Take a fresh look at your lifestyle.

ସ୍ୱାସ୍ଥ୍ୟକେନ୍ଦ୍ରରେ ପଶିଲା ହାତୀ

0 10

ଗଁନ୍ଦିଆ ବ୍ଲକର ଶ୍ରୀରାମଚନ୍ଦ୍ରପୁର ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଆଜି ସନ୍ଧ୍ୟା ସମୟରେ ଏକ ଦନ୍ତା ହାତୀ ଉତ୍ତର,-ପଶ୍ଚିମ କଣ ପାଚେରୀ ଭାଙ୍ଗି ସ୍ୱାସ୍ଥ୍ୟ କେନ୍ଦ୍ର ମଧ୍ୟରେ ପଶି ପ୍ରାୟ ଅଧଘଣ୍ଟା କାଳ ତାଣ୍ଡବ ରଚିଥିବା ଦେଖିବାକୁ ମିଳିଛି।

ଲୋକମାନେ ପାଟି ତୁଣ୍ଡ କରିବା ଫଳରେ ଉକ୍ତ ହାତୀଟି ସେଠାରୁ ପଳାଇ ଯାଇ ଆଙ୍କୁର୍ଦା ଗ୍ରାମ ରାସ୍ତା ଆଡକୁ ଯାଇଥିଲା ।

ଏହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ବ୍ଲକର ୨୯ଗୋଟି ପଂଚାୟତ ବାସି ନିର୍ଭର କରିଥାନ୍ତି । କିନ୍ତୁ ବହୁ ସମୟରେ ହାତୀର ଉପସ୍ଥିତ ଯୋଗୁ ରାତ୍ରୀ କାଳୀନ ଜିବା ଆସିବା ପାଇଁ ଲୋକେ ଭୟ କରୁଥିବା ବେଳେ ଆଜି ପାଚେରୀକୁ ଭାଙ୍ଗି ପରିସରରେ ପଶି ବା ପରେ ରାତ୍ରୀ କାଳୀନ ସେବା କୁ ନେଇ ରୋଗୀ ଙ୍କ ଠାରୁ ଆରମ୍ଭ କରି କର୍ମଚାରୀ ମାନଙ୍କ ମନରେ ଛନକା ପଶିଯାଇଛି।

ଅଞ୍ଚଳବାସୀ ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରକୁ ରାତ୍ରିରେ ରୋଗୀ ଧରି ଆସିବାକୁ ସୁରକ୍ଷିତ ଭାବୁ ନାହାନ୍ତି । ତେଣୁ ତୁରନ୍ତ ବନ ବିଭାଗ ପକ୍ଷରୁ ଏଦିଗରେ ପଦକ୍ଷେପ ନେଇ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ୨୪ ଘଣ୍ଟିଆ ସୁରକ୍ଷା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଅଛି।

- Advertisement -

Leave A Reply

Your email address will not be published.