Take a fresh look at your lifestyle.

ମୋଦି ସରକାର ଏବଂ ବିଜେପିର ମୂଳପିଣ୍ଡ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଭାରତର ସମ୍ବିଧାନକୁ ବିଶ୍ୱାସ କରେ ନାହିଁ

ଢେଙ୍କାନାଳରେ ପିସିସି ସଭାପତି ଭକ୍ତ ଦାସଙ୍କ ସମ୍ବିଧାନ ବଂଚାଅ ପଦଯାତ୍ରା

0 7
ଢେଙ୍କାନାଳ : ପିସିସି ସଭାପତି  ଭକ୍ତ ଚରଣ ଦାସ ଢେଙ୍କାନାଳ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମରେ କଂଗ୍ରେସ ତରଫରୁ ରାଜ୍ୟ ବ୍ୟାପି ଚାଲିଥିବା “ସମ୍ବିଧାନ ବଂଚାଅ’ ପଦଯାତ୍ରାରେ ସାମିଲ ହୋଇଥିଲେ  । ଆଜି ଅପରାହ୍ନରେ ଢେଙ୍କାନାଳ ସହରରେ ଜିଲ୍ଲାର ଗୈାରବ  ବୀର ସହିଦ ବାଜି ରାଉତଙ୍କ ପ୍ରତିମୂର୍ତିରେ ଭକ୍ତ ବାବୁ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବାପରେ “ସମ୍ବିଧାନ ବଂଚାଅ’ ପଦଯାତ୍ରାର ନେତୃତ୍ୱ ନେଇ ବାଜିଚୌକ ଛକରୁ ଆରମ୍ଭ କରି ଟାଉନ୍ ହଲ୍ ପର୍ଯ୍ୟନ୍ତ ଯାତ୍ରା କରିଥିଲେ ଯେଉଁଥିରେ ହଜାରରୁ ଅଧିକ କଂଗ୍ରେସ ନେତା ଏବଂ କର୍ମୀ ଯୋଗଦାନ କରିଥିଲେ  । ପିସିସି ସଭାପତି ଗାନ୍ଧୀ ମନ୍ଦିରରେ ଜାତିର ଜନକ ମହାତ୍ମାଗାନ୍ଧୀ ଏବଂ ସହରରେ ପ୍ରତିଷ୍ଠିତ ମହାପୁରୁଷ ବାବାସାହେବ ଆମ୍ବେଦକର, ଇନ୍ଦିରା ଗାନ୍ଧୀ, ଓଡ଼ିଶାର ବରପୁତ୍ର ମାନଙ୍କର ପ୍ରତିମୂର୍ତୀରେ ଏବଂ ସର୍ବ ଶେଷରେ ଟାଉନ୍ ହଲ୍ ସାମ୍ନାରେ ଉକôଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଟାଉନ୍ ହଲ୍ରେ ଜିଲ୍ଲା କଂଗ୍ରେସର ସଭାକାର୍ଯ୍ୟର ପୌରହିତ୍ୟ କରିଥିଲେ  ।
ଜିଲ୍ଲା ସଭାପତି ସୁନୀଲ ଦାଶ ଅତିଥି ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିବା ସହିତ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ  । ସଭାରେ ବିଷୟବସ୍ତୁ ଉପରେ ବକ୍ତା ଭାବରେ ପୂର୍ବତନ ମନ୍ତ୍ରୀ ସୁରେଶ ରାଉତରାୟ, କଟକ ବାରବାଟି