ସେବା ସଂକଳ୍ପ ଅଭିଯାନ ଜିଲ୍ଲା ସ୍ତରୀୟ କର୍ମଶାଳା

ଢେଙ୍କାନାଳ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ସେବା ଓ ସମର୍ପଣର ୨୫ବର୍ଷ ପୂର୍ତି ଅବସରରେ ମାସେ ବ୍ୟାପୀ ଆରମ୍ଭ ହୋଇଥିବା ସେବା ସଂକଳ୍ପ ଅଭିଯାନ ପରିପ୍ରେକ୍ଷୀରେ ଆଜି ଢେଙ୍କାନାଳ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ବିଜେପି ଜିଲ୍ଲା ସଭାପତି ରାସବିହାରୀ ବେହେରାଙ୍କ ପୌରହିତ୍ୟରେ ଏକ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାକୁ ଜିଲ୍ଲା ସାଧାରଣ ସଂପାଦକ ତଥା ସଂଯୋଜକ ବିଷ୍ଣୁ ପ୍ରସାଦ ଲେଙ୍କାଙ୍କ ସଂଯୋଜନା କରିଥିବାସ୍ଥଳେ ଅନ୍ୟତମ ସାଧାରଣ ସଂପାଦକ ସୁଶାନ୍ତ ପତି ଅତିଥିମାନଙ୍କର ସ୍ୱାଗତ ସମ୍ବର୍ଦ୍ଧନା ସମ୍ପାଦନ କରିଥିଲେ । କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସାଧାରଣ ସମ୍ପାଦକ ସୀମାଂଚଳ ଖଟେଇ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷା ତଥା ହିନେ୍ଦାଳ ବିଧାୟିକା ସୀମାରାଣୀ ନାୟକ, ପରଜଙ୍ଗ ବିଧାୟକ ବିଭୁତି ଭୂଷଣ ପ୍ରଧାନ, କାମାକ୍ଷାନଗର ବିଧାୟକ ଶତୃଘନ ଜେନା, ଜିଲ୍ଲା ପ୍ରଭାରୀ ତଥା ରାଜ୍ୟ ସମ୍ପାଦିକା ସ୍ମୃତି ପଟ୍ଟନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନରେଶ ଚନ୍ଦ୍ର ମହାପାତ୍ର, ରାଷ୍ଟ୍ରୀୟ ପରିଷଦ ସଦସ୍ୟ ପ୍ରେମାନନ୍ଦ ଜେନା ପ୍ରମୁଖ ମଂଚାସୀନ ଥାଇ ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଆହ୍ୱାନରେ ଆଗାମୀ ଦିନରେ ଆରମ୍ଭ ହେବାକୁ ଥିବା ସେବା ସଂକଳ୍ପ ଅଭିଯାନ ମାଧ୍ୟମରେ ତୃଣମୂଳ ସ୍ତରରେ ବିଜେପିର ପ୍ରତ୍ୟେକଟି କାର୍ଯ୍ୟକର୍ତା ଜନସାଧାରଣ ଓ ହିତାଧିକାରୀଙ୍କ ନିକଟରେ ପହଁଚି ଆଶୀର୍ବାଦ ଲୋଡିବା ନିମନ୍ତେ ପ୍ରତ୍ୟେକ ବୁଥ୍ ଓ ପରିବାରରେ “ଆଶୀର୍ବାଦ ଦ୍ୱୀପ’ ପ୍ରଜ୍ୱଳନ କରି “ବିକଶିତ ଭାରତ ୨୦୪୭’ ପାଇଁ ସାମୁହିକ ସଂକଳ୍ପ ଓ କୃତଜ୍ଞତା ଲାଭ କରିବା, ଆମ ରାଜ୍ୟର ୭୬ଲକ୍ଷ ପିଲାଙ୍କ ଦୃଷ୍ଟିରେ ସ୍ୱପ୍ନର ଭାରତ କିଭଳି ସେଥିନିମନ୍ତେ ଚିତ୍ରାଙ୍କନ ଓ ଭାଷଣ ପ୍ରତିଯୋଗିତା, ବିଗତ ୨୫ବର୍ଷ ସେବା କାର୍ଯ୍ୟ ଓ ଜନକଲ୍ୟାଣ ଯୋଜନାର ପରିପ୍ରକାଶ ପାଇଁ ଗାଁ ଗାଁରେ ପଥପ୍ରାନ୍ତ ନାଟକ ପ୍ରସ୍ତୁତି, ସମସ୍ତ ଅଙ୍ଗନୱାଡି କେନ୍ଦ୍ର ଗୁଡିକର ପିଲାମାନଙ୍କ ସହିତ ମା’ମାନଙ୍କୁ ଯୋଡି ଅଙ୍ଗନୱାଡି କର୍ମୀଙ୍କୁ ସାର୍ବଜନୀନ ଭାବେ ସମ୍ମାନିତ କରିବା ଓ ଏଥି ନିମନ୍ତେ ଆଙ୍ଗନ୍ କା ଉତ୍ସବ କାର୍ଯ୍ୟକ୍ରମ, ମୋଦି ସରକାରଙ୍କ ଯୋଜନା ମାଧ୍ୟମରେ ଯେଉଁ ଅଂଚଳଗୁଡିକରେ ସକରାତ୍ମକ ପରିବର୍ତନର ଉପଲବ୍ଧି ହୋଇଛି ସେଥିପାଇଁ ପ୍ରଚାର ଓ ପ୍ରସାର, ଗ୍ରାମ ଓ ଜିଲ୍ଲାରେ ସରକାରଙ୍କର ଜନଭାଗିଦାରୀ ସ୍ୱରୂପ ସେବା ଜ୍ୟୋତି ଓ ମଶାଲ ଯାତ୍ରା, ପ୍ରତି ବୁଥ୍ ସ୍ତରରେ ରକ୍ତଦାନ ଶିବିର, ବୃକ୍ଷରୋପଣ ଅଭିଯାନ, ସ୍ୱଚ୍ଛତା ଅଭିଯାନ, ଗ୍ରାମାଂଚଳ ଓ ସହରାଂଚଳରେ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର, ପ୍ଲାଷ୍ଟିକ୍ ମୁକ୍ତ ସଚେତନତା, ବରିଷ୍ଠ ନାଗରିକଙ୍କ ପାଇଁ ଡିଜିଟାଲ୍ ସ୍ୱାକ୍ଷରତା, ନିଶାମୁକ୍ତ ଭାରତ ସଚେତନତା, ଫିଟ୍ ଇଣ୍ଡିଆ ଖେଳଶସ୍ତ୍ର, ଭୋକାଲ୍ ଫର୍ ଲୋକାଲ୍ ସହାୟତା, ବୀରଗାଥା ଓ ସୈନିକ ସମ୍ମାନ, ଘର ଅଗଣାରୁ ରାଷ୍ଟ୍ର ପର୍ଯ୍ୟନ୍ତ କୃତଜ୍ଞତାର ରଙ୍ଗୋଲୀ ରାଷ୍ଟ୍ର କାର୍ଯ୍ୟକ୍ରମ ଓ ମୋଦିଜୀଙ୍କ ଶାସନ କାଳର ଗରିବ କଲ୍ୟାଣଭିମୁଖୀ ଯୋଜନାର ସଫଳ ରୂପାୟନର ପ୍ରଚାରପ୍ରସାର ଏବଂ ଜନସାଧାରଣଙ୍କ ଏଥିରେ ସହଭାଗିତା ଓ ଉପଲବ୍ଧିକୁ ଏକ ଜନ ଆନେ୍ଦାଳନ ରୂପେ ଗଢି ତୋଳିବା ନିମନ୍ତେ ମଂଚାସୀନ ଅତିଥିମାନେ ଜିଲ୍ଲାର ଉପସ୍ଥିତ ବରିଷ୍ଠ କାର୍ଯ୍ୟକର୍ତାମାନଙ୍କୁ ମାର୍ଗଦର୍ଶନ କରିଥିଲେ । ଏହି ସେବା ସଂକଳ୍ପ ଅଭିଯାନକୁ ଜନାଦୃତ କରିବା ଏବଂ ଲୋକାଭିମୁଖୀ କରିବା ନିମନ୍ତେ କାର୍ଯ୍ୟକର୍ତାମାନେ ସକ୍ରିୟ ଭାବେ କାର୍ଯ୍ୟ କରିବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ । ଏହି କର୍ମଶାଳାରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁନିଲ୍ ଶର୍ମା, ଜିଲ୍ଲା ଉପସଭାପତି ବରୁଣ ସର, ମିନକେତନ ନାୟକ, ସଞ୍ଜୟ ରାଉତ, ସହଦେବ ପୃଷ୍ଟି, ସଞ୍ଜୟ ଦାସ, ଧୃବଚରଣ ସ୍ୱାଇଁ, ସଂପାଦକ ରୁନୁବାଳା ରାଉତ, ସଂଯୁକ୍ତ ହୋତା, ଅଞ୍ଜନ ପାଣି, ମଞ୍ଜୁଲତା ସାହୁ, ବରିଷ୍ଠ ନେତା ହର୍ଷବର୍ଦ୍ଧନ ସିଂହଦେଓ, ରାଜ୍ୟ ପରିଷଦ ସଦସ୍ୟ ଶିଶିରକାନ୍ତ ନାୟକ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ସଞ୍ଜୀବ ପଣ୍ଡା, ମହିଳାମୋର୍ଚ୍ଚା ସଭାନେତ୍ରୀ ଯଶସ୍ୱିନୀ ରାଉତ, ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ସନ୍ତୋଷ ନାଏକ, ଅନୁସୂଚିତ ଜନଜାତି ମୋର୍ଚ୍ଚା ସଭାପତି ପ୍ରେମାନନ୍ଦ ନାୟକ, ଜିଲ୍ଲା ଆଇ.ଟି. ସଂଯୋଜକ ଦୁଷ୍ମନ୍ତ ବେହେରା, ସମସ୍ତ ମଣ୍ଡଳ ସଭାପତି, ମଣ୍ଡଳର ସେବା ଟୋଲି, ବରିଷ୍ଠ କାର୍ଯ୍ୟକର୍ତା ପ୍ରମୁଖ ଯୋଗଦେଇ କର୍ମଶାଳାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ବୋଲି ଜିଲ୍ଲା ସାଧାରଣ ସଂପାଦକ ମାତୃପ୍ରସାଦ ନନ୍ଦ ପ୍ରେସ୍ ବିବୃତିରେ ପ୍ରକାଶ କରିଛନ୍ତି ।

Comments (0)
Add Comment