Take a fresh look at your lifestyle.

ପିସିସି ଉପସଭାପତି ସସ୍ମିତା ଓ ସମ୍ପାଦିକା ଶିଳ୍ପୀଶ୍ରୀ ଙ୍କୁ ସମ୍ବର୍ଦ୍ଧନା

0 2

ଢେଙ୍କାନାଳ : ସ୍ଥାନୀୟ କଂଗ୍ରେସ କାର୍ଯ୍ୟାଳୟ ଗାନ୍ଧି ମନ୍ଦିର ଠାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଏଆଇସିସି ଦ୍ୱାରା ନବ ନିଯୁକ୍ତ ପିସିସି ଉପସଭାପତି ସସ୍ମିତା ବେହେରା ଏବଂ ସମ୍ପାଦିକା ଶିଳ୍ପୀଶ୍ରୀ ହରିଚନ୍ଦନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଜିଲ୍ଲା କଂଗ୍ରେସ କମିଟି ସଭାପତି ସୁନୀଲ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଦୁଇ ନେତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ।

ସସ୍ମିତା ବେହେରା ରାଉରକେଲା ଏନ୍ଆଇଟି, ଉକôଳ ବିଶ୍ୱବିଦ୍ୟାଳୟ ଏବଂ ଆଇଆଇଏମ୍ ବାଙ୍ଗାଲୋରରୁ ଉଚ୍ଚଶିକ୍ଷା ଲାଭ କରିଛନ୍ତି । ସେ ଗତ ସାଧାରଣ ନିର୍ବାଚନରେ ଢେଙ୍କାନାଳ ଲୋକସଭା ଆସନ ନିମନ୍ତେ କଂଗ୍ରେସ ଟିକେଟରେ ଲଢିଥିଲେ । ଶ୍ରୀମତୀ ବେହେରା ସଭାସଦ୍ଙ୍କୁ ନିଜର କୃତଜ୍ଞତା ଜ୍ଞାପନ କରିବା ସହିତ କଂଗ୍ରେସର ସଂଗଠନକୁ ତୃଣମୂଳ ସ୍ତରରେ ସୁଦୃଢ କରିବା ନିମନ୍ତେ ସମସ୍ତଙ୍କୁ ଆହ୍ୱାନ ଜଣାଇଥିଲେ । କଂଗ୍ରେସ ସଦସ୍ୟମାନେ କଠିନ ପରିଶ୍ରମ କରି ଦଳକୁ ଆଗାମୀ ପଂଚାୟତ ନିର୍ବାଚନରେ ବିଜୟୀ କରିବା ନିମନ୍ତେ ସଂକଳ୍ପ ନେବା ଆବଶ୍ୟକ ବୋଲି ଦର୍ଶାଇଥିଲେ ।

ଶିଳ୍ପୀ ଶ୍ରୀ ହରିଚନ୍ଦନ ପୂର୍ବରୁ ପିସିସିରେ ସମ୍ପାଦିକା ଭାବରେ କାର୍ଯ୍ୟ କରିଥିଲେ । ଶିଳ୍ପୀଶ୍ରୀ ପିସିସି ତରଫରୁ ଯାହା ଦାୟିତ୍ୱ ଦିଆଯିବ , ତାହା ପାଳନ କରିବା ନିମନ୍ତେ ସଂକଳ୍ପବଦ୍ଧ ବୋଲି ସଭାରେ ପ୍ରକାଶ କରିଛନ୍ତି । ଉଭୟ ନେତ୍ରୀ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ କଂଗ୍ରେସ ୨୦୨୯ ରେ ଓଡ଼ିଶାରେ ସରକାର ଗଢିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

ଦଳର ସର୍ବପ୍ରିୟ ନେତା ଏବଂ ଲୋକସଭାର ବିରୋଧୀ ଦଳର ନେତା ଶ୍ରୀ ରାହୁଲ ଗାନ୍ଧିଙ୍କ ଆହ୍ୱାନ ଯଥା ସଂକଳ୍ପ, ସମର୍ପଣ ଏବଂ ସଂଘର୍ଷକୁ ପାଳନ କରି କଂଗ୍ରେସ ଆଗକୁ ଯାଇ ପାରିବ ବୋଲି ସସ୍ମିତା ବେହେରା ଭାଷଣ ପ୍ରସଙ୍ଗରେ ଦର୍ଶାଇଥିଲେ । ଏହି ଅବସରରେ ଦଳ ତରଫରୁ ନବ ନିଯୁକ୍ତ ନେତ୍ରୀମାନେ ନିଜ ନିଜ ଦାୟିତ୍ୱ ନିଷ୍ଠାପର ଭାବରେ ସମ୍ପର୍ଣ୍ଣ କରିବେ ବୋଲି ଆସ୍ଥା ପ୍ରକଟ କରିବା ସହିତ ଦଳ ପକ୍ଷରୁ ସେମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା ।

ଆଜିର ଏହି ସମ୍ବର୍ଦ୍ଧନା ସଭାରେ ବରିଷ୍ଠ ନେତା ବେଣୁଧର ସାହୁ , ବିନୟ ସାହୁ , ବୀପ୍ରବର ସାହୁ, ଡା. ତୁଷାରକାନ୍ତି ନାୟକ, ଅବିନାଶ ପଣ୍ଡା, ଏସ୍.କେ. ଜାବିର୍ ବକ୍ସ, ଜିତେନ୍ଦ୍ର କୁମାର ସାହୁ, ଗୋବର୍ଦ୍ଧନ ସିଂ, ନିଶାକର ସାହୁ, ଅଖିଳ ମହାପାତ୍ର, ଉର୍ମିଳା ଦାସ, ସୁଶାନ୍ତ କୁମାର ଧଳ, ଗୟାରାମ ସେଠୀ, ବନମାଳି ଦାସ, ସଂଗ୍ରାମ କିଶୋର ଦାସ, ଅଖିଳ କୁମାର ରଥ, ଅଖିଳ ମହାପାତ୍ର, ସଂଧ୍ୟାରାଣୀ ସାହୁ, ବିକାଶ କୁମାର ସ୍ୱାଇଁ, ଶ୍ରୀଧର ରାଉତ, ସୁଦେସ୍ନା ଜେନା, ଶଶି ଦାସ, ସୁକାନ୍ତି ସାହୁ, ସଂଜୁବାଳା ସାହୁ, ଅଡଭୋକେଟ୍ ଦିଲ୍ଲୀପ କୁମାର ବରାଳ ପ୍ରମୁଖ ଯୋଗଦାନ କରିଥିଲେ । ବରିଷ୍ଠ ନେତା ଡାକ୍ତର ତୁଷାରକାନ୍ତି ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

- Advertisement -

Leave A Reply

Your email address will not be published.