Take a fresh look at your lifestyle.

କପିଳାସ ମନ୍ଦିର ପ୍ରତିଷ୍ଠା ସମାରୋହ ୧୦ରେ

୧୨୪୬ ଖ୍ରୀଷ୍ଟାବ୍ଦ ବୈଶାଖ ଶୁକ୍ଳ ତ୍ରୟୋଦଶୀ ତିଥିରେ ରାଜା ନରସିଂହ ଦେଓ ବା ଲାଙ୍ଗୁଳା ନରସିଂହ ଦେବ ପ୍ରତିଷ୍ଠା କରିଥିଲେ କପିଳା ମନ୍ଦିର

0 2

ଢେଙ୍କାନାଳ(ରାଜକିଶୋର ରାଉତ ): କପିଳାସ ମନ୍ଦିରର ପ୍ରତିଷ୍ଠା ଦିବସ ସମାରୋହ ଆସନ୍ତା ୧୦ତାରିଖରେ ଅନୁଷ୍ଠିତ ହେବ । ଏହି ଐତିହ୍ୟପୂର୍ଣ୍ଣ ମନ୍ଦିରଟି ୧୨୪୬ ଖ୍ରୀଷ୍ଟାବ୍ଦ ବୈଶାଖ ଶୁକ୍ଳ ତ୍ରୟୋଦଶୀ ତିଥିରେ ରାଜା ନରସିଂହ ଦେଓ ବା ଲାଙ୍ଗୁଳା ନରସିଂହ ଦେବ ପ୍ରତିଷ୍ଠା କରିଥିଲେ ।

ଏହି ଦିନକୁ ସ୍ମରଣୀୟ ତଥା ଅଧିକ ଲୋକାଭିମୁଖୀ କରିବା ପାଇଁ ସିଦ୍ଧ ଶ୍ରୀକ୍ଷେତ୍ର ଢେଙ୍କାନାଳ ପରିକ୍ରମା ତରଫରୁ ପ୍ରଥମ ଥର ପାଇଁ ପାଳକ କରିବାକୁ ନିଷ୍ପତି ଗ୍ରହଣ ହୋଇଛି । ଏ ସମ୍ପର୍କରେ ଗୁରୁବାର ଅପରାହ୍ନରେ ସ୍ଥାନୀୟ ଦଧିବାବନଜୀଉ ମନ୍ଦିର ପ୍ରାଙ୍ଗଣରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।

ସିଦ୍ଧ ଶ୍ରୀକ୍ଷେତ୍ର ଢେଙ୍କାନାଳ ପରିକ୍ରମା ପରିବାରର ମୁଖ୍ୟ ସଂଯୋଜକ ଅବନୀକୁମାର ମିଶ୍ରଙ୍କ ଆବାହକତ୍ୱରେ ବୈଠକ ଅନୁଷ୍ଠିତ ହୋଇ ୧୦ତାରିଖ, ଶନିବାର ସକାଳ ୭ଘଟିକାରେ ସିଦ୍ଧ ବଳରାମ ମନ୍ଦିର ପ୍ରାଙ୍ଗଣରୁ ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଦେଓଗାଁ ଅଭିମୁଖେ ଯାତ୍ରାକରି ପରେ କପିଳାସ ମନ୍ଦିରକୁ ଯାତ୍ରା କରିବ । ମନ୍ଦିର ପରିସରରେ ପ୍ରଥମେ ଦାଣ୍ଡପହଁରା କାର୍ଯ୍ୟକ୍ରମ କରାଯାଇ ବେଢ଼ା ପରିକ୍ରମା, ଶ୍ରୀ ଜୀଉଙ୍କୁ ଦର୍ଶନ, ମାର୍ଜନା ଏବଂ ମଙ୍ଗଳ ପ୍ରାର୍ଥନା କରାଯିବାର କାର୍ଯ୍ୟକ୍ରମ ରହିଛି ।

ସନ୍ଧ୍ୟା ୫ଟାରେ ଢେଙ୍କାନାଳ ସହର ଅନ୍ତର୍ଗତ ପୁରୁଣା ଜିଲ୍ଳାପରିଷଦ ହଲ ଠାରେ ବିଶିଷ୍ଟ କଣ୍ଠଶିଳ୍ପୀ ଜାମିନୀ ରଞ୍ଜନ ଦାସ ଓ ସାଥିଙ୍କ ଦ୍ୱାରା ଶାସ୍ତ୍ରୀୟ ସଂଗୀତ ପରିବେଷଣ କରାଯିବ । ସନ୍ଧ୍ୟା ସାଢ଼େ ୬ଟାରେ ପ୍ରତିଷ୍ଠା ଦିବସ ସମାରୋହ ଅନୁଷ୍ଠିତ ହେବ ବୋଲି ବୈଠକରେ ନିଷ୍ପତିଗ୍ରହଣ କରାଯାଇଛି ।

ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଆର୍ଯ୍ୟରନô ଚକ୍ରଧର, କମଳ ନନ୍ଦ, ଦେବୋତର ନୀରିକ୍ଷକ ପ୍ରଦ୍ୟୁମ୍ନ ତ୍ରିପାଠୀ, ସ୍ନିଗ୍ଧା ନନ୍ଦ, ନିର୍ମଳା ମହାପାତ୍ର, ଶତୃଘ୍ନ ମାଟି, ଶେଷଦେବ ରାଉତ, ଜ୍ଞାନେନ୍ଦ୍ର ସାହୁ, ଦୁର୍ଗାଚରଣ ମହାପାତ୍ର, ଶ୍ରୀବତ୍ସ କୁମାର ଦାସ, ସବ୍ୟସାଚ୍ଚି ପାଣି, ରାଜକିଶୋର ବେହେରା ଓ ପୁରୁଷୋତମ ନନ୍ଦ ପ୍ରମୁଖ ଯୋଗଦେଇ ମତାମତ ଉପସ୍ଥାପନ କରିଥିଲେ ।

- Advertisement -

Leave A Reply

Your email address will not be published.