ମାଈ ହାତୀର ମୃତ ଦେହ ଉଦ୍ଧାର ।

କାମାକ୍ଷାନରର( ରାଜ କିଶୋର ରାଉତ): ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଘାଘରାମୁଣ୍ଡା ଗାଁ ପାଖ ଖେସରା ଜଙ୍ଗଲରୁ ଗୋଟିଏ ମାଈ ହାତୀର ମୃତ ଦେହ ଉଦ୍ଧାର କରାଯାଇଛି ।

ମୃତ ମାଈ ହାତୀଟିର ବୟସ ପ୍ରାୟ ୨୫ ବର୍ଷ ହୋଇଥିବା ସୂଚନା । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ଜଣାପଡିଛି । ଘଟଣା ସ୍ଥଳରେ ବନ ବିଭାଗର ଅଧିକାରୀ ମାନେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।

ତେବେ ରାଜ୍ୟରେ ହାତୀ ମୃତ୍ୟୁର ଟ୍ରେଣ୍ଡ ଜାରି ରହିଥିବା ବେଳେ ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ଅଞ୍ଚଳର ଏ ହାତୀ ମୃତ୍ୟୁ ବନ ବିଭାଗ ଉପରକୁ ଆଙ୍ଗୁଳି ନିର୍ଦ୍ଦେଶ କରୁଛି । କେଉଁଠି ନା କେଉଁଠି ବନ ବିଭାଗର ଅପାରଗତା ହାତୀ ମୃତ୍ୟୁର କାରଣ ପାଲଟିଛି ।

ସୂଚନା ଅନୁଯାୟୀ ,ଢେଙ୍କାନାଳ ଜିଲ୍ଲାରେ ପ୍ରାୟ ୩ ଶହରୁ ଉର୍ଦ୍ଧ୍ବ ହାତୀ ଥିବା ବେଳେ ମହାବିରୋଡ଼ ରେଞ୍ଜରେ କେବଳ ପ୍ରାୟ ଶହେରୁ ଅଧିକ ହାତୀ ରହିଛନ୍ତି । କେତେବେଳେ ହାତୀର ମୃତ୍ୟୁ ହେଉଛି ତ କେତେବେଳେ ମଣିଷର ।

Comments (0)
Add Comment