Take a fresh look at your lifestyle.

ଭାଇଚାରା, ପରମ୍ପରା ଓ କଳା ସଂସ୍କୃତ ଢେଙ୍କାନାଳର ପରିଚୟ

0 2
ଢେଙ୍କାଳାଳ (ଦୀପକ ମିଶ୍ର ): ଢେଙ୍କାନାଳର ରୁହନାଇଟ୍ କ୍ଲବର ବାର୍ଷିକ ଭତ୍ସବ ବୈଶାଖୀ ମହୋତ୍ସବ ଶୁକ୍ରବାର ସନ୍ଧ୍ୟାରେ ସ୍ଥାନୀୟ ମିନି ଷ୍ଟାଡିୟମଠାରେ ଉଦଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୌରାଣିକ୍ଷା ଜୟନ୍ତୀ ପାତ୍ର ମହୋତ୍ସବକୁ ଉଦଘାଟନ କରି କହିଲେ ଯେ, ଭାଇଚାରା, ପରମ୍ପରା ଓ କଳା ସଂସ୍କୃତି ଢେଙ୍କାନାଳର ପରିଚୟ ଓ ଢେଙ୍କାନାଳ ର ବହୁ କଳାକାର ରାଜ୍ୟ ରେ ପ୍ରତିଷ୍ଠା ଲାଭ କରି ଢେଙ୍କାନାଳ ର ଟେକ ରଖିଛନ୍ତି ଓ ପ୍ରଥମ ଦିବସରେ ଦଳଗତ ନୃତ୍ୟ ପ୍ରତିଯୋଗିତାରେ ପୁରୀ, କଟକ, ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନ ଓ ଢେଙ୍କାନାଳ ଜିଲାରୁ ଆସିଥିବା କଳାକାରମାନଙ୍କୁ ସେ ଅଭିନନ୍ଦନ ଜଣାଇଥିଲେ ।
  ବୈଶାଖୀ ମହୋତ୍ସବ ଉଦ୍‌ଘାଟିତ ସମ୍ମାନିତ ଅତିଥି ଭାବେ ଜିଲା ଓକିଲ  ସଂଘର ସଭାପତି ଗୋପାଳଚନ୍ଦ୍ର ପାତ୍ର, ପୂର୍ବତନ ସଭାପତି ଶିବସାଇ ମହାପାତ୍ର ଓ ଶିଳ୍ପ ବାଣିକ୍ୟ ପ୍ରତିଷ୍ଠାନର ଉପସଭାପତି ରାଜେଶ ସୋନି ପ୍ରମୁଖ ଯୋଗ ଦେଇଥିଲେ ।
ଏହି ଅବସରରେ ଚଳିତବର୍ଷ ମାଟ୍ରିକ  ପରୀକ୍ଷାରେ ଟପର  ହୋଇଥିବା ଭାନିରାମ ମଡେଲ ହାଇସ୍କୁଲ ଛାତ୍ରୀ ସୂଚିନିତା ପ୍ରିୟଦର୍ଶନୀ ପରିତାଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବଦ୍ଧିତ କରାଯାଇଥିଲା ଅନୁଷ୍ଠାନର ସଭାପତି ସୁକାନ୍ତ କୁମାର ମିଶ୍ରଙ୍କ ସଭାପତିରେ ଆୟୋଜିତ ଏହି ଉତ୍ସବରେ ସମ୍ପାଦକ ସତ୍ୟ ସ୍ୱରୂପ ଦାସ ବିବରଣୀ ପାଠ  କରିଥିଲେ। ଅରବିନ୍ଦ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ ।
ଲକ୍ଷ୍ମୀ କାନ୍ତ  ସାହୁ ଓ ଦେବାଶିଷ ମିଶ୍ର ସାଂସ୍କୃତିକ କାର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ। ରତନ ନୟାର ,ରାଜଶ୍ରୀ ଶତପଥି ,ବିଶ୍ୱନାଥ ବେହେରା, ବିନୋଦ ମହାନ୍ତ, ଅମ୍ବିକା ପଟ୍ଟନାୟକ, ଅଥୟ ସାହୁ, ଗଙ୍ଗାଧର ରାଉତ, ସୌରଭ ବିଶ୍ବାଳ, ମାନସ ସାହୁ, ସୂଚିତ୍ର ବେହେରା, ଆଶିଷ ଶତପଥି ,ଦୀପକ କେଡିଆ ପ୍ରମୁଖଙ୍କ ସମେତ ଅନ୍ୟ ସଦସ୍ୟ ମାନେ ପରିଚାଳନାରେ ସହଯୋଗ କରିଥିଲେ ।
୨୩, ୨୪ ଏବଂ ୨୫ ତିନି ଦିନ ଧରି ହେବାକୁ ଥିବା ଏହି ମହୋତ୍ସବ ର ଦ୍ୱିତୀୟ ଓ ତୃତୀୟ ଦିନ ର କାର୍ୟ୍ୟକ୍ରମ କୁ ବର୍ଷା ଯୋଗୁଁ ବାତିଲ କରି ଦିଆଯାଇଥିବା ସଭାପତି ସୁକାନ୍ତ ମିଶ୍ର ସୂଚନା ଦେଇଛନ୍ତି ଓ

- Advertisement -

Leave A Reply

Your email address will not be published.