Take a fresh look at your lifestyle.

ଶିଶୁମନ୍ଦିରରେ ସଙ୍କୁଳ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦଘାଟିତ

0 50

Get real time updates directly on you device, subscribe now.

ଭୁବନ: ଭୁବନ ସରସ୍ୱତୀ ଶିଶୁ ମନ୍ଦିରେ ସୋମବାର ସଂଧ୍ୟାରୁ ଆରମ୍ଭ ହୋଇଥିବା ୪ ଦିନିଆ ସଙ୍କୁଳ ଆଚାର୍ଯ୍ୟକର୍ମଶାଳା ଆଜି ଉଦଘାଟିତ ହୋଇଯାଇଛି । ଉଦଘାଟନୀ କାଳାଂଶ ଅବସରରେ ନଗରପାଳ ଶୁଭେନ୍ଦୁ କୁମାରସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ ।

ମୁଖ୍ୟବକ୍ତା ଭାବେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ର ବିଭାଗ ଧର୍ମ ଜାଗରଣ ପ୍ରମୁଖ ଶରତ ପାଣିଗ୍ରାହୀ ଯୋଗଦେଇ ପୂଣ୍ୟଭୂମି ଭାରତଉପରେ ସାରଗର୍ଭକ ଭାଷଣ ଦେଇଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରଭାତ କୁମାର ପଟ୍ଟନାୟକ ,ସଂପାଦକ ଜଗବନ୍ଧୁ ବିହାରୀ, ସଙ୍କୁଳ ପ୍ରମୁଖ ପ୍ରଫୁଲ୍ଲ କୁମାର ସାହୁ ,ସଙ୍କୁଳ ସଂଯୋଜକ ଗୌରଚନ୍ଦ୍ର ନନ୍ଦ, ପ୍ରଧାନ ଆଚାର୍ଯ୍ୟା ସୁଶ୍ରୀ ଇନ୍ଦୁଲତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ବିଦ୍ୟାଳୟର ସମସ୍ତ ଗୁରୁଜୀ, ଗୁରୁମା ଯୋଗ ଦେଇଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.