Take a fresh look at your lifestyle.

କୁକୁଡ଼ାଫାର୍ମ ସ୍ଥାନାନ୍ତର ଦାବିରେ ମହୁଲପୁଞ୍ଜିବାସୀ ଜିଲ୍ଲାପାଳଙ୍କୁ ଭେଟିଲେ

0 8

Get real time updates directly on you device, subscribe now.

ଢେଙ୍କାନାଳ  : ସଂପ୍ରତି ବର୍ଷାଦିନ ଚାଲିଥିବା ବେଳେ ସଂକ୍ରମଣକୁ ଦୃଷ୍ଟିରେ ରଖି ମହୁଲପୁଞ୍ଜି ଗ୍ରାମରୁ କୁକୁଡ଼ାଫାର୍ମ ସ୍ଥାନାନ୍ତର କରିବାକୁ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଭେଟି ଲିଖିତ ଭାବେ ଦାବି କରିଛନ୍ତି ।

ଅଭିଯୋଗର ଏକକିତା ନକଲ ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ରାଜ୍ୟ ଗୃହମନ୍ତ୍ରୀ, ଓଡ଼ିଶା ସରକାରଙ୍କ ୫-ଟି ସଚିବ ଓ ସଦର ଉପଜିଲ୍ଲାପାଳଙ୍କ ଅବଗତି ନିମନ୍ତେ ପ୍ରେରଣ କରିଥିବା ଦର୍ଶାଇଛନ୍ତି । ଆଗାମୀ ୭ଦିନ ମଧ୍ୟରେ ଗ୍ରାମ ସମସ୍ୟା ସମାଧାନ ନହେଲେ ମହୁଲପୁଞ୍ଜି ଗ୍ରାମବାସୀ ରାଜରାସ୍ତା ଅବରୋଧ କରିବା ସହ କୌଣସି ଅପ୍ରିତିକରଣ ପରିସ୍ଥିତି ପାଇଁ ପ୍ରଶାସନ ଦାୟି ରହିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି

। ପ୍ରକାଶଥାଉକି ଏହି କୁକୁଡ଼ାଫାର୍ମ ସ୍ଥାନାନ୍ତର ପାଇଁ ଗତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ସମୟରେ ଗ୍ରାମବାସୀ ଭୋଟ୍ ବର୍ଜନ କରିଥିଲେ । କିନ୍ତୁ ଜିଲ୍ଲାପାଳ, ଉପଜିଲ୍ଲାପାଳ, ସଦର ଆଇଆଇସିଙ୍କ ଉପସ୍ଥିତିରେ କୁକୁଡ଼ାଫାର୍ମ ମାଲିକ ଗ୍ରାମଠାରୁ ୫କିମି ଦୂରକୁ ସ୍ଥାନାନ୍ତର କରିବାକୁ ପ୍ରତିଶୃତି ଦେବାପରେ ଗ୍ରାମବାସୀ ଭୋଟ୍ ଦାନ କରିଥିଲେ ।

କିନ୍ତୁ ଇତିମଧ୍ୟରେ ୩ମାସ ବିତି ଯାଇଥିଲେ ମଧ୍ୟ କୁକୁଡ଼ା ଫାର୍ମ ମାଲିକ କୌଣସି କାର୍ଯ୍ୟାନୁଷ୍ଠାନ ନନେଇ ପ୍ରଶାସନିକ ଅଧିକାରୀଙ୍କ ନିଦେ୍ର୍ଦଶକୁ ଅଣଦେଖା କରିବା ଫଳରେ ମହୁଲପୁଞ୍ଜି ଗ୍ରାମବାସୀ ପୁନର୍ବାର ଜିଲ୍ଲାପାଳଙ୍କୁ ଭେଟି ଲିଖିତ ଭାବେ ଅଭିଯୋଗ କରିଛନ୍ତି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.