ଅନ୍ୟ ର ବାରମ୍ବାର ଦୋଷ ଦେଖିବା ଏକ ବେମାରୀ
ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱାବିଦ୍ୟାଳୟ ଶାନ୍ତି ନଗର ଶାଖା ର ବାର୍ଷିକ ଉତ୍ସବ
ଢେଙ୍କାନାଳ (ଦିଲୀପ ସାହାଣୀ ): ଢେଙ୍କାନାଳ ମହିଷାପଟ ସ୍ଥିତ ଶାନ୍ତି ନଗର ଠାରେ ଗତକାଲି ସନ୍ଧ୍ୟା ରେ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱାବିଦ୍ୟାଳୟ ଶାନ୍ତି ନଗର ଶାଖା ର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି I ଏହି ଉତ୍ସବ ରେ ମୁଖ୍ୟ ସଞ୍ଚଳିକା ବି କ ଉଷା ପରାମତ୍ମା ଦତ୍ତ ରାଜଯୋଗ ଓ ସୃଷ୍ଟି ଚକ୍ର, ବ୍ୟକ୍ତିଗତ ବିକାଶ ସମ୍ପର୍କ ରେ ଆଲୋଚନା କରିଥିଲେ I
ଆତ୍ମା ପରାମତ୍ମା ଦିବ୍ୟ ସମ୍ପର୍କ ରାଜଯୋଗ ଦ୍ୱାରା ହୋଇଥାଏ ବୋଲି ଗୁରୁତ୍ୱ ଦେଇଥିଲେ I ପରମାତ୍ମା ଙ୍କ ଶିକ୍ଷା ଅନୁଯାଇ ପରଚିନ୍ତା, ଅନ୍ୟ ର ବାରମ୍ବାର ଦୋଷ ଦେଖିବା ଏକ ବେମାରୀ ବୋଲି କହିଥିଲେ I ବି କ ବିନୋଦ, ଅବସରପ୍ରାପ୍ତ ସିବିଆଇ ବିଚାରପତି ଭିକାରି ଚରଣ ରାଉତ ବ୍ରହ୍ମକୁମାରୀ ସଂସ୍ଥା ସମାଜରେ ପରିବର୍ତ୍ତନ ଆରଣିବା ପାଇଁ ଆଧ୍ୟାତ୍ମିକ ଓ ସାମାଜିକ ସେବା ରେ 1937 ମସିହା ରୁ କାର୍ଯାରତ I
ଅନ୍ୟ କୁ ସୁଖ ଓ ଅନ୍ୟ ପାଇଁ ତ୍ୟାଗ୍ୟ ଆମ ଦେଶ ର ସଂସ୍କୃତି ବୋଲି ଭାବିକରି ସେବା କରିବାକୁ ହେବ I ଏହା ମୂଲ୍ୟବୋଧ ଶିକ୍ଷା ମାଧ୍ୟମରେ ହୋଇପାରିବ I ସେଥିପାଇଁ ପରମାତ୍ମା ଏହି ସଂସ୍ଥା କୁ ଖୋଲି ଶିକ୍ଷା ଦେଇଚାଲିଛନ୍ତି ବୋଲି କହିଥିଲେ I
ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ଲୋକଙ୍କ ପାଇଁ ଏକ ଚିତ୍ର ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା Iରାଜୟୋଗ ଅଭ୍ୟାସ କରାଯାଇଥିଲା I ସୁଶ୍ରୀ ଶିଖା ଭଉଣୀ ନୃତ୍ୟ ପରିବେଷଣ କରିଥିଲେ I ବି କ ପ୍ରଫୁଲ୍ଲ, ବେଣୁ ଭାଇ, ବି କ ସନ୍ତୋଷ, ବି କ ନୃସିଂହ, ବି କ ଝରଣା, ବି କ ଲିନା ଓ ବରିଷ୍ଟ ଭାଇ ଭଉଣୀ ମାନେ ଉପସ୍ଥିତ ଥିଲେ I