ବିଧାୟିକା ସୋଫିଆ ଫିଦେ୍ର୍ଦାସ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ନଗେନ୍ଦ୍ର ପ୍ରଧାନ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ଲୋକସଭା ପ୍ରାର୍ଥୀନୀ ସସ୍ମିତା ବେହେରା ପ୍ରମୁଖ “ସମ୍ବିଧାନ ବଂଚାଅ’ ପଦଯାତ୍ରାର ଉଦେ୍ଦଶ୍ୟ ସମ୍ପର୍କରେ ଅଭିଭାଷଣ ରଖିଥିଲେ  ।
କେନ୍ଦ୍ରରେ ଥିବା ବିଜେପି ଶାସିତ ମୋଦି ସରକାର ଏବଂ ବିଜେପିର ମୂଳପିଣ୍ଡ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଭାରତର ସମ୍ବିଧାନକୁ ବିଶ୍ୱାସ କରେ ନାହିଁ ଏବଂ ଏହା ଉପରେ ବାରମ୍ବାର କୁଠାରାଘାତ କରୁଛି ଏବଂ ଦେଶର ସବୁ ସାମ୍ବିଧାନିକ ସଂସ୍ଥାକୁ କବଜା କରିନେଇ ସେମାନଙ୍କର ସ୍ୱତନ୍ତ୍ରତା ଛଡ଼ାଇ ନେଲାଣି  । ଏବେ ନ୍ୟାୟ ପାଳିକା ଉପରେ ଘନଘନ ଆକ୍ରମଣ ଚଳାଇଛନ୍ତି ଏବଂ ସେଥିରେ ଦଳର ସାଂସଦ, ଏପରିକି ରାଜ୍ୟସଭାର ଅଧ୍ୟକ୍ଷ ମଧ୍ୟ ସାମିଲ ଅଛନ୍ତି  । ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତିଙ୍କୁ ମଧ୍ୟ ଅପମାନିତ କରାଯାଇଛି  । ଗତ ନିର୍ବାଚନରେ ବିଜେପି ଲୋକସଭାରେ ୪୦୦ ଆସନ ଜିତିବାର ସ୍ୱପ୍ନ ଦେଖି ସମ୍ବିଧାନକୁ ବଦଳାଇଦେବା ନିମନ୍ତେ ଷଡ଼ଯନ୍ତ୍ର ରଚିଥିଲା  । ମାତ୍ର ଆମର ପ୍ରିୟ ନେତା ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଇଣ୍ଡିଆ ଗଠବନ୍ଧନର ସହଯୋଗୀ ଦଳମାନେ ସମ୍ବିଧାନର ସୁରକ୍ଷା ନିମନ୍ତେ ଦେଶବ୍ୟାପୀ ପ୍ରଚାର କରି ଦେଶବାସୀଙ୍କୁ ଚକ୍ରାନ୍ତ କାରୀ ବିଜେପିକୁ ହରାଇ ଇଣ୍ଡିଆ ମେଂଟକୁ ଭୋଟ ଦେବାପାଇଁ ଆହ୍ୱାନ ଦେଇଥିଲେ  । ସମ୍ବିଧାନ ବଂଚିଲେ ଦେଶ ବଂଚିବ ଏବଂ ଦେଶରେ ଗରୀବ, ଦଳିତ, ଆଦିବାସୀ, ପଛୁଆ ବର୍ଗର ନାଗରିକ ମାନଙ୍କୁ ଉପଯୁକ୍ତ ନ୍ୟାୟ ମିଳିବ ବୋଲି ପ୍ରଚାର କରାଯାଇଥିଲା  । ଏବେ ସେହି ସ୍ୱରକୁ ଆହୁରି ଶାଣିତ କରିବା ଆବଶ୍ୟକ, ଯଦ୍ୱାରା ଆଗାମୀ ଦିନରେ ଫାସିବାଦୀ ତଥାକଥିତ ହିନ୍ଦୁ ରାଷ୍ଟ୍ରବାଦୀ ଶକ୍ତିକୁ ଭାରତର ଜନଗଣ ପ୍ରତ୍ୟାଖ୍ୟାନ କରି ଦେଶରେ ସୁଶାସନ ବ୍ୟବସ୍ଥା ସ୍ଥାପନ କରିବେ  ।
