Take a fresh look at your lifestyle.

କେନ୍ଦ୍ରୀୟ ବିଦ୍ୟାଳୟ ସମେତ ଜିଲ୍ଲାରେ ୯୦ କୋଟିରୁ ଉର୍ଦ୍ଧ୍ବ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ

0 7

ଢେଙ୍କାନାଳ (ପ୍ରଶାନ୍ତ ତ୍ରିପାଠୀ ): କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ସମେତ ଜିଲ୍ଲାରେ ପ୍ରାୟ ୯୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ହୋଇଥିବା ପ୍ରକଳ୍ପ ଗୁଡିକ ଢେଙ୍କାନାଳ ଜିଲ୍ଲାକୁ ବିକଶିତ କରିବା ଦିଗରେ ବିଶେଷ ସହାୟକ ହେବ ବୋଲି ଆୟୋଜିତ କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଥିଲେ ।

କାର୍ଯ୍ୟକ୍ରମରେ ସାଂସଦ ରୁଦ୍ର ନାରାୟଣ ପାଣି, କାମାକ୍ଷାନଗର ବିଧାୟକ ଶତୃଘନ ଜେନା, ପରଜଙ୍ଗ ବିଧାୟକ ବିଭୁତି ଭୂଷଣ ପ୍ରଧାନ ଓ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ ଡେପୁଟି କମିଶନର ଡଃ. ଶ୍ରୀହରନ୍ ବୋଷ ସ୍ୱାଗତ ଭାଷଣ ଦେଇଥିବା ବେଳେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଧନ୍ୟବାଦ ଦେଇଥିଲେ ଉତ୍ତରାଂଚଳ ଆରକ୍ଷୀ ଉପ-ମହାନିଦେ୍ର୍ଦଶକ ହିମାଂଶୁ ଲାଲ୍ ଓ ଢେଙ୍କାନାଳ ଆରକ୍ଷୀ ଅଧିକ୍ଷକ ଅଭିନବ ସୋନ୍କର ପ୍ରମୁଖ ମଂଚାସୀନ ଥିଲେ ।

ବାଇସିଙ୍ଗା ଠାରେ ୫୩ ନମ୍ବର ଜାତୀୟ ରାଜପଥ ରେ

ପ୍ରାୟ ୧୦ କୋଟି ୬୫ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଓଭର ବ୍ରିଜ୍ ଲୋକାର୍ପଣ ସହ କାମାକ୍ଷାନଗର ମହିଳା କଲେଜ କ୍ୟାମ୍ପସରେ କେନ୍ଦ୍ରୀୟ ବିଦ୍ୟାଳୟର ଅସ୍ଥାୟୀ କ୍ୟାମ୍ପସ ଲୋକାର୍ପଣ ଓ ଜନ୍ତାରିବୋଲ ଠାରେ ୩୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ସ୍ଥାୟୀ  ବିଦ୍ୟାଳୟ ନିର୍ମାଣ ପାଇଁ ଭିତ୍ତିପ୍ରସ୍ଥର ସ୍ଥାପନା କରିଥିଲେ । ଏହିପରି ଭାବେ ଜିଲ୍ଲାର ବିକାଶ ପାଇଁ ଓଡିଶା ସରକାରଙ୍କର ପ୍ରାୟ ୯୩ କୋଟି ଟଙ୍କା ମୂଲ୍ୟର ୨୨ଟି ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଥିଲେ ।

ଏହି ଅଂଚଳରେ ଆଦର୍ଶ ବିଦ୍ୟାଳୟ, ଏକଲବ୍ୟ ଆବାସିକ ବିଦ୍ୟାଳୟ, ରାଜ୍ୟ ସରକାରଙ୍କ ସ୍କିଲ୍ ଡେଭଲପମେଂଟ୍ ବିଭାଗର ଏକ ଶିକ୍ଷାନୁଷ୍ଠାନ ଥିବାବେଳେ ଏଠାରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ୱପ୍ନ ମଧ୍ୟ ପୂରଣ ହୋଇଛି । ବିଦ୍ୟାଳୟର ଅସ୍ଥାୟୀ କ୍ୟାମ୍ପସରେ ଚଳିତ ଶିକ୍ଷା ବର୍ଷ ଠାରୁ ପ୍ରଥମରୁ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ ୨୪୦ ଜଣ ଛାତ୍ରଛାତ୍ରୀ ପାଠ ପଢିବେ ।

ଓଡିଶା ସରକାର ଜାତୀୟ ଶିକ୍ଷା ନୀତିର ପରାମର୍ଶ ଅନୁସାରେ ୨୦୨୫-୨୬ ବର୍ଷ ପାଇଁ ୪୫,୦୦୦ରୁ ଅଧିକ ପ୍ରି- ପ୍ରାଇମେରୀ ଶ୍ରେଣୀ କୁ ଶିଶୁ ବାଟିକାରେ ପରିବର୍ତ୍ତନ କରାଇଛନ୍ତି । କାମାକ୍ଷାନଗର କେନ୍ଦ୍ରୀୟ ବିଦ୍ୟାଳୟରେ ଶିଶୁବାଟିକାରେ ମଧ୍ୟ ଶିଶୁମାନଙ୍କୁ ମାତୃଭାଷାରେ ଶିକ୍ଷା ପ୍ରଦାନ କରାଯିବ । ପ୍ରାରମ୍ଭିକ ଶିକ୍ଷା ମାତୃଭାଷାରେ ହେଲେ ହିଁ ଛାତ୍ରଛାତ୍ରୀଙ୍କ ବ୍ୟକ୍ତିତ୍ୱ ବିକାଶ ହେବ । ମାତୃଭାଷାରେ ପିଲାମାନେ ପାଠ ପଢିଲେ ହିଁ ଶହୀଦ ବାଜି ରାଉତ, ସାରଙ୍ଗଧର ଦାସ, ପଠାଣି ସାମନ୍ତ ଏବଂ ଡ. ଏପିଜେ ଅବଦୁଲ୍ କଲାମଙ୍କ ପରି ବ୍ୟକ୍ତିତ୍ୱ ମାନେ ତିଆରି ହେବେ

