ଅବକାରୀ ବିଭାଗର ଚଢ଼ାଉ ୬୧ ଟି କଫ୍ ସିରଫ ଜବତ ବେପାରୀ ଗିରଫ

କାମାକ୍ଷାନରର (ରାଜ କିଶୋର ରାଉତ): ଢେ଼ଙ୍କାନାଳ ଜିଲ୍ଲାର ଭୁବନ ଥାନା ଅନ୍ତର୍ଗତ ସୁରପ୍ରତାପପୁର ଗାଁରେ ଅବକାରୀ ବିଭାଗର ମିଳିତ ଚଢ଼ାଉରେ ଜଣେ କଫ ସିରଫ ବେପାରୀକୁ ଗିରଫ କରିଛି ଅବକାରୀ ବିଭାଗ ।

ଗିରଫ ଅଭିଯୁକ୍ତ ସୁରପ୍ରତାପପୁର ଗାଁ ହଳଦିଆସାହିର ଦିଲ୍ଲୀପ ସାମଲ । ଦିଲ୍ଲୀପ ନିଜ ଘରେ କଫ ସିରଫ ରଖି ବେପାର କରି ଆସୁଥିଲେ । ଛୋଟ ଛୋଟ କୋମଳମତି ଶିଶୁ ଓ ଯୁବକ ମାନେ କଫ ସିରଫ ସଂସ୍ପର୍ଶରେ ଭ୍ରଷ୍ଟ ହେଉଥିଲେ ।

ଫଳରେ ଅଞ୍ଚଳରେ ଅସାମାଜିକ କାର୍ଯ୍ୟ ବୃଦ୍ଧି ପାଉଥିଲା । ଯାହାକୁ ନେଇ କାମାକ୍ଷାନଗର ,ଭୁବନ,କାମାକ୍ଷାନଗର ଓ ପରଜଙ୍ଗ ଅବକାରୀ ବିଭାଗର ମିଳିତ ଚଢ଼ାଉ କରି ବେପାରୀକୁ ଗିରଫ କରାଯାଇଛି ।

ତେବେ ତାଙ୍କ ପାଖରୁ ୬୧ ଗୋଟି କଫ ସିରଫ ଜବତ କରାଯାଇଛି । ଗିରଫ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ଅବକାରୀ ପୋଲିସ ପକ୍ଷରୁ ସୂଚନା ମିଳିଛି ।

Comments (0)
Add Comment