ଢେଙ୍କାନାଳ(ମଦନ ମୋହନ ଶତପଥି):ଢେଙ୍କାନାଳ ସହର ର ଭାଗିରଥି ବିହାର ରେ ପୁଲିସ ଦୀର୍ଘ ଦିନର ଜବର ଦାଖଲ ଭାଙ୍ଗିବାକୁ ସକ୍ଷମ ହୋଇଛି I ଭାଗିରଥି ବିହାର ର ସି ବ୍ଲକ ରେ ଭାରତୀ ଦାଶ ନାମକ ଜଣେ ମହିଳା ନିଜ ବାରି ପଟକୁ ଥିବା ସର୍ବସାଧାରଣ ରାସ୍ତା ଉପରେ ଜବର ଦାଖଲ କରି ଏକ ପାଚେରୀ ପକେଇଥିଲେ I
ଫଳ ରେ ସି ବ୍ଲକ ର C /12ରେ ଘରକରି ରହିଥିବା ଜ୍ଞାନ ରଞ୍ଜନ ଶତପଥି ତାଙ୍କ ମା ଓ ପରିବାର ଲୋକ ରହି ଆସୁଥିଲେ I ମହିଳା ଜଣକ ବେଆଇନ ଭାବେ ପାଚେରୀ ପକେଇ ଦେବାରୁ ରାସ୍ତା ବନ୍ଦ ହେବା ସହିତ ଜ୍ଞାନ ରଞ୍ଜନ ଙ୍କ ପରିବାର ଆଉ ନିଜ ଘର କୁ ପଶି ପାରୁନଥିଲେ I ସର୍ବସାଧାରଣ ରାସ୍ତା ଅବରୋଧ ଯୋଗୁଁ ଲୋକ ମାନେ ମଧ୍ୟ ଚଳପ୍ରଚଳ ରେ ଅସୁବିଧା ଭୋଗୁଥିଲେ I ଏନେଇ ସେ ଦୀର୍ଘ ବର୍ଷ ହଇରାଣ ହରକତ ହେବା ପରେ ଘର ଛାଡି ବୃଦ୍ଧ ମା ଙ୍କ ବାହାରେ ରହିବାକୁ ବାଧ୍ୟ ହୋଇଛନ୍ତି I
ଏନେଇ ଜ୍ଞାନ ରଞ୍ଜନ ସବ ଡିଭିଜିନାଲ ମାଜିଷ୍ଟ୍ରେଟ ଙ୍କ ଅଦାଲତ ରେ ମାମଲା ରୁଜୁ କରିଥିଲେ I ସବ ଡିଭିଜିନାଲ ମାଜିଷ୍ଟ୍ରେଟ ସଦର ଆର ଆଇ , ତହସିଲଦାର ଙ୍କ ରିପୋର୍ଟ କୁ ତର୍ଜମା କରି ମାମଲା ର ଶୁଣାଣି କରି କରି 7.12.22 ରେ ରାୟ ପ୍ରକାଶ କରି ଟାଉନ ଥାନା ଅଧିକାରୀ ଙ୍କୁ ବେଆଇନ ପାଚେରୀ ଭାଙ୍ଗି ଜବରଦଖଲ ଉଛେଦ କରି ବାକୁ ନିର୍ଦେଶ ଦେଇଥିଲେ I
ଉଛେଦ ସମୟ ରେ ତହସିଲଦାର ମାପଚୁପ ପାଇଁ କ୍ଷେତ୍ରକର୍ମଚାରୀ ନିୖୟୋଜିତ କରି ଟାଉନ ପୁଲିସ କୁ ସହଯୋଗ କରିବାକୁ ରାୟ ଦେଇଥିଲେ I ଦୀର୍ଘ ଦିନ ହେବ ପୁଲିସ ଉଛେଦ କରିବା ପାଇଁ ଟାଳଟୁଳ ନୀତି ଅବଲମ୍ବନ କରି ଆସୁଥିଲା I ଶେଷ ରେ ପୁଲିସ ଶୁକ୍ରବାର ଜବରଦଖଲ ଉଛେଦ କରିଛି I