ଜିଲ୍ଲା ତଥା କାମାକ୍ଷାନଗର ରେ ଜାତୀୟ ରାଜପଥ,ରେଳପଥ ଥିବା ବେଳେ ଜଳପଥ ସମେତ ପର୍ଯ୍ୟଟନର ଅପାର ସମ୍ଭାବନା ରହିଛି । ବିରାଶାଳରେ ଥିବା ଏୟାର ଷ୍ଟ୍ରିପକୁ ବିକଶିତ କରିବା ସହ ଏଠାରେ ପାଇଲଟ ପ୍ରଶିକ୍ଷଣ କେନ୍ଦ୍ର ଖୋଲାଯିବା ସହ ସ୍ଥାନୀୟ ଅଂଚଳର ପିଲାମାନଙ୍କୁ ପାଇଲଟିଂ ଶିକ୍ଷା ଦେବା ପାଇଁ ଯୋଜନା କରାଯିବ

ଆସନ୍ତା ୫ ବର୍ଷ ମଧ୍ୟରେ ପିଲାଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବ ବଢାଇବା ପାଇଁ ସରକାରୀ ବିଦ୍ୟାଳୟଗୁଡିକରେ ୫୦,୦୦୦ ଅଟଳ ଟିକରିଂ ଲ୍ୟାବ୍ ପ୍ରତିଷ୍ଠା କରାଯିବାର ବ୍ୟବସ୍ଥା ହୋଇଛି । ଏହା ଦ୍ୱାରା ପିଲାମାନଙ୍କର ବୈଜ୍ଞାନିକ ମନୋଭାବ ବୃଦ୍ଧି ହେବ । ସେହିପରି ରାଜ୍ୟରେ ୬୭୯୪ ଗ୍ରାମ ପଂଚାୟତରେ ଗୋଟିଏ ଗୋଟିଏ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନା କରିବା ପାଇଁ ସରକାର ବଡ ପଦକ୍ଷେପ ନେ‌ଇଛନ୍ତି ।

ରାଜ୍ୟରେ ଡ୍ରପ୍ ଆଉଟ୍ ହାର କମାଇବା ପାଇଁ ରାଜ୍ୟ ସରକାର “ମାଧୋ ସିଂହ ହାତ ଖର୍ଚ୍ଚ’ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି ।  ଜିଲ୍ଲାର ଅଙ୍କରାନ୍ତିପୁର,ମହିଷାପାଟ, ବିଶ୍ୱନାଥପୁର, ଏବଂ ନିଜିଗଡରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟ ମାନଙ୍କ ରେ ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସର ଉଦ୍ଘାଟନ କରିଥିଲେ । ସେହିପରି ସେତୁ ବନ୍ଧ ଯୋଜନା ଅଧିନରେ ଗଁଦିଆ ଠାରୁ ସାଆନ୍ଦାପଶି, ସାପୁଆ ନାଳ ଉପରେ ସେତୁ ନିର୍ମାଣ, କର୍ଣ୍ଣପୁର ଛକ ଠାରୁ ମହିଧରପୁର ଭାୟା ବରଡାପାଳ ରାସ୍ତା ଉପରେ ନିର୍ମାଣ ମାତେଳିଆ ନାଳ ସେତୁ, କାଣ୍ଡବିନ୍ଧା ଠାରୁ କଦଳୀପାଳ ରାସ୍ତା ଭାୟା ତାମଣ୍ଡା, ଗୋବିନ୍ଦ ପ୍ରସାଦ, ବନରନାଳି ରାସ୍ତାର ଉଦଘାଟନ କରିଥିଲେ । ଆୟୁଷ୍ମାନ୍ ଆରୋଗ୍ୟ ମନ୍ଦିର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ବାରୁଆଁ, ଗୁନେଇବିଲି ଓ ମାର୍ଥାପୁର ଆଦି ଅନେକ ପ୍ରକଳ୍ପର ଲୋକାର୍ପଣ ,କରିଥିଲେ । ଏତଦଵ୍ଯତୀତ ଭୁବନ ଠାରେ ୧୦ ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ସୌରଶକ୍ତି ଚାଳିତ ଶୀତଳ ଭଣ୍ଡାର, ବଡଝରା, ଚାନ୍ଦପୁର, ଗଁଦିଆ, କାମାକ୍ଷାନଗର, ଘଟିପିରି ଗ୍ରାମପଂଚାୟତ ଠାରେ ପୃଥକ ପୃଥକ ଭାବେ ସମୁଦାୟ ୧୦ ମେଟ୍ରିକ୍ ଟନ୍ ବିଶିଷ୍ଟ ସୋଲାର ଶୀତଳ ଭଣ୍ଡାରର ଭିତିପ୍ରସ୍ଥର ସ୍ଥାପନ ହୋଇଥିଲା ।

- Advertisement -

Leave A Reply

Your email address will not be published.