Take a fresh look at your lifestyle.

ସମ୍ଭାବ୍ୟ ଯୁଦ୍ଧକୁ ନେଇ ଆଜି ଅପରାହ୍ନ ୪ରେ ଢେଙ୍କାନାଳ ରେ ମକଡ୍ରିଲ

ସ୍ବେଛାସେବୀ ସଂଗଠନ, ନାଗରିକ ପ୍ରତିରକ୍ଷା ସଂସ୍ଥା, ବିଭିନ୍ନ ଏନଜିଓ, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ, ରେଡକ୍ରସ ଭୂମିକା ଗୁରୁତ୍ୱପୂର୍ଣ୍ଣ

0 1

ଢେଙ୍କାନାଳ: ସମ୍ଭାବ୍ୟ ଯୁଦ୍ଧକୁ ନେଇ ଆଜି ଢେଙ୍କାନାଳ ରେ ମକଡ୍ରିଲ ହେବ l ଓଡିଶା ର ଯେଉଁ ୧୨ଗୋଟି ଜିଲ୍ଲାକୁ ସମ୍ଭାବ୍ୟ ଯୁଦ୍ଧକୁ ନେଇ ସତର୍କ ସୂଚନା ଦିଆଯାଇଛି ସେମାନଙ୍କ ମଧ୍ୟରୁ ଢେଙ୍କାନାଳ ଅନ୍ୟତମ l ଏହି ପ୍ରରିପ୍ରେକ୍ଷୀରେ  ସମ୍ଭାବ୍ୟ ଯୁଦ୍ଧ ସମୟରେ ସାଧାରଣ ଜନତା କିଭଳି ସୁରକ୍ଷିତ ରହିବେ, ଧନଜୀବନ କିଭଳି ନଷ୍ଟ ନହେବ ଏବଂ ଏହାର ପରବର୍ତ୍ତୀ ସମୟରେ କିଭଳି ଉଦ୍ଧାର ଓ ଚିକିତ୍ସା କରାଯିବ ଓ ଯଦି କୌଣସି ଆପତ୍ତିକାଳୀନ ଅସୁବିଧା ହୁଏ ତେବେ ସେ ସମୟରେ କଣସବୁ କାର୍ଯ୍ୟପନ୍ଥା ରହିବ ସେ ବିଷୟରେ ଜିଲ୍ଲାପାଳ ଆଲୋକପାତ କରିଥିଲେ l

ଏହି ସମୟରେ ସ୍ବେଛାସେବୀ ସଂଗଠନ, ନାଗରିକ ପ୍ରତିରକ୍ଷା ସଂସ୍ଥା, ବିଭିନ୍ନ ଏନଜିଓ, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ, ରେଡକ୍ରସ ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ ତେଣୁ ସମ୍ଭାବ୍ୟ ଯୁଦ୍ଧ ସ୍ଥିତିରେ ମୁକାବିଲା ପାଇଁ ସେମାନଙ୍କୁ ମଧ୍ୟ ଆସନ୍ତାକାଲି ପ୍ରଶିକ୍ଷଣ ଦିଆଯିବ l ସମ୍ଭାବ୍ୟ ଯୁଦ୍ଧ ସମୟରେ କଚ୍ଚା ଘରେ ରହୁଥିବା ଲୋକମାନଙ୍କୁ ମଧ୍ୟ ପକ୍କା ଘରକୁ ସ୍ଥାନନ୍ତର କରାଯିବ l ଏହାସହିତ ଏହି ସମୟରେ ନାଗରିକ ମାନଙ୍କ କଣ କାର୍ଯ୍ୟ ରହିବ ସେ ନେଇ ଏକ ମକଡ୍ରିଲ ରେ ଅପରାହ୍ନ ୪ ଘଟିକା ସମୟରେ ସଦର ମହକୁମା ମିନି ଷ୍ଟାଡିୟମ ରେ କରାଯିବ l

ଯୁଦ୍ଧ ସମୟରେ ଶତ୍ରୁ ରାଷ୍ଟ୍ର ବାୟୁ ମାଧ୍ୟମରେ ମଧ୍ୟ ଗୋଳାଗୁଳି ବର୍ଷଣ କରିପାରେ ତେଣୁ ଏହି ସମୟରେ  ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧାରଣ ଜନତା ପାଇଁ ସତର୍କ ଘଣ୍ଟି ବଜlଯିବ l ଦିବାଲୋକ ରେ ଯଦି ଏହି ଘଣ୍ଟି ବାଜେ ତେବେ ସେହି ସମୟରେ ଲୋକାମାନେ ନିକଟସ୍ଥ କୋଠାଘରକୁ ତୁରନ୍ତ ଯିବାକୁ ହେବ l ଏବଂ ରାତ୍ର କାଳରେ ଯଦି ଏହି ଘଣ୍ଟି ବାଜେ ତେବେ  ନିକଟସ୍ଥ କୋଠାଘରକୁ ଯିବା ସହିତ ସେଠାକାର ବିଜୁଳି ବନ୍ଦ କରିଦେବାର ଅଛି l କାରଣ ଯେପରି ଶତ୍ରୁପକ୍ଷ ଅନ୍ଧାରରେ ସଠିକ ଆକ୍ରମଣ କରିପାରିବେନାହିଁ l

ଏହାସହିତ ଏବେ ସମ୍ଭାବ୍ୟ ଯୁଦ୍ଧକୁ ନେଇ ମକଡ୍ରିଲ କରାଯାଉଛି ତେଣୁ କୌଣସି ପ୍ରକାର ବ୍ୟତିବ୍ୟସ୍ତ ନହେବାକୁ ଜିଲ୍ଲାପାଳ କହିଛନ୍ତି l ଏହି ପ୍ରରିପ୍ରେକ୍ଷୀରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା l ଜିଲ୍ଲାପାଳ ଉପାଧ୍ୟାୟ ଏହି ସମ୍ମିଳନୀରେ ଲୋକମାନଙ୍କୁ ବ୍ୟସ୍ତ ନହୋଇ ଯାହା ସରକାରଙ୍କ ତରଫରୁ ସୂଚନା ଦିଆଯାଉଛି ତାହା ପାଳନ କରିବାକୁ ନିବେଦନ କରିଛନ୍ତି l ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିରେ ସତର୍କ ଓ ସଜାଗ ରହିବାକୁ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ କହିଛନ୍ତି l

- Advertisement -

Leave A Reply

Your email address will not be published.