ଜମି ଦଲାଲଙ୍କ କବ୍ଜାରେ ଅତିରିକ୍ତ ତହସିଲଦାର!

ଜମି ମାଫିଆଙ୍କୁ ଅଭୟବାଣୀ ଦେଉଥିବା ଅଭିଯୋଗ, ପ୍ରଶାସନିକ ମହଲରେ ଚର୍ଚ୍ଚା

ଢେଙ୍କାନାଳ(ମଦନ ମୋହନ ଶତପଥୀ ): ଢେଙ୍କାନାଳରେ ଜମି କାରବାରକୁ ନେଇ ଏକ ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ଅତିରିକ୍ତ ତହସିଲଦାର ସୁମନ୍ତ ବେହେରାଙ୍କ ସହ ଜମି ଦଲାଲ ଓ କଥିତ ଜମି ମାଫିଆଙ୍କ ଘନିଷ୍ଠତା ଥିବା ନେଇ ଅଭିଯୋଗ ହୋଇଛି।

ଅଭିଯୋଗ ଅନୁଯାୟୀ, ଜମି କାରବାରରେ କଥିତ ଭାବେ ପାର୍ଟନରସିପ୍‌ ରହିଥିବା ସହ ଜମି ମାଫିଆଙ୍କ ପକ୍ଷରେ ବିଭିନ୍ନ ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଓକିଲାତି କରାଯାଉଛି। ଏପରିକି ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ଜମି ଦଲାଲଙ୍କ ସହ ନିୟମିତ ଭାବେ ଘନିଷ୍ଠ ସମ୍ପର୍କରେ ରହୁଥିବା ନେଇ ମଧ୍ୟ ଅଭିଯୋଗ ଉଠିଛି।ସକାଳେ ଆଉଟ ଡୋର ପଡିଆ ରୁ ସନ୍ଧ୍ୟାରେ ଇନଡୋର ପଡିଆ ଯାକେ ବୁଲୁ ଥିବାର ଅପୂର୍ବ ଦୃଶ୍ୟମାନ ହେଉଛି I

ଅନ୍ୟପକ୍ଷରେ, ଜିଲ୍ଲା ବଦଳି ପରେ ପୁଣି ଢେଙ୍କାନାଳରେ ପୋଷ୍ଟିଂ ହେବା ପଛରେ ଜମି ମାଫିଆଙ୍କ ପ୍ରଭାବ ଓ ଅର୍ଥ କାରବାର ଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି। ତେବେ ଏହି ଅଭିଯୋଗର ସତ୍ୟତା ନେଇ ସ୍ୱାଧୀନ ଭାବେ ସ୍ପଷ୍ଟ ପ୍ରମାଣ ସାମ୍ନାକୁ ଆସିନାହିଁ।

ସରକାରୀ ଅଧିକାରୀଙ୍କ ଉପରେ ଏଭଳି ଅଭିଯୋଗ ଉଠିଥିବାରୁ ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ସତ୍ୟାସତ୍ୟ ସାମ୍ନାକୁ ଆଣିବାକୁ ଦାବି ହେଉଛି। ଅଭିଯୋଗ ସମ୍ପର୍କରେ ଅତିରିକ୍ତ ତହସିଲଦାର ସୁମନ୍ତ ବେହେରାଙ୍କ ପ୍ରତିକ୍ରିୟା ମିଳିଲେ ଖବରରେ ପ୍ରକାଶ କରାଯିବ।

Comments (0)
Add Comment