Take a fresh look at your lifestyle.

୫୮୪ ମାର୍କ ରଖି ଆଶିଶ୍‍ କୁମାର ସାହୁ ଅବିଭକ୍ତ ଢେଙ୍କାନାଳ ଜିଲ୍ଲା ଟପ୍ପର୍‍

+ ୨ ବିଜ୍ଞାନ ପରୀକ୍ଷାରେ ଇ-ଟେକ୍‍ ର ଐତିହାସିକ ସଫଳତା

0 7

ଢେଙ୍କାନାଳ(ମଦନ ମୋହନ ଶତପଥି): ଆଜି ପ୍ରକାଶିତ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ଶତ ପ୍ରତିଶତ ସଫଳତା ହାସଲ କରି ଢେଙ୍କାନାଳର ଇ-ଟେକ୍‍ ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପୁନର୍ବାର କୀର୍ତ୍ତିମାନ୍ ସ୍ଥାପନ କରିଛି। ଚଳିତ ବର୍ଷ ବିଦ୍ୟାଳୟର ୨୮୨ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ରେକର୍ଡ ସଂଖ୍ୟକ ୬୦ ଜଣ ଛାତ୍ର ଛାତ୍ରୀ ଶତକଡା ୯୦ ପ୍ରତିଶତରୁ ଉର୍ଦ୍ଧ୍ୱ ନମ୍ବର ରଖି ଅନୁଷ୍ଠାନକୁ ଗୌରବାନ୍ଵିତ କରିଛନ୍ତି। ତତ୍‍ସହିତ ୧୪୩ ଜଣ ଛାତ୍ର ଛାତ୍ରୀ ଶତକଡା ୮୫ ରୁ ଉର୍ଦ୍ଧ୍ୱ ନମ୍ବର ରଖିଥିବା ବେଳେ ୨୧୫ ଜଣ ଛାତ୍ର ଛାତ୍ରୀ ଶତକଡା ୮୦ ପ୍ରତିଶତ ରୁ ଉର୍ଦ୍ଧ୍ୱ ନମ୍ବର ରଖିଛନ୍ତି।

ଏହି ବିରଳ ସଫଳତା ପାଇଁ ଅଭିଜ୍ଞ ଅଧ୍ୟାପକ – ଅଧ୍ୟାପିକା ମାନଙ୍କର ଉଚ୍ଚ ମାନର ଶିକ୍ଷା ଦାନ, ସମୟୋପଯୋଗୀ ଶିକ୍ଷା ପ୍ରଣାଳୀ, ଶୃଙ୍ଖଳିତ ଏବଂ ଶୈକ୍ଷିକ ବାତାବରଣ ସହ ଛାତ୍ର ଛାତ୍ରୀମାନଙ୍କର କଠିନ ପରିଶ୍ରମରେ ହିଁ  ଇ-ଟେକ୍‍ ଏହି ସଫଳତା ହାସଲ କରିପାରିଛି ବୋଲି ଅନୁଷ୍ଠାନର ସମ୍ପାଦିକା ଶ୍ରୀମତୀ ସାଗରବାଳା ହୋତା ପ୍ରକାଶ କରିଛନ୍ତି।

