଶ ଆଣିଥିବାରୁ ଏହା ସମ୍ଭବ ହୋଇ ପାରି ନଥିଲା ।

ଗତ ୯ ତାରିଖରେ ସ୍ଥଗିତାଦେଶ ଉଠିବା ପରେ ପୋଲିସ ଓ ପ୍ରଶାସନ ଉପସ୍ଥିତିରେ ଆଜି ତାକୁ ଉଛେଦ କରାଯାଉଛି ।ଗୋଟିଏ ବଡ କୋଠା ସମେତ କିଛି ଓପନ ପେଣ୍ଡାଲକୁ ଭଙ୍ଗା ଯାଇଛି। ଜବରଦଖଲ ଅଞ୍ଚଳକୁ ଉଛେଦ କରାଯାଇ ଇଡକୋକୁ ହସ୍ତାନ୍ତର କରାଯିବ। ପରବର୍ତ୍ତୀ ସମୟରେ ଏଠାରେ ଏକ ଘରୋଇ କାରଖାନା ନିର୍ମାଣ ପାଇଁ ଏହି ଯାଗା ଲିଜରେ ଦିଆଯିବା ନେଇ ଯୋଜନା ରହିଥିବା କହିଛନ୍ତି ତହସିଲଦାର ସ୍ଵାଧୀନ ବେହେରା ।

- Advertisement -

Leave A Reply

Your email address will not be published.