Take a fresh look at your lifestyle.

ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ, ସମସ୍ୟାର ଆସୁ ସମାଧାନ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ପତ୍ର

0 26
ଗଁଦିଆ : ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଶ୍ରୀରାମ ଚନ୍ଦ୍ର ପୁରସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଭିନ୍ନ ସମସ୍ୟା ଲାଗି ରହିଛି l ଏ ସମ୍ପର୍କରେ ବ୍ଲକ ଆମ୍ ଆଦମୀ ପାର୍ଟିର ଏକ ପ୍ରତିନିଧି ମଣ୍ଡଳୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କ ସହିତ ଆଲୋଚନା କରି ପରିଦର୍ଶନ କରିଥିଲେ l ବାରମ୍ବାର ବିଦ୍ୟୁତ କାଟ ଯୋଗୁଁ ରୋଗୀ ସେବା ବ୍ୟାଘାତ l
ଜେନେରେଟର ଟିଏ ଥିଲେ ମଧ୍ୟ ଦୁଇ ବର୍ଷ ହେଲା ଅଚଳ ପଡ଼ିରହିଛି l ଇନଭର୍ଟର ମଧ୍ୟ ଅସୁସ୍ଥ l ବିଦ୍ୟୁତ କାଟ ହେଲେ ମୋବାଇଲ ଟର୍ଚ୍ଚରେ ରୋଗୀ ସେବା ହୁଏ l ବାହ୍ୟ ରୋଗୀ ମାନଙ୍କପାଇଁ ବସିବାକୁ ଚଉକି ଟିଏ ନାହିଁ ଏବଂ ଅପେକ୍ଷା କରିବାପାଇଁ ଆଶ୍ରୟସ୍ଥଳର ସୁବିଧା ନାହିଁ l ଶବ ବ୍ୟବଛେଦର ବ୍ୟବସ୍ଥା ନାହିଁ l ଆବଶ୍ୟକ ମୁତାବକ ଡାକ୍ତର ଏବଂ ଷ୍ଟାଫ୍ ନାହାନ୍ତି l
ଆସୁ ପ୍ରତିକାର ପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଲିଖିତ ଭାବେ ଅବଗତ କରାଇଥିଲେ ଏବଂ ତାର ଏକ ଏକକିତା ନକଲ ଦଳର ବ୍ଲକ ସଭାପତି ସୌମ୍ୟରଞ୍ଜନ ବେହେରାଙ୍କୁ ପ୍ରଦାନ କରିଥିଲେ l
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆବାହକ ପଙ୍କଜ ନାୟକ, ଜିଲ୍ଲା ଯୁବ ସଭାପତି ସୁଧାଂଶୁ ଓଝା, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ବିଷ୍ଣୁ ପ୍ରସାଦ ପଣ୍ଡା, ନାରୀ ନେତ୍ରୀ ରାଜଲକ୍ଷ୍ମୀ ସାହୁ, ବିଜୟ ପାତ୍ର, ଭରତ ମଲିକ, ପ୍ରଫୁଲ୍ଲ ସାହୁ, ଭୁଦିଆ ରାଉତ ପ୍ରମୁଖ ଅନେକ କର୍ମୀ ଯୋଗ ଦେଇଥିଲେ l

- Advertisement -

Leave A Reply

Your email address will not be published.