ଢେଙ୍କାନାଳ : ଆଜି କେନ୍ଦ୍ରୀୟ ଶ୍ରମିକ ସଂଗଠନ ଆଇ.ଏନ୍.ଟି.ୟୁ.ସି., ଏ.ଆଇ.ଟି.ୟୁ.ସି. , ସି.ଆଇ.ଟି.ୟୁ, ଏ.ଆଇ.ସି.ସି.ଟି.ୟୁ., ଏଚ୍.ଏମ୍.ଏସ୍., ଏଲ୍.ପି.ଏଫ., ଟି.ୟୁ.ସି.ସି., ୟୁ.ଟି.ୟୁ.ସି. ଏବଂ କର୍ମଚାରୀଙ୍କ ସ୍ୱାଧୀନ ଫେଡେରେସନ୍ ପ୍ରମୁଖଙ୍କ ଡାକରାରେ ମଇ ୨୦ ଦେଶବାପୀ ସାଧାରଣ ଧର୍ମଘଟକୁ ସଫଳ କରିବା ପାଇଁ ଆଜି ଢେଙ୍କାନାଳ ଜିଲ୍ଲାର ସମସ୍ତ ଶ୍ରମିକ ସଂଗଠନମାନଙ୍କର ଏକ ଗଣକନ୍ଭେନସନ୍ ଗାନ୍ଧୀ ମନ୍ଦିର ସ୍ଥିତି କଂଗ୍ରେସ ଭବନର ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି ।
ନାରୀ ନେତ୍ରୀ ସ୍ମିତାରାଣୀ ସାମଲ, କମଳା ସାହୁ, ଶ୍ରମିକ ନେତା ରବି ରଥ, ସର୍ବଜ୍ଞ ସାହୁ, ସ୍ୱରୂପାନନ୍ଦ ଦାଶ, ସରୋଜ ଶତପଥୀଙ୍କୁ ନେଇ ଗଠିତ ସଭାପତିମଣ୍ଡଳୀ ସଭାପରିଚାଳନା କରିଥିଲେ । ପ୍ରଥମେ ପହେଲଗାଓରେ ସନ୍ତ୍ରାସବାଦୀମାନଙ୍କ ଦ୍ୱାରା ହତ୍ୟାର ଶିକାର ହୋଇଥିବା ୨୭ଜଣ ନିରପରାଧ ଦେଶବାସୀଙ୍କ ସମେତ ଅପରେସନ୍ ସିନ୍ଦୁର ପରିପ୍ରେକ୍ଷୀରେ ମୃତ ଦେଶପ୍ରେମୀ ଜୱାନ ଓ ସୀମାବର୍ତୀ ଅଂଚଳରେ ପାକିସ୍ଥାନ ଆକ୍ରମଣରେ ମୃତ ନିରୀହ ଦେଶବାସୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।
ଉଲ୍ଲେଖଯୋଗ୍ୟ କି, ଶ୍ରମିକ ବିରୋଧୀ ଶ୍ରମକୋଡ ବାତିଲ କରିବା, ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦରବୃଦ୍ଧି ବନ୍ଦ କରିବା, ସମସ୍ତ ଶ୍ରମିକଙ୍କ ମାସିକ ଦରମା ସର୍ବନିମ୍ନ ୨୬ହଜାର ଟଙ୍କା ଘୋଷଣା କରିବା, ସମାନ କାମକୁ ସମାନ ମଜୁରୀ ପ୍ରଦାନ କରିବା, ସର୍ବନିମ୍ନ ମାସିକ ପେନସନ୍ ୯ହଜାର ଟଙ୍କା, ବିଡ଼ି ଶ୍ରମିକମାନଙ୍କୁ ପର୍ଯ୍ୟାପ୍ତ ସାମାଜିକ ସୁରକ୍ଷା ଯୋଗାଇବା, ପୁରୁଣା ପେନ୍ସନ୍ ନୀତି କାର୍ଯ୍ୟକାରୀ କରିବା, ଇ.ପି.ଏଫ., ଇ.ଏସ୍.ଆଇ., ବୋନସ୍ ଓ ଗ୍ରାଚୁ୍ୟଇଟି କ୍ଷେତ୍ରରେ ଥିବା ସିଲିଂ ପ୍ରତ୍ୟାହାର କରିବା, ସମସ୍ତଙ୍କୁ ରେସନକାର୍ଡ ଯୋଗାଇବା, ପେଟ୍ରୋଲ ଡିଜେଲ ଉପରୁ ଏକସାଇଜ୍ ଡୁ୍ୟଟି ପ୍ରତ୍ୟାହାର କରିବା, ଫସଲର ଦର ପାଇଁ ସ୍ୱାମୀନାଥନ୍ଙ୍କ ସୁପାରିଶ କାର୍ଯ୍ୟକାରୀ କରିବା, ସରକାରୀ ସଂପତିକୁ ବିକି୍ର ବନ୍ଦ କରିବା, ବିଦୁ୍ୟତ୍ ବିଲ୍-୨୦୨୨କୁ ପ୍ରତ୍ୟାହାର କରି ବିଦୁ୍ୟତ୍ର ଘରୋଇକରଣ ବନ୍ଦ କରିବା, ସ୍ମାର୍ଟ ମିଟର ବସାଇବା ବନ୍ଦ କରିବା, କାମ କରିବାର ଅଧିକାରକୁ ସମ୍ବିଧାନରେ ମୌଳିକ ଅଧିକାର କରିବା, ମନରେଗାରେ ଦୈନିକ ୬୦୦ଟଙ୍କା ମଜୁରୀରେ ୨୦୦ଦିନର କାମ ଗ୍ୟାରେଂଟି କରିବା ସହ ଏହି ଯୋଜନାକୁ ସହରାଂଳରେ କାର୍ଯ୍ୟକାରୀ କରିବା, ନୂଆ ଶିକ୍ଷା ଆଇନ-୨୦୨୦କୁ ବାତିଲ କରିବା, ସମସ୍ତଙ୍କୁ ମାଗଣା ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟଜଳ ଯୋଗାଇ ଦେବା, ଜଙ୍ଗଲ ସଂରକ୍ଷଣ ଆଇନ-୨୦୨୩କୁ ବାତିଲ କରି ଆଦିବାସୀ ଭୂମିହୀନ ଲୋକମାନଙ୍କୁ ଜମି ଦେବା ସୁନିଶ୍ଚିତ କରିବା, ସମ୍ବିଧାନର ମୌଳିକତା ଉପରେ ଆକ୍ରମଣ ବନ୍ଦ କରିବା, ଦେଶର ସଂଘୀୟ ବ୍ୟବସ୍ଥାର ସୁରକ୍ଷା ସହ ଧର୍ମୀୟ ଆଚରଣ କ୍ଷେତ୍ରରେ ସ୍ୱାଧୀନତା ଅକ୍ଷୂର୍ଣ୍ଣ ରଖିବା, ୪୫ ଭିତରେ ୟୁନିୟନ ପଞ୍ଜିକରଣ କରାଇବା, ସମସ୍ତ ସ୍କିମ୍ ଶ୍ରମିକମାନଙ୍କୁ ସାମାଜିକ ସୁରକ୍ଷା ଯୋଗାଇ ଦେବା ସହ ଅତି ଧନୀକ ଉପରେ ସଂପତିକର ବସାଇ ପରୋକ୍ଷ କରକୁ ହା୍ରସ କରିବା ଇତ୍ୟାଦି ଦାବିରେ ଶ୍ରମିକ ସଂଗଠନମାନେ ସାଧାରଣ ଧର୍ମଘଟ ଡାକରା ଦେଇଛନ୍ତି ଏବଂ ସେହି ଧର୍ମଘଟକୁ କୃଷକ ସଂଗଠନ ସମେତ ଅନ୍ୟାନ୍ୟ ବହୁ ସ୍ୱାଧୀନ ଫେଡେରେସନ୍ ସମର୍ଥନ ଘୋଷଣା କରିଛନ୍ତି ।
ଆଜି ଏହି ସଭାରେ ବଦି୍ରନାରାୟଣ ଦାଶ, କଂଗ୍ରେସ୍ ଜିଲ୍ଲା ସଭାପତି ସୁନିଲ୍ ଦାସ, ଅଜେନ୍ଦ୍ର ବିଦ୍ରୋହୀ ପ୍ରମୁଖ ବକ୍ତବ୍ୟ ରଖିôଥିଲେ । ଏହି ଗଣକନ୍ଭେନସନ୍ରେ ମଇ ୨୦ ସାଧାରଣ ଧର୍ମଘଟକୁ ଢେଙ୍କାନାଳରେ ସଂପୂର୍ଣ୍ଣ ସଫଳ କରିବା ପାଇଁ ଆଗତ ଏକ ପ୍ରସ୍ତାବକୁ ରିଲାଏନ୍ସ ଇଣ୍ଡଷ୍ଟି୍ରର ଶ୍ରମିକ ନେତା ନନ୍ଦ କିଶୋର ବରାଳ, ଶ୍ରୀଧର ମଲ୍ଲିକ, ରୋହିତ ବାରିକ, ସୁଜାତା ତି୍ରପାଠୀ, ନିର୍ମାଣ ଶ୍ରମିକ ସଂଗଠନ ତରଫରୁ ଗଗନ ବିହାରୀ ନାୟକ, କେଦାର ମଲ୍ଲିକ, ଅଙ୍ଗନବାଡି ନେତ୍ରୀ ସୁଜାତା ନାୟକ, ମଧ୍ୟାହ୍ନଭୋଜନ ପାଚିକା ସଂଗଠନ ତରଫରୁ ଶାନ୍ତିପ୍ରିୟା ସାହୁ, କୃଷକ କଂଗ୍ରେସ ନେତା ବିପ୍ରବର ସାହୁ, ବିକେଏମ୍ୟୁ ତରଫରୁ ପ୍ରଫୁଲ୍ଲ ନାୟକ, ନାରୀ ନେତ୍ରୀ ସୁମିତ୍ରା ବେହେରା, ରଶ୍ମିନୀ ସାହୁ ପ୍ରମୁଖ ସମର୍ଥନ କରିବା ପରେ ପ୍ରସ୍ତାବ ଗୃହିତ ହୋଇଥିଲା । ଦାବିଗୁଡିକ ସଂପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ପାଇଁ କନ୍ଭେନସନ୍ରେ ସ୍ଥିର କରାଯାଇଛି ।