ଗଁଦିଆ : ସନ୍ଥଶ୍ରୀକ୍ଷେତ୍ର ସନ୍ଥପୁର ର ସ୍ନାନ ମଣ୍ଡପରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ସ୍ବର୍ଗତ ଉଦୟ ନାଥ କର ଙ୍କ ସ୍ମୃତି ଚାରଣ ସଭା ସନ୍ଥପୁର ଉଚ୍ଚ ବିଦ୍ୟାଳୟ ର ପ୍ରତିଷ୍ଠାତା ସଦସ୍ୟ, ସନ୍ଥପୁର ଗ୍ରାମ ସଂଗଠନ ର ପ୍ରାକ୍ତନ ସଭାପତି, ଅବସର ପ୍ରାପ୍ତ ଆଦର୍ଶ ପ୍ରଧାନ ଶିକ୍ଷକ ସ୍ବର୍ଗତ ଉଦୟ ନାଥ କର ଙ୍କ ଦ୍ବାଦଶାହରେ ତାଙ୍କ ପରିବାର ବର୍ଗ ଓ ଆତ୍ମିୟ ସତ୍ଜନ ଙ୍କ ଆୟୋଜନ ରେ ସ୍ମୃତି ଚାରଣ ସଭା ସନ୍ଥଶ୍ରୀକ୍ଷେତ୍ର ସନ୍ଥପୁର ସ୍ନାନ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି।
ଏହି ସ୍ମୃତି ଚାରଣ ସଭା ରାଜ୍ୟ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ଶିକ୍ଷକ ବିପିନି ବିହାରୀ ଶତପଥୀ ଙ୍କ ଅଧ୍ୟକ୍ଷତାରେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ର ସଭାପତି ପ୍ରକୃତି ବନ୍ଧୁ ହରିହର ସାହୁ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ, ଦୁର୍ଯୋଧନ ସାହୁ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଆରତି ନାଥ, କଳା ଶିକ୍ଷକ ଗଗନ କୁମାର ରାଉତ, ସମାଜ ସେବୀ ଶରତ କୁମାର ରାଉତ, ହରମୋହନ କବି ଶତପଥୀ, ପ୍ରଳୟ କୁମାର ଦାସ, ସରୋଜ ଶତପଥୀ ସ୍ମୃତି ଚାରଣ କରିଥିଲେ ।
ଏହି କାର୍ଯ୍ୟକ୍ରମ ରେ ରେ ସ୍ବର୍ଗତ କର ଙ୍କ ପୁତ୍ର ଦିଲ୍ଲିପ, ପ୍ରଦୀପ, ପ୍ରତାପ, ପ୍ରକାଶ, ଝିଅ ରୁନୁ, ରଞ୍ଜୁ, ବୋହୁ ରାନୁ, ଚିନୁ ,ଅନୁ ଏବଂ ଇନୁ ,ଜାମାତା ଯତିନ ଓ ଶିଶିର ଙ୍କ ସହିତ ଶତାଧିକ ଜନସାଧାରଣ ଉପସ୍ଥିତ ହୋଇ ସ୍ବର୍ଗତ କର ଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ସ୍ବର୍ଗତ କର ଙ୍କ ଆତ୍ମା ର ସଦ୍ଗତି ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା । ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ର ସଭାପତି ପ୍ରକୃତି ବନ୍ଧୁ ଶ୍ରୀ ସାହୁ ଶାନ୍ତି ପାଠ କରିଥିଲେ । ଏହି କାର୍ଯ୍ୟକ୍ରମ ପୂର୍ବରୁ ଶ୍ରୀମଦ୍ ଭଗବତ ଗୀତାପାଠ କରାଯାଇଥିଲା ।