Take a fresh look at your lifestyle.

ପେଟ୍ରୋଲ ପମ୍ପରେ ଠକେଇ ଉପଜିଲ୍ଲାପାଳ ଙ୍କ ନିକଟରେ ଫେରାଦ ହେଲେ ଦୀପକ

ଇଣ୍ଡିଆନ୍ ଅଏଲ ପେଟ୍ରୋଲ ପମ୍ପରେ ତେଲ ପକାଇ ଗ୍ରାହକମାନେ ଠକେଇର ଶିକାର ହୋଇଛନ୍ତି

0 114

ଢେଙ୍କାନାଳ (ଜ୍ଞାନରଞ୍ଜନ ଶତପଥି ) : ଢେଙ୍କାନାଳ ସହରର ସିମିଳିଆ ଓଭରବ୍ରିଜ ରାମେଶ୍ୱରପୁର ପେଟ୍ରୋଲ ପମ୍ପ ନାଁରେ ଠକେଇ ଅଭିଯୋଗଆଣିଛନ୍ତି ଗ୍ରାହକ ଦୀପକ ରଞ୍ଜନ ମିଶ୍ର ।  ଠକେଇ ଘଟଣାକୁ 4 ଦିନ ବିତି ଯାଇଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଦୀପକ ଉପ ଜିଲାପାଳ ବିବୁଧ ଗଡ଼ନାୟକ ଙ୍କୁ ଭେଟି ସେଦିନର ଠକେଇ ନେଇ ଅଭିଯୋଗ ବାଢ଼ିଛନ୍ତି I ସେ ରାମେଶ୍ୱରପୁର ଠାରେ ନୂତନ ଭାବେ ଗଢ଼ି ଉଠିଥିବା ଇଣ୍ଡିଆନ୍ ଅଏଲ ପେଟ୍ରୋଲ ପମ୍ପରେ ତେଲ ପକାଇ ଗ୍ରାହକମାନେ ଠକେଇର ଶିକାର ହୋଇଛନ୍ତି ।

ପ୍ରକାଶ ଯେ ,ଗତ ରବିବାର ଏହି ପେଟ୍ରୋଲ ପମ୍ପରେ ସହରର ଜୁବୁଲି ଟାଉନ୍ ଅଂଚଳର ଦୀପକ ମିଶ୍ର ନାମକ ଜଣେ ଯୁବକ ୨୦୦ ଟଙ୍କାର ପେଟ୍ରୋଲ ପକାଇଥିଲେ । ପେଟ୍ରୋଲ ପକାଇବା ପରେ ତାଙ୍କ ଗାଡି ଖରାପ ହୋଇଯାଇ ଆଉ ଚାଲି ନଥିଲା । କେବଳ ଦୀପକ ନୁହେଁ, ଗତ ରବିବାର ଯେଉଁ ଗ୍ରାହକମାନେ ଏହି ପେଟ୍ରୋଲ ପମ୍ପରେ ତେଲ ପକାଇଛନ୍ତି, ସମସ୍ତେ ଏଭଳି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

ଏ ସମ୍ପର୍କରେ ଅଭିଯୋଗ କରି ଶ୍ରୀ ମିଶ୍ର ସୂଚନା ଦେଇ କହିଛନ୍ତି, ମୁଁ ଯୋରନ୍ଦା ଅଂଚଳରୁ ୨୫କିମି ମୋଟର ସାଇକେଲରେ ଆସି ରାମେଶ୍ୱରପୁରରେ ଥିବା ଇଣ୍ଡିଆନ୍ ଅଏଲ୍ ପେଟ୍ରୋଲ ପମ୍ପରେ ତେଲ ପକାଇଥିଲି । ମାତ୍ର ୨୦୦ରୁ ୩୦୦ ମିଟର ଯିବାପରେ ମୋ ଗାଡିର ଷ୍ଟାଟ୍ ବନ୍ଦ ହୋଇ ଅଚଳ ହୋଇଯାଇଥିଲା ।

ମୁଁ ନିକଟସ୍ଥ ଏକ ଗ୍ୟାରେଜକୁ ଯାଇ ଦେଖାଇବାରୁ ପେଟ୍ରୋଲ ସହିତ ପାଣି ବାହାରିଥିଲା । ପୂର୍ବ ରାତିରେ ବର୍ଷା ଯୋଗୁଁ ପେଟ୍ରୋଲ ପମ୍ପରେ କେଉଁଠି ଲିକ୍ ଥାଇ ଏଭଳି ହୋଇପାରେ ବୋଲି ଗ୍ୟାରେଜ ମେକାନିକ୍ କରିଥିଲେ ।

ତେବେ ଏହି ନୂତନ ପେଟ୍ରୋଲ ପମ୍ପର ନିର୍ମାଣରେ ତୃଟି ଥିବା ସନେ୍ଦହ କରି ଶ୍ରୀ ମିଶ୍ର ଏହାର ଯାଂଚ କରିବା ପାଇଁ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ନିକଟରେ ଶ୍ରୀ ମିଶ୍ର ଦାବି କରିଥିଲେପୁନଶ୍ଚ ଉପଜିଲାପାଳ ଙ୍କ ନିକଟରେ ଅଭିଯୋଗ ହେବାପରେ କି କାର୍ଯ୍ୟାନୁଷ୍ଠାନ ହେଉଛି ସମସ୍ତେ ଅନାଇ ରହିଛନ୍ତି

- Advertisement -

Leave A Reply

Your email address will not be published.