ଅନୁଷ୍ଠାନର ଛାତ୍ର ଆଶିଶ୍‍ କୁମାର ସାହୁ ୫୮୪ ନମ୍ବର ରଖି ଅବିଭକ୍ତ ଢେଙ୍କାନାଳ ଜିଲ୍ଲାରେ ଟପ୍ପର ହୋଇଥିବା ସହ ଗତ ମେଡିକାଲ୍‍ ପ୍ରବେଶିକା ପରୀକ୍ଷାରେ ଶ୍ରେଣୀ ଗୃହ ଶିକ୍ଷାରୁ ୫୪୩ ନମ୍ବର ରଖିବେ ବୋଲି ଆଶା ପ୍ରକାଶ କରିଛନ୍ତି। ଦ୍ୱିତୀୟରେ ଏସ୍‍. ରାମେଶ୍ୱେରୀ ନନ୍ଦ ୫୮୦, ତୃତୀୟରେ ଦର୍ଶନ ରାଉତ ୫୭୫ ନମ୍ବର ଓ ଚତୁର୍ଥରେ ଯୁଗ୍ମ ଭାବରେ ଅମ୍ବିକା ପ୍ରସାଦ ଦାସ ଏବଂ ଇତିଶ୍ରୀ ମାଝି ୫୭୩ ନମ୍ବର  ରଖି କୃତିତ୍ୱ ଅର୍ଜନ କରିଥିବା ବେଳେ ସ୍ୱୟଂପ୍ରଭା ପଣ୍ଡା – ୫୭୧, ଶୁଭସ୍ମିତା ସାହୁ – ୫୭୦ ଓ ତେଜସ୍ୱିନୀ ପ୍ରିୟଦର୍ଶିନୀ – ୫୭୦ ନମ୍ବର ଅନୁଷ୍ଠାନକୁ ଗୌରବାନ୍ୱିତ କରିଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଇ-ଟେକ୍‍ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୨୨ ଜଣ ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ତନ୍ମଧ୍ୟରୁ ୫ ଜଣ ଛାତ୍ରୀ ଶତକଡ଼ା ୯୦ ପ୍ରତିଶତରୁ ଉର୍ଦ୍ଧ୍ୱ ନମ୍ବର ରଖିଛନ୍ତି। ସେହିପରି ୧୧୧ ଜଣ ଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସୂଚନା ଯୋଗ୍ୟ ଯେ ଅନୁଷ୍ଠାନର ଛାତ୍ରୀ ବିଦୁସ୍ମିତା ରାଉତ – ୫୬୧,  ରିଚା ପ୍ରିୟଦର୍ଶିନୀ ସାହୁ – ୫୫୦ ଏବଂ ରୁପାଲୀ ପରିଡ଼ା ୫୪୮ ନମ୍ବର ରଖି ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ହାସଲ କରି ଅନୁଷ୍ଠାନକୁ ଗୌରବାନ୍ଵିତ କରିଛନ୍ତି।

 

ବିଦ୍ୟାଳୟର ଏହି ଉଲ୍ଲେଖନୀୟ ସଫଳତା ପାଇଁ  ସମସ୍ତ ଛାତ୍ର ଛାତ୍ରୀ ମାନଙ୍କର କଠିନ ପରିଶ୍ରମ, ଅଭିଭାବକ ମାନଙ୍କର ଆନ୍ତରିକ ସହଯୋଗ ତଥା କର୍ମଚାରୀମାନଙ୍କର ନିଷ୍ଠାପର କର୍ତ୍ତବ୍ୟ ସମ୍ପାଦନ ପାଇଁ ଆଜି  ଇ-ଟେକ୍‍ ରାଜ୍ୟ ସ୍ତରରେ ସୁନାମ ଅର୍ଜନ କରିପାରିଛି।  ବିଦ୍ୟାଳୟର ଏହି ଅଦ୍ଭୁତ ପୂର୍ବ ସଫଳତା ପାଇଁ ଅଧ୍ୟକ୍ଷ ଡ. ସୁରେଶ ମିଶ୍ର ସମସ୍ତ ଛାତ୍ର ଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା, ଅଭିଭାବକ ଓ ସମସ୍ତ କର୍ମଚାରୀ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଗାମୀ ଦିନରେ ଯୁକ୍ତ ଦୁଇ ବିଜ୍ଞାନ ପଢିବାକୁ ଇଚ୍ଛୁକ ଛାତ୍ର ଛାତ୍ରୀ ମାନଙ୍କୁ ଇ-ଟେକ୍‍ ର ଏହି ସଫଳତାର ସହଯାତ୍ରୀ ହେବାପାଇଁ ଅନୁରୋଧ କରିଛନ୍ତି।

- Advertisement -

Leave A Reply

Your email address will not be published.