ଢେଙ୍କାନାଳ (ମଦନ ମୋହନ ଶତପଥି ):ଢେଙ୍କାନାଳ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଙ୍କ ବଦଳି ପାଇଁ ମନ୍ତ୍ରୀ, ସାଂସଦ ରାଜ୍ୟ ସରକାର ଙ୍କ ନିକଟରେ ଅଡ଼ି ବସିବା ନେଇ ଢେଙ୍କାନାଳ ରେ ଚର୍ଚ୍ଚା ଜୋର ଧରିଛି |ଦୁଇ ରୁ ପାଞ୍ଚ ଦିନ ଭିତରେ ଏ ନେଇ ନିର୍ଦେଶ ଆସିପାରେ ବୋଲି କିଛି ଲୋକ କହି ବୁଲୁଛନ୍ତି |
ଢେଙ୍କାନାଳ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଗତ ବର୍ଷ ଅଗଷ୍ଟ 10 ତାରିଖ ରେ ଦେବଗଡ଼ ଜିଲ୍ଲା ରୁ ଢେଙ୍କାନାଳ ଜିଲ୍ଲାପାଳ ଭାବେ ବଦଳି ହୋଇ କାର୍ଯ୍ୟ ଭାର ଗ୍ରହଣ କରିଛନ୍ତି | ଜିଲ୍ଲାପାଳ କୁଆଡେ ସାଂସଦ ରୁଦ୍ର ନାରାୟଣ ପାଣି, ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଙ୍କ କଥା ଶୁଣୁ ନାହାନ୍ତି | ଫଳ ରେ ଲୋକ ଙ୍କ କାମ ହୋଇ ପାରୁନି |
ଉଭୟେ ଲୋକ ଙ୍କ ନିକଟରେ ନିଜର ଦୁର୍ବଳତା ଯୋଗୁଁ ସମାଲୋଚନା ର ଶିକାର ହେଉଛନ୍ତି | ଏହି ଧାରା ଅଧିକ ଦିନ ଲାଗିରହିଲେ ଏହି ନିର୍ବାଚିତ ଲୋକ ପ୍ରତିନିଧି ମାନେ ଲୋକ ପ୍ରିୟତା ହରାଇବା ନେଇ ଆଶଙ୍କା ପ୍ରକାଶ ପାଇଛି |ଏହି କଥା ମୁଖ୍ୟ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଙ୍କ ନିକଟରେ ପୂର୍ବରୁ ଅଭିଯୋଗ ହୋଇ ଥିଲା, ମାତ୍ର ଏତେ କମ ଦିନ ରେ ବଦଳି ନେଇ ସରକାର ଚାହିଁ ନଥିଲେ | ହେଲେ ଜିଲ୍ଲାପାଳ ଙ୍କ ଆଚରଣ ରେ କୌଣସି ପରିବର୍ତ୍ତନ ନହେବାରୁ ତାଙ୍କ ବଦଳି ପାଇଁ ଉଭୟେ ଅଡ଼ି ବସି ଥିବା ଆଜି ବିଭିନ୍ନ ମହଲ ରେ ଚର୍ଚ୍ଚା ହେଉଛି |
ତେଣୁ ୨ /୩ ଦିନ ରେ ବଦଳି ଆଦେଶ ଆସିବ ବୋଲି କେତେକ କର୍ମୀ ଜୋର ଦେଇ କହିବାରୁ ସହର ସାରା ଜିଲ୍ଲାପାଳ ଙ୍କ ବଦଳି ହେବା ନେଇ ଚର୍ଚ୍ଚା ଲାଗିରହିଛି | ଦେଖା ଯାଉ ଫଳ କଣ ଫଳୁଛି |