ଏହି କ୍ରମରେ ଆଗାମୀ ଦିନରେ କଂଗ୍ରେସ ଦଳ ତରଫରୁ ବ୍ଲକ୍ , ପଂଚାୟତ ସ୍ତରରେ କାର୍ଯ୍ୟକ୍ରମ ଏବଂ ଘରେ ଘରେ ପ୍ରଚାର ପତ୍ର ବଂଟନ କରାଯିବ  । ସଭାରେ ଭକ୍ତ ଦାସ ସମ୍ବିଧାନ ନାମରେ ତାର ସୁରକ୍ଷା ନିମନ୍ତେ ଉପସ୍ଥିତ ଶ୍ରୋତା ଏବଂ ନେତା ମାନଙ୍କୁ ଶପଥ ପାଠ କରାଇଥିଲେ  । କଂଗ୍ରେସ ଜାତି ଭିତିକ ଜନଗଣନା କରାଯିବାର ତାରିଖ ଘୋଷଣା କରାଯିବା ନିମନ୍ତେ ମୋଦି ସରକାର ନିକଟରେ ଦାବୀ ରଖିଛି  ।
ଶୋଭାଯାତ୍ରା ଏବଂ ସଭାରେ ପିସିସି ପର୍ଯ୍ୟବେକ୍ଷକ ଚିନ୍ମୟ ସୁନ୍ଦର ଦାସ, ତରୁଣ କୁମାର ମିଶ୍ର, ଏଆଇସିସି ସଦସ୍ୟ ଶାନ୍ତନୁ ସାହୁ , ବିଧାନସଭା ପ୍ରାର୍ଥୀ ସୁସ୍ମିତା ସିଂହଦେଓ, ବିପ୍ରବର ସାହୁ, ଗୋବର୍ଦ୍ଧନ ନାଏକ, ରଣଜିତ ସାହୁ  ଅନୁଗୁଳ ଜିଲ୍ଲା ସଭାପତି ଅମ୍ୱିକା ଭଟ୍ଟ, ବରିଷ୍ଠ ନେତା ସମସୀଦା ତାଏବ, ସ୍ମିତା ରାଣୀ ସାମଲ, ଉର୍ମିଳା ଦାଶ , ଶିଳ୍ପୀ ଶ୍ରୀ ହରିଚନ୍ଦନ, ସମରେନ୍ଦ୍ର ନନ୍ଦ, ପ୍ରେମ ଶଙ୍କର ମିଶ୍ର,ଡାକ୍ତର ତୁଷାର କାନ୍ତି ନାୟକ  ରବି ନାରାୟଣ ମହାନ୍ତି, ରୁଦ୍ର ପ୍ରକାଶ ଶରଣ, ସୁଶାନ୍ତ କୁମାର ଧଳ, ଆଦିତ୍ୟ ମହାପାତ୍ର, ଛବିରାଜ ବିଶ୍ୱାଳ, ନିର୍ମଳ ମିଶ୍ର, ବିନୟ ସାହୁ, ସରୋଜ ସତପଥି, ଫକୀର ବେହେରା, ବନମାଳୀ ଦାଶ, ଗୟାରାମ ସେଠୀ, ଯୁବନେତା ଶୁଭମ୍ ଦାଶ୍ , ରିତେଶ ହୋତା, ଅବିନାଶ ପଣ୍ଡା ଏବଂ ଅନେକ ବ୍ଲକ୍ ଏବଂ ପଂଚାୟତ ସ୍ତରୀୟ ନେତା ଏବଂ କର୍ମୀ ଯୋଗଦାନ କରିଥିଲେ ।  ପିସିସି ସଭାପତି ଗଣମାଧ୍ୟମର ପ୍ରତିନିଧିଙ୍କୁ ଭେଟିଥିଲେ  । ବରିଷ୍ଠ ନେତା  ବେଣୁଧର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ   ।

- Advertisement -

Leave A Reply

Your email address will not be published.